ମହିମା ଆଶ୍ରମ ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ମହିମା ମହୋତ୍ସବ ଅନୁଷ୍ଠିତ, ଯୋଗଦେଲେ ଶତାଧିକ ବକ୍କଳ ବାବା

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ କନ୍ଦରାପଟି ଗ୍ରାମର ମହିମା ଆଶ୍ରମ ପରିସରରେ ବିଶ୍ୱଶାନ୍ତି ବ୍ରହ୍ମ ଯଜ୍ଞ ଓ ମହିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହିମା ସମାଜର ବରିଷ୍ଠ ମହାନ ବ୍ରହ୍ମା ବଧୂତ ବାବାମାନଙ୍କ ଦ୍ଵାରା ବ୍ରହ୍ମ ଭକ୍ତିରେ ସମର୍ପିତ ନୈବେଦ୍ୟ ସମର୍ପଣ କରାଯାଇଛି ।

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ କନ୍ଦରାପଟି ଗ୍ରାମର ମହିମା ଆଶ୍ରମ ପରିସରରେ ବିଶ୍ୱଶାନ୍ତି ବ୍ରହ୍ମ ଯଜ୍ଞ ଓ ମହିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହିମା ସମାଜର ବରିଷ୍ଠ ମହାନ ବ୍ରହ୍ମା ବଧୂତ ବାବାମାନଙ୍କ ଦ୍ଵାରା ବ୍ରହ୍ମ ଭକ୍ତିରେ ସମର୍ପିତ ନୈବେଦ୍ୟ ସମର୍ପଣ କରାଯାଇଛି । ଏହି ଅବସରରେ ଢେଙ୍କାନାଳ ସ୍ଥିତ ଜୋରନ୍ଦା ମହିମା ଗାଦିରୁ ପନ୍ଦରମୂର୍ତି ବାବା ପର୍ଦାର୍ପଣ କରିବା ସହିତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ମହିମାଧର୍ମୀ ସାଧୁସନ୍ଥମାନେ ଯୋଗ ଦେଇ ଅହରାତ୍ର ବ୍ରହ୍ମ ଧୁନି ସ୍ଥାପନା ସହିତ ଯଜ୍ଞ କୁଣ୍ଡରେ ବିଶ୍ୱର ମଙ୍ଗଳ ପାଇଁ ଓ ସମାଜର ମଙ୍ଗଳ ପାଇଁ ଅର୍ଘ୍ୟ ପ୍ରଦାନ କରିଛନ୍ତି ।

କନ୍ଦରାପଟି ମହିମା ଆଶ୍ରମର ପ୍ରତିଷ୍ଠାତା ମହିମା ଅବଲମ୍ବି ଗୁରୁ ସ୍ବର୍ଗତ ନୃସିଂହ ଚରଣ ନାୟକଙ୍କ ସୁପୁତ୍ର ସତ୍ୟବ୍ରତ, ଦେବବ୍ରତ, ପ୍ରିୟବ୍ରତ, ସୁବ୍ରତ ଓ ଗ୍ରାମବାସୀବୃନ୍ଦଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହୋଇଛି । ସାଧୁମାନଙ୍କୁ ରଘୁନାଥପୁର ବଜାରଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆଶ୍ରମ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ଭକ୍ତମାନେ ବାବା ମାନଙ୍କ ପଦ ପ୍ରକ୍ଷାଳନ ପରେ ଆଳତି କରି ସ୍ୱାଗତ କରିଥିଲେ ଓ ଭୂମିଷ୍ଠ ପ୍ରଣାମ ସହିତ ଆଶୀର୍ବାଦ ନେଇଥିଲେ ଓ ପରେ ଆଶ୍ରମରେ ପ୍ରବେଶ କରାଯାଇଥିଲା ।

ପରେ ବାବାମାନଙ୍କର ଭିକ୍ଷା ଗ୍ରହଣ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଧୁନି କୁଣ୍ଡରେ ଘିଅ ଆହୁତି ସହିତ ଭଜନ ସଂକୀର୍ତ୍ତନ ସହିତ ଧାର୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ବାବା ବ୍ରହ୍ମା ଅବଧୂତ ବିଚିତ୍ରନନ୍ଦ ବାବା, ନରୋତ୍ତମ ବାବା, ନକୁଳବାବା, ଶଙ୍କରବାବା, ସନ୍ୟାସିବାବା, ଅରୁପ ବାବାଙ୍କ ସହିତ ଅନ୍ୟାନ୍ୟ ସାଧୁସନ୍ଥମାନେ ଯୋଗଦେଇଥିଲେ । ଜାରକା, ନେମାଳ, ଚଣ୍ଡିଖୋଲ, ଢେଙ୍କାନାଳ ଆଦି ସ୍ଥାନରୁ ବାବାମାନେ ଏହି ଆଶ୍ରମରେ ପଦାର୍ପଣ କରିଥିଲେ ।

ଏହି ପରମ୍ପରା ଦୀର୍ଘ ୩୧ ବର୍ଷ ଧରି ଏହି କନ୍ଦରାପଟି ଗ୍ରାମ ମହିମା ଆଶ୍ରମରେ ଅନୁଷ୍ଠିତ ହୋଇଆସୁଛି ଏବଂ ଆଶ୍ରମର ପ୍ରତିଷ୍ଠାତା ସ୍ବର୍ଗତ ନୃସିଂହ ଚରଣ ନାୟକଙ୍କ ସୁପୁତ୍ରମାନେ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଆସୁଛନ୍ତି । ଏହି ଅବସରରେ କନ୍ଦରାପଟି ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ପବିତ୍ର ବାତାବରଣ ମଧ୍ୟରେ ଶତାଧିକ ଭକ୍ତ ଯୋଗଦେଇ ପ୍ରଭୁକୃପା ଲାଭ କରିବା ସହିତ ମହିମା ଧର୍ମର ପ୍ରଚାର ଓ ପ୍ରସାର କରିଥିଲେ । ବିଶ୍ୱର କଲ୍ୟାଣ ହେବା ସହିତ ଏକ ଆଧ୍ୟାତ୍ମିକ ବାତାବରଣ ରେ ସମ୍ପୂର୍ଣ୍ଣ କନ୍ଦରାପଟି ଉତ୍ସବ ମୁଖର ହୋଇଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.