ପାଦ ତଳେ ଜଳାପୋଡ଼ା ଅନୁଭବ କରୁଛନ୍ତି କି? ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

କେବେ କେବେ ହାତ ଏବଂ ପାଦର ତଳ ଭାଗରେ ଜଳାପୋଡ଼ା ଅନୁଭବ ହୋଇଥାଏ। ସାଧାରଣତଃ ଗରମ ଦିନେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ବେଳେ ବେଳେ ଅତ୍ୟଧିକ କାମ କରି ଦୁର୍ବଳ ଲାଗିବା କାରଣରୁ ପାଦ ତଳ ଜଳାପୋଡ଼ା ହୋଇଥାଏ। ଶରୀରରେ ପାଣିର ଅଭାବ କିମ୍ବା ରକ୍ତ ସଂଚାର ସଠିକ୍‌ ଭାବେ ନହେବା ଦ୍ୱାରା କିମ୍ବା ଅଧିକ ମାତ୍ରାରେ ଆଲକହଲ୍‌ ସେବନ କରିବା ଦ୍ୱାରା ମଧ୍ୟ ପାଦ ତଳ ଜ୍ୱଳନ ଅନୁଭବ ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ କିଛି ଘରୋଇ ଉପାୟ ମଧ୍ୟ ଆପଣାଇପାରିବେ, ଯାହା ଦ୍ୱାରା ଆପଣଙ୍କୁ ତୁରନ୍ତ ଆରାମ ମିଳିବ। ତେବେ ଆସନ୍ତୁ ଜାଣିବା କ’ଣ ସେହି ଘରୋଇ ଉପଚାର ।

feetsଲୋକମାନେ ବହୁତ ପୂର୍ବରୁ ମେହେନ୍ଦୀର ବ୍ୟବହାର କରିଆସୁଛନ୍ତି । ମେହେନ୍ଦୀରେ ଥଣ୍ଡା ଗୁଣ ରହିଥାଏ । ପାଦ ତଳେ ଜଳାପୋଡ଼ା ହେବା ଦ୍ୱାରା ମେହେନ୍ଦୀ ପତ୍ରକୁ ବାଟି ତା’ର ପେଷ୍ଟ ଲଗାନ୍ତୁ । ଏପରି କରିବା ଦ୍ୱାରା ଜଳାପୋଡ଼ା କମ ହେବା ସହ ଦୁର୍ବଳତା ଦୂର ହୋଇଥାଏ ।
ପାନମଧୁରୀ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହିକାରଣରୁ ଏହାକୁ ଗରମ ଦିନେ ସେବନ କରାଯାଇଥାଏ । ପାଦ ତଳ ଏବଂ ହାତ ଜଳାପୋଡ଼ାରୁ ରକ୍ଷା ପାଇବା ପାଇଁ ପାନମଧୁରୀ, ଧନିଆ ଏବଂ ମିଶ୍ରିକୁ ସମାନ ପରିମାଣରେ ନେଇ ଗ୍ରାଇଣ୍ଡିଂ କରି ପାଉଡର ପ୍ରସ୍ତୁତ କରନ୍ତୁ । ଏବେ ଏହି ପାଉଡରକୁ ଗୋଟିଏ ଗୋଟିଏ ଚାମଚ ସେବନ କରନ୍ତୁ । ଏପରି କରିବା ଦ୍ୱାରା କିଛି ଦିନ ଭିତରେ ଆପଣଙ୍କୁ ଆରାମ ମିଳିବ ।

handସକାଳୁ ଚାଲିବା ଶରୀର ପାଇଁ ବହୁତ ଭଲ ହୋଇଥାଏ । ସକାଳୁ ଖାଲି ପାଦରେ ଘାସ ଉପରେ ଚାଲିବା ଉଚିତ । ଏହାଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଏହାଦ୍ୱାରା ପାଦରେ ହେଉଥିବା ଜଳାପୋଡ଼ାରୁ ମଧ୍ୟ ରକ୍ଷା ମିଳିଥାଏ। ସେହିଭଳି ଯଦି ଆପଣ ବହୁତ ଦୁର୍ବଳ ଅନୁଭବ କରୁଥାନ୍ତି ତେବେ ପାଦ ତଳେ ନଡ଼ିଆ ତେଲ ମାଲିସ କରନ୍ତୁ। ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହେବା ସହ ଜ୍ୱଳନ ସମସ୍ୟା ଦୂର ହୋଇଥାଏ। ଏଥିସହ ନିଦ ମଧ୍ୟ ଭଲ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.