ଜାଣନ୍ତୁ ତେନ୍ତୁଳିର ଏହି ୭ଟି ଲାଭକାରୀ ଗୁଣ

ତେନ୍ତୁଳି ଖାଇବାକୁ କିଏ ବା ଭଲ ନପାଏ। ପ୍ରାୟତଃ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକମାନେ ସମସ୍ତେ ତେନ୍ତୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି ତେନ୍ତୁଳି ଶରୀର ପାଇଁ ଏପରି ଲାଭକାରୀ ହୋଇଥାଏ ଯାହା ବିଷୟରେ ଆପଣ ଜାଣିବା ପରେ ବିଶ୍ବାସ କରିପାରିବେ ନାହିଁ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଶରୀରର ପାଇଁ କେତେ ଳାଭଦାୟକ ହୋଇଥାଏ ତେନ୍ତୁଳି।

-ତେନ୍ତୁଳି କାଇବା ଦ୍ବାରା ଆପଣ ମୋଟାପଣ ଦୂର କରିପାରିବେ। ଏଥିରେ ହାଡ୍ରୋସିଟ୍ରିକ ଏସିଡି ରହିଥାଏ ଯାହା ଶରୀରର ମୋଟାପଣକୁ ଧୀରେ ଧୀରେ କମ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ତେନ୍ତୁଳି ଅତ୍ୟଧିକ ଖାଦ୍ୟ ସେବନ ପରେ ଓଜନ ବଢିବାକୁ ନେଇ ଭୟ ଦୂର କରିଥାଏ।

thumbnail-ସେହିପରି ତେନ୍ତୁଳି କ୍ୟାନସର ରୋଗରୁ ମଧ୍ୟ ରକ୍ଷା କରିଥାଏ। ଏଥିରେ ପ୍ରଚୁର ମାତ୍ରରେ ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ବ ଏବଂ ଟେରଟ୍ରିକ୍ ଏସିଡ ରହିଥାଏ, ଯାହା ଶରୀରରେ କ୍ୟାନସର ସେଲ୍ସ ବଢିବାକୁ ନେଇ ରକ୍ଷା କରିଥାଏ।

-ଏହା ବ୍ୟତୀତ ଡାଇବେଟିଜ୍ ରୋଗୀମାନଙ୍କ ପାଇଁ ଲାଭକାରୀ ହୋଇଥାଏ ତେନ୍ତୁଳି। ଏହା ବ୍ଲଡ ସୁଗାର ସ୍ତରକୁ କଣ୍ଟ୍ରୋଲ ରଖିବାରେ ସାହାଯ୍ୟ କରିଥାଏ। ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ତେନ୍ତୁଳି ଜୁସ୍ ଲାଭକାରୀ ହୋଇଥାଏ।

-ତେନ୍ତୁଳିରେ ଆଇରନ ଏବଂ ପୋଟାସିୟମ ରହିଥାଏ, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

tentuli– ସେହିପରି ବିଛା କାମୁଡି ଥିବା କ୍ଷତ ସ୍ଥାନରେ ମଧ୍ୟ ତେନ୍ତୁଳି ବ୍ୟବହାର କରାଯାଇଥାଏ।

-ଯଦି ଆପଣ କିଛି ସମୟ କାମ କରିବା ପରେ ଦୁର୍ବଳ ଅନୁଭବ କରୁଛନ୍ତି ତେବେ ନିଶ୍ଚୟ ତେନ୍ତୁଳି ଖାଆନ୍ତୁ। କାରଣ ତେନ୍ତୁଳିରେ ଭିଟାମିନ-ସି ଏବଂ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ, ଯାହା ଶରୀରରେ ଇମ୍ୟୁନ ସିଷ୍ଟମକୁ ସୁସ୍ଥ ରଖିଥାଏ।

-ଗରମ ଦିନେ ମଧ୍ୟ ଅଧିକାଂଶ ଗରମ ପବନ ଯୋଗୁ ଶରୀର ଅସୁସ୍ଥ ହୋଇଥାଏ। ଏହି କାରଣରୁ ଗରମ ଦିନେ ଗୋଟେ ଗ୍ଲାସ ପାଣିରେ ୨୫ ଗ୍ରାମ ତେନ୍ତୁଳି ଭିଜାଇ ସେହି ପାଣି ପିଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। ଏହାବ୍ୟତୀତ ତେନ୍ତୁଳିକୁ ହାତ ଏବଂ ପାଦ ତଳେ ରଖିବା ଦ୍ବାରା ଅତ୍ୟଧିକ ଗରମରୁ ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.