Below header

କୌଣସି ବି ଚାଉଳ ନୁହେଁ ସୁଗର ଫ୍ରି , ବାଉନ୍ ରାଇସ୍ କୋଲେଷ୍ଟ୍ରଲ ମୁକ୍ତ ଦାବି ମଧ୍ୟ ମିଛ

ବଜାରରେ ଅଧିକ ଦାମରେ ବିକ୍ରି ହେଉଥିବା ବ୍ରାଉନ୍ ରାଇସକୁ ନେଇ ଦାବି ହୁଏ ଯେ ଏହା ସୁଗର ଫ୍ରି ଏବଂ ଏଥିରେ କୋଲେଷ୍ଟ୍ରଲ୍ ମାତ୍ରା କମ୍ ରହିଛି । କିନ୍ତୁ ଏହାକୁ ଭୁଲ୍ ପ୍ରମାଣିତ କରିଛି ମଦ୍ରାସ୍ ଡାଇବେଟିସ୍ ଫାଉଣ୍ଡେସନର ବିଶେଷଜ୍ଞ । ରିସର୍ଚ୍ଚରୁ ଜଣା ପଡିଛି କୌଣସି ବି ଚାଉଳ ସୁଗର ଫ୍ରି ନୁହେଁ ।

ମହଙ୍ଗା ବ୍ରାଉନ୍ ରାଇସକୁ ଖୁବ୍ ପଲିସ୍ କରାଯାଇଥାଏ । ଏହା ବ୍ୟତୀତ ବିନା କୋଲେଷ୍ଟ୍ରଲ ଏବଂ ସୁଗର ଫ୍ରି ନାମରେ ବିକ୍ରି କରାଯାଉଥିବା ଚାଉଳ ବି ଅଧା ସିଝା ହୋଇଥାଏ । ୧୫ ପ୍ରକାର ଭିନ୍ନ ଭିନ୍ନ ଚାଉଳ ନେଇ କରାଯାଇଥିବା ଗବେଷଣାରେ ଏହା ପ୍ରମାଣିତ ହୋଇଛି ।

brown  riceଏହା ବ୍ୟତୀତ ଏହି ବ୍ରାଉନ୍ ରାଇସକୁ ନେଇ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏହି ଚାଉଳକୁ ରୋଷେଇ କରିବା ସମୟରେ ଅଧିକ ମାତ୍ରାରେ ପାଣି ଟାଣିଥାଏ । ଯାହା ଫଳରେ ଷ୍ଟାର୍ଚର ମାତ୍ରା ମଧ୍ୟ ବଢିଯାଇଥାଏ । ଚାଉଳରେ ଷ୍ଟାର୍ଚର ମାତ୍ରା ବଢିଲେ ଗ୍ଲେସିମିକ୍ ଇଣ୍ଡେକ୍ସ ମଧ୍ୟ ବଢିଥାଏ । ଆଉ ବିଶେଷଜ୍ଞଙ୍କ ମତରେ କମ୍ ଗ୍ଲେସିମିକ୍ ଇଣ୍ଡେକ୍ସ ଯୁକ୍ତ ଖାଦ୍ୟ ଶରୀର ପାଇଁ ହୋଇଥାଏ ଲାଭଦାୟକ । ଗ୍ଲେସିମିକ୍ ଇଣ୍ଡେକ୍ସ ଦ୍ବାରା ହିଁ ଚାଉଳରେ କାର୍ବୋହାଇଡ୍ରେଟ୍ ବିଷୟରେ ଜଣା ପଡିଥାଏ । ଯଦି ଚାଉଳରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ଥାଏ ତେବେ ଏହାକୁ ଖାଇଲେ ରକ୍ତରେ ଗ୍ଲୁକୋଜର ମାତ୍ରା ପ୍ରଭାବିତ ହୋଇଥାଏ ।

ବିଶେଷଜ୍ଞଙ୍କ ମତରେ ପାଚନ ସମୟରେ ଚାଉଳରେ ଷ୍ଟାର୍ଚ ଗ୍ଲୁକୋଜରେ ପରିବର୍ତ୍ତନ ହୋଇଯାଇଥାଏ । ସେଥିପାଇଁ କୌଣସି ବି ଚାଉଳ ସୁଗର ଫ୍ରି ହୋଇନଥାଏ । କମ୍ ପଲିସ୍ ଯୁକ୍ତ ଚାଉଳରେ କାର୍ବୋହାଇଡ୍ରେଟ୍ ଅଧିକ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.