Below header

ମୋଦି ସରକାରରେ ଯୁବ ଆଇଏଏସଙ୍କୁ ପ୍ରାଧାନ୍ୟ, ସହାୟକ ସଚିବ ଭାବେ ମିଳୁଛି ନିଯୁକ୍ତି

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ସରକାର ଗତ ସପ୍ତାହରେ ବିଭିନ୍ନ ମନ୍ତ୍ରାଳୟରେ ସହାୟକ ସଚିବ ରୂପେ ଆଇଏଏସ୍ ଅଧିକାରୀମାନଙ୍କର ଏକ ନୂଆ ବ୍ୟାଚକୁ ନିଯୁକ୍ତି କରିଛନ୍ତି। ଏହି ପାଞ୍ଚମ ବ୍ୟାଚକୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଅଧିକାର ଦିଆଯାଇଛି । ପୂର୍ବରୁ ଆଇଏଏସ୍ ଅଧିକାରୀ ନିଜ ରାଜ୍ୟର କ୍ୟାଡରକୁ ପ୍ରାରମ୍ଭିକ ପ୍ରଶିକ୍ଷଣ ପୁରା କରିବାକୁ ସିଧାସଳଖ ଯାଉଥିଲେ ,କିନ୍ତୁ ଏବେ ସେମାନେ ନିଜର ସମ୍ବନ୍ଧିତ ରାଜ୍ୟ କ୍ୟାଡର ପାଖକୁ ଯିବା ପୂର୍ବରୁ କେନ୍ଦ୍ର ସରକାରରେ ତିନି ମାସର ଅବଧି ପାଇଁ କାମ କରୁଛନ୍ତି ।

ଯୁବ ଅଧିକାରୀଙ୍କ ମୁତାବକ, ଏହି ସୁଧାର ଫଳରେ ସେମାନଙ୍କ କେନ୍ଦ୍ର ସରକାରଙ୍କ ବିଭିନ୍ନ କାମକୁ ଭଲଭାବେ ବୁଝିବା, ବରିଷ୍ଠ ଅଧିକାରୀଙ୍କ ସହିତ ନେଟ ବ୍ୟାଙ୍କିଙ୍ଗ କରିବା ଆଦି ବହୁତ କାର୍ଯ୍ୟ କରିବାରେ ସାହାର୍ଯ୍ୟ କରିଥାଏ । ୨୦୧୫ରେ ମୋଦି ସରକାରଙ୍କ ଦ୍ବାରା ସୁଧାର ହାଜିର କରାଯାଇଥିଲା ।  ୨୦୧୩ ବ୍ୟାଚ୍ ର ଆଇଏଏସ୍ ଅଧିକାରୀମାନଙ୍କୁ ସହାୟକ ସଚିବ ରୂପେ ନିଯୁକ୍ତି କରାଯାଇଥିଲା ।

ପ୍ରଥମେ ଜଣେ ଅଧିକାରୀଙ୍କୁ କେନ୍ଦ୍ର ସରକାରକୁ ଆସିବାକୁ ୯ବର୍ଷ ସମୟ ଲାଗୁଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ସବୁଠାରୁ ବରିଷ୍ଠ ଅଧିକାରୀଙ୍କୁ ସହିତ ଯୁବ ଅଧିକାରୀଙ୍କୁ ସ୍ଥାପିତ କରିବା ପାଇଁ ଅନୁମତି ଦେଇଛି । ୨୦୧୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅତହର ଆମିର ଖାନ୍ କହିଛନ୍ତି କି, ଏହା ଏକ ଅଦ୍ଭୁତ ସୁଧାର । ଯିଏ ଗତ ବର୍ଷ ନିଜର ତିନି ମାସର କାର୍ଯ୍ୟକ୍ରମ ପୁରା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.