ଡାଇବେଟିସ ରୋଗୀ କରନ୍ତୁ ଏହି ଯୋଗାସନ, ଶୁଗାର ରହିବ କଣ୍ଟ୍ରୋଲରେ

ଡାଇବେଟିସ୍‌ ସମସ୍ୟା ସାଧାରଣତଃ ଦୁର୍ବଳ ମେଟାବଲିଜିମ କାରଣରୁ ହୋଇଥାଏ । ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜୀବନଚର୍ଯାରେ ଅନିୟମିତତା ଓ ଭୂଲ ଖାଦ୍ୟ ଗ୍ରହଣ ଏହାର ମୁଖ୍ୟ କାରଣ । ଯେଉଁଥିପାଇଁ ସୁଗାର ଲେଭଲ ନିୟନ୍ତ୍ରଣରେ ରୁହେନି । ହେଲେ ଆଜି ଆପଣଙ୍କୁ ଏପରି କିଛି ହେଲ୍‌ଥ ଟିପ୍ସ ଦେବୁ ଯାହା ଆପଣଙ୍କ ଶୁଗାର ଲେଭଲକୁ ବଢ଼ିବାକୁ ଦେବନି । ଏମିତିରେ ବହୁତ ଯୋଗାସନ ରହିଛି ଯାହା ଆମର ଶୁଗାର ଲେଭଲ କୁ ସହଜରେ କମାଇ ଦେଇପାରେ ।

ହଳାସନ :

ହଳାସନ କରିବା ପାଇଁ ଭୂମି ଉପରେ ଉପରକୁ ମୁହଁ କରି ଶୋଇ ପଡ଼ନ୍ତୁ । ଏହାପରେ ଶ୍ୱାସ ନିଅନ୍ତୁ ଓ ଆପଣଙ୍କ ଦୁଇ ଗୋଡ଼କୁ ୯୦ ଡିଗ୍ରୀ ପର୍ଯ୍ୟନ୍ତ ଉପରକୁ ଉଠାନ୍ତୁ । ଏବେ ଆପଣଙ୍କ କମର ଓ ହିପ୍ସକୁ ହାତ ଜରିଆରେ ଅଟକାଇ ରଖନ୍ତୁ । ଏହାପରେ ଆପଣଙ୍କ ଗୋଡ଼କୁ ମୁଣ୍ଡ ଉପର ଦେଇ ସିଧା ପଛକୁ ନେଇ ଯାଆନ୍ତୁ । କିଛି ସମୟ ଏହି ମୁଦ୍ରାକୁ କରି ରଖନ୍ତୁ । ପୁଣି ପୂର୍ବ ଅବସ୍ତାକୁ ଆସି ବିଶ୍ରାମ ନିଅନ୍ତୁ । ଏମିତି ୫ ଥର ଯାଏ କରିପାରିବେ ।

halasana
p.c : healthshots

ସର୍ବାଙ୍ଗ ଆସନ :

ଏହି ଆସନକୁ କରିବାକୁ ହେଲେ ପ୍ରଥମେ ଭୂମି ଉପରେ ଉପରକୁ ମୁହଁ କରି (ଚିତ୍‌ ହୋଇ) ଶୋଇ ପଡ଼ନ୍ତୁ । ଏହାପରେ ଆପଣ ଦୁଇଟି ଗୋଡକୁ କମର, ହିପ୍ସ ଓ କାନ୍ଧ ସାହାଯ୍ୟରେ ଉପର ଆଡ଼କୁ ଉଠାନ୍ତୁ । ଆପଣଙ୍କ କମରକୁ ହାତ ଦ୍ୱାରା ସପୋର୍ଟ ଦିଅନ୍ତୁ । ଯେପରି ନିଜର ବାଲାନ୍ସ ଜାରି ରହିବ । ଏହି ସମୟରେ ଆପଣଙ୍କ ମୁଣ୍ଡ ଓ ବେକ ଉପରେ କୌଣସି ଚାପ ଦିଅନ୍ତୁ ନାହିଁ । ଏହାକୁ ଫ୍ରି ରହିବାକୁ ଦିଅନ୍ତୁ । ଏବେ ଆପଣଣଙ୍କ ଗୋଡ଼କୁ ଯେତେ ଉପରକୁ ଉଠାଇ ପାରିବ ଉଠାନ୍ତୁ । ଏହାପରେ ବିଶ୍ରାମ ମୁଦ୍ରାକୁ ଆସି ଆରାମ କରନ୍ତୁ । ଆପଣଙ୍କ କ୍ଷମତା ଅନୁସାରେ ଯେତେ ଥର ପାରିବେ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.