ଗ୍ରୀଷ୍ମ ଋତୁରେ ପ୍ରତିଦିନ ଖାଆନ୍ତୁ ଏହି ଫଳ, ମିଳିବ ଅନେକ ସମସ୍ୟାରୁ ମୁକ୍ତି

ତାଳସଜରେ ଫାଇବର, ଭିଟାମିନ୍ A, ଭିଟାମିନ୍ K ପରି ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ । ଏହି ଫଳ ଗ୍ରୀଷ୍ମ ଋତୁରେ ବଜାରରେ ଦେଖିବାକୁ ମିଳିଥାଏ, ଯେପରି ଏପ୍ରିଲ୍, ମେ, ଜୁନ୍ ମାସରେ ମିଳିଥାଏ । ଏହି ଫଳ ଖାଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ ଏବଂ ଶରୀର ହାଇଡ୍ରେଟ୍ ରହିଥାଏ ।

ଆପଣମାନେ ଖରା ସମୟରେ ବିଭିନ୍ନ ପ୍ରକାରର ଫଳ ଖାଇବାକୁ ପାଉଥିବେ । ପ୍ରାୟତଃ ଲୋକମାନେ ଏହି ଗରମ ସମୟରେ ପଇଡ଼ ପାଣି ପିଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ପଇଡ଼ ପାଣି ବ୍ୟତୀତ ଏପରି ଏକ ଫଳ ଅଛି, ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ପଟେ ଥଣ୍ଡା ହେବା ସହ ବିଭିନ୍ନ ସମସ୍ୟାରୁ ମଧ୍ୟ ରକ୍ଷା ପାଇପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ ଏହା କେଉଁ ଫଳ ଯାହାକୁ ଖାଇବା ଦ୍ୱାରା ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଆମେ ଯେଉଁ ଫଳ ବିଷୟରେ କହୁଛୁ ତାହା ଯେଉଛି ତାଳସଜ, ଏହାକୁ ଇଂରାଜୀରେ ଆଇସ୍‌ ଆପଲ ମଧ୍ୟ କୁହାଯାଏ । ଏହା ବାହାରୁ ନଡ଼ିଆ ଏବଂ ଭିତରୁ ଲିଚି ପରି ଦେଖାଯାଏ । ଏହି ଫଳର ଗଛ ନଡିଆ ଗଛ ପରି ଲମ୍ବା । ତେବେ ଆପଣ ନିଶ୍ଚୟ ଗାଁରେ ଏହି ଫଳ ଗଛ ଦେଖିଥିବେ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ଫଳ ଖାଇବାର ଉପକାରିତା ବିଷୟରେ ଜଣାଇବୁ ।

ତାଳସଜ ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ । ଏହା ବ୍ୟତୀତ ଏଥିରେ ଫାଇବର, ଭିଟାମିନ୍ A, ଭିଟାମିନ୍ K ପରି ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ । ଏହି ଫଳ ଗ୍ରୀଷ୍ମ ଋତୁରେ ବଜାରରେ ଦେଖିବାକୁ ମିଳିଥାଏ, ଯେପରି ଏପ୍ରିଲ୍, ମେ, ଜୁନ୍ ମାସରେ ମିଳିଥାଏ । ଏହି ଫଳ ଖାଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ ଏବଂ ଶରୀର ହାଇଡ୍ରେଟ୍ ରହିଥାଏ ।

ଜାଣନ୍ତୁ କେଉଁ ସମସ୍ୟାଗୁଡିକ ପାଇଁ ଏହା ଲାଭଦାୟକ ହୋଇଥାଏ :
ବଡ଼ିକୁ ହାଇଡ୍ରେଟ୍ ରଖିଥାଏ : ଗ୍ରୀଷ୍ମ ଋତୁରେ ଲୋକଙ୍କ ଶରୀର ବହୁତ ଶୀଘ୍ର ଡିହାଇଡ୍ରେଟ୍ ହୋଇଯାଏ । ଏଭଳି ପରିସ୍ଥିତିରେ ଲୋକମାନେ ଏହି ସିଜିନ୍‌ରେ ନିଜ ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ । ଡିହାଇଡ୍ରେସନ୍ ଏବଂ ହିଟ୍ ଷ୍ଟ୍ରୋକରୁ ନିଜକୁ ରକ୍ଷା କରିବା ପାଇଁ ତାଳସଜ ଖାଇପାରିବେ । ଏହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ ଏବଂ ଆପଣ ହେଲଦି ଅନୁଭବ କରନ୍ତି ।

ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜ୍‌ବୁତ କରିଥାଏ : ଯଦି ଆପଣ ଅନେକ ସମୟରେ ଧରି ବିଭିନ୍ନ ରୋଗର ଶିକାର ହେଉଛନ୍ତି, ଏହାର ଅର୍ଥ ହେଉଛି ଆପଣଙ୍କ ଇମ୍ୟୁନ୍‌ ସିଷ୍ଟମ୍‌ ବହୁତ ଦୁର୍ବଳ । ସେଥିପାଇଁ ଯଦି ଆପଣ ନିଜ ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜବୁତ କରିବାକୁ ଚାହୁଁଛନ୍ତି, ତେବେ ଗ୍ରୀଷ୍ମ ଋତୁରେ ଆପଣ ଏହି ଫଳ ଖାଇବା ଉଚିତ୍ ।

ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ : ଯେଉଁ ମାନେ ନିଜ ଓଜନ ବଢିବାକୁ ନେଇ ଚିନ୍ତିତ, ସେମାନେ ଏହି ଫଳ ଖାଇବା ଉଚିତ୍ । ବାସ୍ତବରେ ଏହି ଫଳରେ କ୍ୟାଲୋରୀ ପରିମାଣ ବହୁତ କମ୍ ଥାଏ । ଆହୁରି ମଧ୍ୟ ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ, କାରଣ ଏଥିରେ ଅଧିକ ପରିମାଣର ପାଣି ରହିଥାଏ ।

ପେଟ ଜନିତ ସମସ୍ୟା ପାଇଁ ଲାଭଦାୟକ : ତାଳସଜ ଆପଣଙ୍କ ପେଟକୁ ଥଣ୍ଡା କରାଇବାରେ ବହୁତ ସାହାଯ୍ୟ କରିଥାଏ । ଏହା ଡାଇଜେଷ୍ଟିବ୍‌ ଏନଜାଇମ ବୃଦ୍ଧି କରି ଆପଣଙ୍କୁ ଏସିଡିଟିରୁ ମୁକ୍ତି ଦେଇଥାଏ । ଏହା ବ୍ୟତୀତ ବାନ୍ତି ହେବା ପରେ ମଧ୍ୟ ଏହାକୁ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ । ତେବେ ଯଦି ଆପଣ ଏହି ସବୁ ସମସ୍ୟା ଯୋଗୁ ଅସୁବିଧାରେ ପଡୁଛନ୍ତି, ତାହେଲେ ଆପଣ ନିଜ ଡାଏଟ୍‌ରେ ତାଳସଜ ସାମିଲ କରିବା ଉଚିତ । ଯାହା ଫଳରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.