ସାମ୍ନାକୁ ଆସିଲା ଫିଲ୍ମ ‘କଙ୍ଗୁଭା’ର ଟିଜର, ଦେଖିବାକୁ ମିଳିଲା ସୂର୍ଯ୍ୟ ଓ ବବି ଦେଓଲ୍‌ଙ୍କ ଭିନ୍ନ ଲୁକ୍‌

ଫିଲ୍ମ ‘କଙ୍ଗୁଭା’ ର ଟିଜରରେ ସୂର୍ଯ୍ୟ ଏବଂ ବବି ଦେଓଲଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଭୟଙ୍କର ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି । ତେବେ ପ୍ରଶଂସକମାନେ ଉଭୟ ଷ୍ଟାରଙ୍କ ଲୁକକୁ ବହୁତ ପସନ୍ଦ କରୁଛନ୍ତି । ଫିଲ୍ମ କଙ୍ଗୁଭାଙ୍କର ଏହି ଟିଜର ବହୁତ ଦମ୍‌ଦାର ହୋଇଛି ।

ସାଉଥ୍ ସୁପରଷ୍ଟାର ସୂର୍ଯ୍ୟ ତାଙ୍କ ଅପ୍‌କମିଂ ଫିଲ୍ମ ‘କଙ୍ଗୁଭା’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ବବି ଦେଓଲ ମଧ୍ୟ ତାଙ୍କ ସହ ନଜର ଆସିବେ । ଫିଲ୍ମର ଷ୍ଟାର୍ସ ଲୁକ୍ ର ପୋଷ୍ଟର ଫିଲ୍ମ ରିଲିଜ୍ ପୂର୍ବରୁ ଆସିଥିଲା, ଏହା ଦେଖିବା ପରେ ଫିଲ୍ମ ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଫ୍ୟାନ୍ସଙ୍କ ଉତ୍ସାହକୁ ଆହୁରି ବଢାଇବାକୁ ନିର୍ମାତାମାନେ ଏହି ଫିଲ୍ମର ଟିଜର ରିଲିଜ କରିଛନ୍ତି, ଯେଉଁଥିରେ ସୂର୍ଯ୍ୟ ଏବଂ ବବି ଦେଓଲଙ୍କ ଦମ୍‌ଦାର ଷ୍ଟାଇଲ୍‌ ଦେଖିବାକୁ ମିଳିଛି ।

ତେବେ ଟିଜରର ଆରମ୍ଭରେ, ଅନେକ ଭୟାନକ ସିନ୍‌ ଦେଖିବାକୁ ମିଳିଛି, ଯାହାକୁ ଦେଖି ଆପଣମାନେ ଅନୁଭବ କରିବେ ଯେପରି ଆପଣ ଏକ ଭୟଙ୍କର ଫିଲ୍ମ ଦେଖୁଛନ୍ତି । ଟିଜରରେ ସୂର୍ଯ୍ୟ ଏବଂ ବବି ଦେଓଲଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଭୟଙ୍କର ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି । ତେବେ ବବି ଦେଓଲ ଏହି ଫିଲ୍ମ ସହିତ ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରୁଛନ୍ତି । ଫିଲ୍ମ ‘କଙ୍ଗୁଭା’ ରେ ବବି ଉଧୀରନ୍ ଭାବରେ ନଜର ଆସିବେ, ଯିଏ ବହୁତ ଭୟଙ୍କର ଦେଖାଯାଉଛନ୍ତି । ଏହି ଫିଲ୍ମରେ ସୂର୍ଯ୍ୟ କଙ୍ଗୁଭା ତଥା କଙ୍ଗା ଭୂମିକାରେ ଅଭିନୟ କରୁଛନ୍ତି । ତେବେ ପ୍ରଶଂସକମାନେ ଉଭୟ ଷ୍ଟାରଙ୍କ ଲୁକକୁ ବହୁତ ପସନ୍ଦ କରୁଛନ୍ତି । ଫିଲ୍ମ କଙ୍ଗୁଭାଙ୍କର ଏହି ଟିଜର ବହୁତ ଦମ୍‌ଦାର ହୋଇଛି । ଯାହା ରିଲିଜ୍‌ ହେବା ମାତ୍ରେ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି । ଏହା ସହ ପ୍ରଶଂସକମାନେ କେବଳ ଏହାକୁ ପସନ୍ଦ କରୁନାହାଁନ୍ତି ବରଂ ଟିଜରର କମେଣ୍ଟ ବକ୍ସରେ ଏହାକୁ ପ୍ରଶଂସା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଟିଜର ଦେଖିବା ପରେ ଏହି ଫିଲ୍ମକୁ ଦେଖିବାକୁ ଫ୍ୟାନ୍ସଙ୍କ ଉତ୍ସାହ ବହୁତ ବଢି ଯାଇଛି ।

ତେବେ ସୂଚନା ମୁତାବକ, ସୂର୍ଯ୍ୟ, ବବି ଦେଓଲ ଏବଂ ଦିଶା ପାଟାନୀ, ଜଗପତି ବାବୁ, ଯୋଗୀ ବାବୁ, ରେଡିନ କିଙ୍ଗସଲି, କେ.ଏସ୍ ରବିକୁମାର ଏବଂ ଅନ୍ୟାନ୍ୟ କଳାକାର ମଧ୍ୟ ଫିଲ୍ମ ‘କଙ୍ଗୁଭା’ର ମୁଖ୍ୟ ଭୂମିକାରେ ନଜର ଆସିବେ । ବବି ଦେଓଲ ଏବଂ ଦିଶା ପାଟାନୀ ଫିଲ୍ମ ‘କଙ୍ଗୁଭା’ ସହିତ ତାମିଲରେ ଡେବ୍ୟୁ କରୁଛନ୍ତି । ଏହିି ଏକ ଆକ୍ସନ୍ ଡ୍ରାମା ଫିଲ୍ମ । ଏହା ସହ ପ୍ରଥମ ଥର ପାଇଁ ସୁର୍ଯ୍ୟ ଏବଂ ବବି ଦେଓଲଙ୍କ ଯୋଡିଙ୍କୁ ଏକାଠି ଦେଖିବା ଅତ୍ୟନ୍ତ ମଜାଦାର ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.