ଜାଣନ୍ତ କି କେତେ ଚମତ୍କାରୀ ଆପଣଙ୍କର ବାଡ଼ିରେ ଥିବା ଦୁବ ଘାସ ? ପଢନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ

ଦୁବ ଏକ ତୃଣ ଜାତୀୟ ଉଦ୍ଭିଦ। ଏହାର ବୈଜ୍ଞାନିକ ନାମ ହେଉଛି ସାଇନୋଡନ ଡକ ଟାଇଲନ। ଦୁବ ଘାସ ଗୋ-ଖାଦ୍ୟ ବ୍ୟତୀତ ପରିବେଶ ସୁରକ୍ଷା ପାଇଁ ଲାଭକାରୀ ହୋଇଥାଏ। ଏହା ସବୁ ଯାଗାରେ ବଞ୍ଚିପାରେ। ଏହା ମାଟି ଉପରେ ଏକ ପ୍ରକାର ଗାଲିଚା ଭଳି ବଢିଥିବାରୁ ସୂର୍ଯ୍ୟକିରଣ ସିଧା ସଳଖ ମାଟିରେ ପଡ଼ିନଥାଏ। ଯାହା ଫଳରେ ମାଟି ଥଣ୍ଡା ରହିବା ସହିତ ଆର୍ଦ୍ରତା ବଜାୟ ରହିଥାଏ। ଖରା ଦିନରୁ ବର୍ଷା ଦିନ ଶେଷ ପର୍ଯ୍ୟନ୍ତ ଏହା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ। ଏହାର ପ୍ରତିଟି ଗଣ୍ଠିରୁ ଚେର ବାହାରି ମାଟିକୁ ଦୃଢ ଭାବେ ଜାବୁଡି ଧରିଥାଏ। ଯାହାଦ୍ବାରା ବର୍ଷା ହେବା ସମୟରେ ମୃତ୍ତିକା କ୍ଷୟକୁ ରୋକିବାରେ ସାହାଯ୍ୟ କରିଥାଏ। ମାଟି ଉପରେ ଦୁବ ଘାସ ରହିଥିବାରୁ ବର୍ଷା ପାଣି ଶୀଘ୍ର ଗଡ଼ିନଯାଇ ମାଟି ଭିତରକୁ ପ୍ରବେଶ କରିଥାଏ ଯାହା ସେହି ସ୍ଥାନର ଜଳସ୍ତର ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଦୁବର ଆୟୁର୍ବେଦିକ ଉପଚାର

grassଦୁବ ୨ ପ୍ରକାରର ରହିଥାଏ। ଗୋଟିଏ ସବୁଜ ଦୁବ ଏବଂ ଅନ୍ୟଟି ଶ୍ବେତ ଦୁବ। ପୂଜା କାର୍ଯ୍ୟରେ ସବୁଜ ଦୁବ ବ୍ୟବହାର କରାଯାଇଥାଏ ଏବଂ ମନ୍ତ୍ର, ଯନ୍ତ୍ରାଦିରେ ଶ୍ବେତ ଦୁବ ବ୍ୟବହାର କରାଯାଇଥାଏ। ଶ୍ବେତ ଦୁବ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ରକ୍ତପିତ୍ତ, ରକ୍ତ ବିକୃତ, ପୀନସ, କ୍ଷତ, ବ୍ରଣ, ବାନ୍ତି ହେବା ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ପାଇଁ ଶ୍ବେତ ଦୁବ ଲାଭକାରୀ ହୋଇଥାଏ।

ଶିଶୁ ମାନଙ୍କର ବାନ୍ତି ହେବା ସମୟରେ ଏହାକୁ ମିଶ୍ରି ସହ ମିଶାଇ ସେବନ କରିବା ଦ୍ବାରା ବାନ୍ତି ବନ୍ଧ ହୋଇଯାଇଥାଏ। ସେହିପରି ବ୍ରଣ, ଭଗନ୍ଦର ଏବଂ କ୍ଷତ ଆଦି ସ୍ଥାନରେ ଦୁବ ରସ ଲଗାଇବା ଦ୍ବାରା ଲାଭ ମିଳିଥାଏ। ନାକରୁ ରକ୍ତ ପଡୁଥିଲେ ଦୁବ ରସକୁ ନାକରେ ପକାଇବା ଦ୍ବାରା ରକ୍ତ ପଡ଼ିବା ବନ୍ଦ ହୋଇଯାଇଥାଏ।

Grass-ଶରୀରରେ ପିତ୍ତ ହୋଇଥିଲେ ଦୁବ ଗୁଣ୍ଡ ସହ ମହୁ ମିଶାଇ ସେବନ କରନ୍ତୁ। ମୁଣ୍ଡବିନ୍ଧା ହେଉଥଇବା ସମୟରେ ଦୁବ ଚେରକୁ ଅରୁଆ ଚାଉଳ ସହ ବାଟି ମୁଣ୍ଡରେ ଲଗାଇବା ଦ୍ବାରା ମୁଣ୍ଡବିନ୍ଧା ଦୂର ହୋଇଯାଇଥାଏ।

ଲହୁଣୀ ସହିତ ଏହାର ରସକୁ ମଧ୍ୟ ମିଶାଇ ସେବନ କରିବା ଦ୍ବାରା ଅର୍ଶ ରୋଗ ଦୂର ହୋଇଥାଏ। ଏହାର ରସରେ ମହୁ ମିଶାଇ ସେବନ କରିବା ଦ୍ବାରା ଶରୀରରୁ ସମସ୍ତ ପ୍ରକାର ରକ୍ତ ବିକୃତ ଦୂର ହୋଇଥାଏ। କଟି ଯାଇଥିବା ଯାଗା ବା ଖଣ୍ଡିଆ ସ୍ଥାନରେ ଏହାକୁ ଲଗାଇଲେ ରକ୍ତ ଗଡିବା ବନ୍ଦ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.