ଗରମ ଖାଦ୍ୟ ଖାଇବା ସମୟରେ ଜିଭ ପୋଡି ଯାଉଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଅନେକ ଥର ଆମେ ଗରମ ଚା କିମ୍ବା ଖାଦ୍ୟ ଖାଇଥାଉ ଯେଉଁଥି ପାଇଁ ଆମ ଜିଭ ଜଳିଯାଏ । ସେଥିପାଇଁ କୁହାଯାଏ ଯେ ଅତ୍ୟଧିକ ଗରମ ଖାଦ୍ୟ ଖାଇବା କ୍ଷତିକାରକ ହୋଇଥାଏ ।

ଗରମ ଖାଦ୍ୟ ଏବଂ ପାନୀୟ ଯୋଗୁଁ ଆମ ଜିଭ ପ୍ରାୟତଃ ଜଳିଯାଏ । ଅନେକ ଥର ଆମେ ଗରମ ଚା କିମ୍ବା ଖାଦ୍ୟ ଖାଇଥାଉ ଯେଉଁଥି ପାଇଁ ଆମ ଜିଭ ଜଳିଯାଏ । ସେଥିପାଇଁ କୁହାଯାଏ ଯେ ଅତ୍ୟଧିକ ଗରମ ଖାଦ୍ୟ ଖାଇବା କ୍ଷତିକାରକ ହୋଇଥାଏ । ଜିଭ ଜଳିବା ଦ୍ୱାରା ଖାଇବା, ପିଇବା ଏବଂ କହିବାରେ ବହୁତ ଅସୁବିଧା ହୋଇଥାଏ । ଏପରି ପରିସ୍ଥିତିରେ ଜିଭକୁ ତୁରନ୍ତ ଠିକ୍‌ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଜିଭକୁ ଭଲ କରିବା ପାଇଁ ଆମେ ସାଧାରଣତଃ ବଜାରରେ ଔଷଧପାଇଥାଉ, କିନ୍ତୁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପଚାର କହିବୁ, ଯାହାର ବ୍ୟବହାର କରି ଆପଣ ଜିଭ ଜଳିବାରୁ ମୁକ୍ତି ପାଇବେ । ତାହେଲେ ଆସନ୍ତୁ ଜାଣିବା ଯେ ସେହି ଘରୋଇ ଉପଚାର ଗୁଡିକ କ’ଣ ହୋଇଥାଏ ।

ଥଣ୍ଡା ପାଣି ପିଇବା :
ଜିଭ ଜଳିବା ସମୟରେ ଆପଣ ଧୀରେ ଧୀରେ ଥଣ୍ଡା ପାଣି ପିଇପାରିବେ, ଯାହାଦ୍ୱାରା ଆପଣଙ୍କ ଜଳୁଥିବା ଜିଭକୁ ଆରମ ମିଳିବ । ଥଣ୍ଡା ପାଣି ଜିଭରେ ଜଳିଯାଇଥିବା ଅଂଶକୁ ଥଣ୍ଡା କରିଥାଏ, ଯାହାଦ୍ୱାରା ଜଳୁଥିବା ସମୟରେ କମ୍‌ କଷ୍ଟ ଅନୁଭବ ହେବ । ଏହା ବ୍ୟତୀତ, ଥଣ୍ଡା ପାଣିରେ ବରଫ କ୍ୟୁବ୍ ପକାଇ ପିଇଲେ, ଆପଣଙ୍କୁ ସେଥିରୁ ଆରମ ମିଳିବ । ଥଣ୍ଡା ପାଣିରେ ମିଶ୍ରିତ ଲୁଣ ସହିତ ଗାର୍ଲିଂ କରିବା ମଧ୍ୟ ଜଳୁଥିବା ଅଂଶକୁ ଏବଂ ଯନ୍ତ୍ରଣାରେ ଆରାମ ଦେଇଥାଏ । ତେଣୁ ଜିଭ ଜଳିବା ସମୟରେ ଥଣ୍ଡା ପାଣିର ବ୍ୟବହାର ପ୍ରଭାବଶାଳୀ ହୋଇଥାଏ ।

ଦହୀ ଓ କ୍ଷୀର :
ଦହି କିମ୍ବା କ୍ଷୀର ପିଇବା ଦ୍ୱାରା ଜଳିଯାଇଥିବା ଜିଭକୁ ଆରାମ ମିଳିଥାଏ । ଏଥିରେ ଥିବା ପ୍ରୋବୋଟିକ୍ସ ଜିଭକୁ ଥଣ୍ଡା କରିପାରେ । ଯାହାଫଳରେ ଆପଣ ସେହି ଯନ୍ତ୍ରଣାରୁ ବହୁତ ଆରମ ପାଇବେ ।

ଘିଅ :
ଯେତେବେଳେ ଜିଭ ଜଳିଯାଏ, ସେତେବେଳେ ଆପଣ ଘିଅକୁ ତରଳେଇ ତାକୁ ଜିଭରେ ଲଗାଇଲେ, ଜଳୁଥିବା ସେନ୍ସେସ୍‌ରୁ ଆରମ ମିଳିଥାଏ । କାରଣ ଘିଅରେ ଏପରି କିଛି ଜିନିଷ ଥାଏ, ଯାହା ଆପଣଙ୍କ ଜିଭକୁ ଜଳିବାରୁ ମୁକ୍ତି ଦେଇଥାଏ । ଏହା ବ୍ୟତୀତ ଘିଅରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ରହିଥାଏ ଯାହା ଜିଭର ଜଳିଯାଇଥିବା ଅଂଶକୁ ଜଳିବାରୁ ରକ୍ଷା କରିଥାଏ ।

ଲେମ୍ବୁ ରସ :
ଯେତେବେଳେ ଜିଭ ଜଳିଯାଏ, ସେଥିରେ ଲେମ୍ବୁ ରସ ଲଗାଇବା ଲାଭଦାୟକ ହୋଇଥାଏ । ଲେମ୍ବୁରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଗୁଣ ରହିଥାଏ, ଯାହା ଜିଭରେ ଜଳିଯାଇଥିବା ପୃଷ୍ଠକୁ ଭଲ କରିବାରେ ସାହାଯ୍ୟ କରିଥାଏ ।

ମିସିରି ଏବଂ ଶୁଖିଲା ଅଦା :
ମିସିରି ଏବଂ ଶୁଖିଲା ଅଦା ପାଉଡରର ମିଶ୍ରଣକୁ ଚୋବାଇଲେ ମଧ୍ୟ ଆରାମ ମିଳିଥାଏ । ଶୁଖିଲା ଅଦାରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି, ଯାହା ଜିଭକୁ ଜଳିବାରୁ ରକ୍ଷା କରିଥାଏ ।

ଲୁଣ ପାଣିରେ ଗାର୍ଗଲିଂ କରନ୍ତୁ :
ଲୁଣ ପାଣିରେ ଗାର୍ଗଲିଂ କରିବା ଦ୍ୱାରା ଜିଭର ଫୁଲା ଏବଂ ଯନ୍ତ୍ରଣା ମଧ୍ୟ କମିଯାଏ । ସେଥିପାଇଁ ଆପଣ ଜିଭ ଜଳିଗଲେ ଲୁଣ ପାଣିରେ ଗାର୍ଗଲିଂ କରିପାରିବେ । ଯାହାଫଳରେ ଆପଣ ଆରମ ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.