ଆଇପିଏଲ ପୂର୍ବରୁ ମହାକାଳଙ୍କ ଶରଣରେ କେଏଲ ରାହୁଲ, କଲେ ପୂଜାର୍ଚ୍ଚନା

ଆଇପିଏଲରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ ପଦ ସମ୍ଭାଳିବେ କେଏଲ ରାହୁଲ । ଆଉ ଏହାପୂର୍ବରୁ ମହାକାଳଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି କେଏଲ ରାହୁଲ । ଲକ୍ଷ୍ନୌ ସୁପରଜିଆଣ୍ଟସ ଚଳିତବର୍ଷର ପ୍ରଥମ ଆଇପିଏଲ୍‌ ମ୍ୟାଚ ୨୪ ମାର୍ଚ୍ଚରେ ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ । ଏଥିପାଇଁ ଟିମ୍‌ ପିଙ୍କ ସିଟିରେ ପହଞ୍ଚିସାରିଛି ।

ଆଇପିଏଲ୍‌କୁ ନେଇ ସମସ୍ତ ଟିମ୍‌ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ହୋଇଛି । ସମସ୍ତ ଖେଳାଳି ନିଜ ନିଜ ଟିମରେ ଯୋଗ ଦେଇସାରିଲେଣି । ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ ଆରସିବି ଏବଂ ସିଏସକେ ମଧ୍ୟରେ ଖେଳାଯିବ । ତେବେ କିଛିଦିନ ପୂର୍ବରୁ ଆହତ କାରଣ ଯୋଗୁଁ ଭାରତୀୟ ଟିମରୁ ବାଦ୍‌ ପଡିଥିବା ଖେଳାଳି କେଏଲ ରାହୁଲ ସଂପୂର୍ଣ୍ଣ ଭାବେ ଫିଟ ହୋଇଛନ୍ତି । ଆଇପିଏଲରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ ପଦ ସମ୍ଭାଳିବେ କେଏଲ ରାହୁଲ । ଆଉ ଏହାପୂର୍ବରୁ ମହାକାଳଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି କେଏଲ ରାହୁଲ ।

ଲକ୍ଷ୍ନୌ ସୁପରଜିଆଣ୍ଟସ ଚଳିତବର୍ଷର ପ୍ରଥମ ଆଇପିଏଲ୍‌ ମ୍ୟାଚ ୨୪ ମାର୍ଚ୍ଚରେ ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ । ଏଥିପାଇଁ ଟିମ୍‌ ପିଙ୍କ ସିଟିରେ ପହଞ୍ଚିସାରିଛି । ଆଉ ଟିମ୍‌ ଯିବା ପୂର୍ବରୁ କେଏଲ ରାହୁଲ ନୂଆ କାମ କରିଛନ୍ତି । କେଏଲ ରାହୁଲ ମଧ୍ୟପ୍ରଦେଶର ଉଜ୍ଜେୟନରେ ଥିବା ମହାକାଳେଶ୍ୱର ମନ୍ଦିରରେ ଦର୍ଶନ ପାଇଁ ପହଞ୍ଚିଛନ୍ତି । କେଏଲ ମହାକାଳଙ୍କ ଭସ୍ମ ଆଳତୀ ଦେଖିବା ପାଇଁ ପହଞ୍ଚିଛନ୍ତି । ଏହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । ଏଥିରେ କେଏଲ ରାହୁଲ ପୂଜାର୍ଚ୍ଚନା କରୁଥିବାର ନଜର ଆସିଛନ୍ତି ।

ଆଇପିଏଲରେ କେଏଲ ରାହୁଲ ପୂର୍ବରୁ ପଞ୍ଜାବ କିଙ୍ଗସର ଅଧିନାୟକ ଥିଲେ । କିନ୍ତୁ ୨୦୨୨ରେ ଦୁଇଟି ନୂଆ ଟିମ୍‌ ଆଇପିଏଲରେ ଏଣ୍ଟ୍ରି କରିବା ପରେ ରାହୁଲ ପଞ୍ଜାବ କିଙ୍ଗସ ଛାଡି ଲକ୍ଷ୍ନୌର ଅଧିନାୟକ ପଦ ସମ୍ଭାଳିଥିଲେ । ରାହୁଲ ଆଇପିଏଲରେ ୧୧୮ଟି ମ୍ୟାଚ ଖେଳିଛନ୍ତି । ଆଇପିଏଲରେ ୪୧୬୩ ରନ୍‌ କରିଥିବା ବେଳେ ୫ଟି ଶତକ ଏବଂ ୩୩ଟି ଅର୍ଦ୍ଧଶତକ ମାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.