ଅମିତାଭଙ୍କ ଘରେ ସବୁ ଠିକ୍ ତ ! ତେବେ ଏ କାହାର ଶବକୁ କାନ୍ଧ ଦେଉଛନ୍ତି ବାପ ପୁଅ ?

ଚେହେରାରେ ଦୁଃଖ ଆଉ ଆଖିରେ ଲୁହ . . . ଏ କାହାର ଶବକୁ କାନ୍ଧ ଦେଉଛନ୍ତି ବାପ ପୁଅ ? ଅମିତାଭଙ୍କ ଘରେ ସବୁ ଠିକ୍ ଅଛି ତ ? ଯଦି ହଁ ତେବେ ଏ କିଏ ଯାହାକୁ ଅନ୍ତିମ ଯାତ୍ରାରେ ନେଇ ଯାଉଛନ୍ତି ବାପ ପୁଅ ? ସୋସିଆଲ୍ ମିଡିଆରେ ଅମିତାଭ୍ ଏବଂ ଅଭିଶେକଙ୍କ ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି କାହାର ଶବକୁ ଅନ୍ତିମ ସଂସ୍କାର ପାଇଁ ନେଇ ଯାଉଛନ୍ତି ଉଭୟ ।

ତେବେ ଏହି ଫଟୋକୁ ସେୟାର୍ କରି ପ୍ରଥମେ ଜଣେ ୟୁଜର୍ ଲେଖିଥିଲେ , ଏହା ହେଉଛି ଅମିତାଭଙ୍କ ଘରେ ଦୀର୍ଘ ବର୍ଷ ଧରି କାମ କରୁଥିବା ସହାୟକଙ୍କ ଶେଷ ଯାତ୍ରା । ତେବେ ବିଗ୍ ବିଙ୍କ ଖୁବ୍ ନିକଟତର ହୋଇଥିବାରୁ ତାଙ୍କର ଅନ୍ତିମ ସଂସ୍କାର ସମୟରେ ପହଂଚିଥିଲେ ଉଭୟ ବାପ ପୁଅ । ଦେଖୁ ଦେଖୁ କିଛି ସମୟ ମଧ୍ୟରେ ଭାଇରାଲ୍ ହୋଇଗଲା ଫଟୋ ଟି । ଲକ୍ଷ ଲକ୍ଷ ଲୋକ ଏହାକୁ ସୋସିଆଲ୍ ମିଡିଆରେ ଏହାକୁ ସେୟାର୍ କରିବାକୁ ଲାଗିଲେ । ଅମିତାଭ୍ ଏବଂ ଅଭିଶେକଙ୍କ ଏହି ବ୍ୟବହାରରେ ଖୁବ୍ ପ୍ରଭାବିତ ହୋଇଥିଲେ ଲୋକ ଏବଂ ଜବରଦସ୍ତ ପ୍ରଶଂସା କରିଥିଲେ ।

ଏହା ସହ ପଢନ୍ତୁ ସୁସ୍ମିତାଙ୍କ ଲଭ୍ ଷ୍ଟୋରୀରେ ଲାଗିଲା ବ୍ରେକ୍, ସୋସିଆଲ୍ ମିଡିଆରେ ରାଗ ଜାହିର୍ କଲେ ପ୍ରେମିକ ରୋହମନ୍

କିନ୍ତୁ ଫଟୋ ପଛର ସତ୍ୟତା କିଛି ଅଲଗା । ଯାଂଚ ପରେ ଜଣା ପଡିଲା ଏହି ଫଟୋଟି ଖୁବ୍ ପୁରୁଣା । ଆଉ ଅନ୍ତିମ ଯାତ୍ରାରେ ଥିବା ଶବ ଅମିତାଭଙ୍କ ଘରୋଇ ସହାୟକଙ୍କର ନୁହେଁ ବରଂ ସେକ୍ରେଟାରୀ ଶୀତଲ ଜୈନଙ୍କର । ଯାହାଙ୍କର ଦେହାନ୍ତ ଜୁନ ୮ ରେ ହୋଇଥିଲା । ଦୀର୍ଘ ୪୦ ବର୍ଷ ଧରି ବିଗ୍ ବିଙ୍କ ସମସ୍ତ କାମ ସମ୍ଭାଳିଥିଲେ ଶୀତଲ । ଅମିତାଭଙ୍କ ନିକଟତର ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ ଶୀତଲ୍ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଏତେ ଗଭୀର ଥିଲା ଯେ ତାଙ୍କର ଦେହାନ୍ତ ପରେ ନିଜ ବ୍ଲଗରେ ଏକ ଇମୋସନାଲ୍ ପୋଷ୍ଟ କରିଥିଲେ ବିଗ୍ ବି । ଯେଉଁଥିରେ ଶୀତଲ ଜୈନଙ୍କ ପ୍ରତି ନିଜ ଭାବନା ବ୍ୟକ୍ତ କରିଥିଲେ । ତେଣୁ ଅନ୍ତିମ ସମୟରେ ଶୀତଲଙ୍କ ସାଥିରେ ଅମିତାଭ୍ ଏବଂ ଅଭିଶେକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.