ଆଜି ବିଧାନସଭା ଅଧିବେଶନର ତୃତୀୟ ଦିନ, ପ୍ରଶ୍ନକାଳରେ ଖାଲିଥିବା RI ଓ ଅମିନ ପଦ ଉପରେ ଚାଲିଛି ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍): ବିଧାନସଭା ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ସ୍ୱାଭାବିକ ଭାବେ ଚାଲିଛି ପ୍ରଶ୍ନକାଳ। ରାଜସ୍ୱ ବିଭାଗ ଉପରେ ଆଲୋଚନା ଚାଲିଛି। ଖାଲିଥିବା RI ଓ ଅମିନ ପଦ ଉପରେ ଆଲୋଚନା ଚାଲିଛି। ଉତ୍ତର ରଖୁଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ସାରା ରାଜ୍ୟରେ ୨ହଜାର ୪୫୩ଟି ମଞ୍ଜୁରୀପ୍ରାପ୍ତ RI ପଦବୀ ରହିଛି। ସେଥିମଧ୍ୟରୁ ୫୦୩ଟି ପଦବୀ ଖାଲିପଡିଛି। ସେହିପରି ଦାରିଦ୍ର‌୍ୟ ସୀମାରେଖା ତଳେଥିବା ଲୋକଙ୍କ ସଂଖ୍ୟା ନେଇ ମଦ୍ୟ ପ୍ରଶ୍ନକାଳରେ ଆଲୋଚନା କରାଯାଇଥିଲା। ଦାରିଦ୍ର‌୍ୟ ସୀମାରେଖା ତଳେଥିବା ଲୋକଙ୍କ ସଂଖ୍ୟା୨୪.୬୨% ହ୍ରାସ ପାଇଛି। ୨୦୦୪-୦୫ରେ ରାଜ୍ୟରେ ୫୭.୨୦% ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ଥିଲେ। ୨୦୧୨-୧୩ରେ ୩୨.୫୯ପ୍ରତିଶତ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଛନ୍ତି।

Leave A Reply

Your email address will not be published.