ଭାରତରେ ଶସ୍ତା ହେଲା Oppo ଡୁଆଲ ସ୍କ୍ରିନ କ୍ଯାମେରା ଥିବା ଏହି ସ୍ମାର୍ଟଫୋନ, ଆଜି ହିଁ କିଣନ୍ତୁ

ଆପଣ ଯଦି ଫୋନ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। Oppo F17 Pro ମୂଲ୍ଯ ଭାରତରେ କମ୍ ହୋଇଯାଇଛି। ଏହି ସ୍ମାର୍ଟଫୋନ ଗତ ସେପ୍ଟେମ୍ବରରେ ଲଞ୍ଚ ହୋଇଥିଲା। ଲଞ୍ଚ୍ ବେଳେ ଏହାର ୮ଜିବି+୧୨୮ଜିବି ଭାରିଅଣ୍ଟର ଦାମ୍ ୨୨,୯୯୦ ଟଙ୍କା ରହିଥିଲା। ଏବେ ଏହାର ଦାମ୍ ୨୧,୪୯୦ ଟଙ୍କା ହୋଇଛି। ଏହି ସ୍ମାର୍ଟଫୋନକୁ ଆପଣ ଯେକୌଣସି ଅଫଲାଇନ ଷ୍ଟୋର କିମ୍ବା ଆମାଜନ ଏବଂ ଫ୍ଲିପକାର୍ଟରୁ କିଣିପାରିବେ।

ସ୍ପେସିଫିକେସନ :

ଡୁଆଲ ସିମ୍ ସପୋର୍ଟ ସ୍ମାର୍ଟଫୋନ ଆଣ୍ଡ୍ରଏଡ୍ ୧୦ ବେସଡ colorOS 7.2 କାମ କରିଥାଏ, ଯେଉଁଥିରେ ୬୦ Hz ରିଫ୍ରେଶ ରେଟ୍ ସହିତ ୬.୪୩ ଇଞ୍ଚର ଫୁଲ୍ ଏଚଡି ଡିସପ୍ଲେ, ସୁପର AMOLED ଡିସପ୍ଲେ ରହିଛି। ଏଥିରେ ୮ ଜିବି ରାମ ସହିତ MediaTekHelia P95 ପ୍ରୋସେସର ରହିଛି।

oppo

ଫଟୋଗ୍ରାଫି ପାଇଁ ରିଅର କ୍ବାଡ କ୍ଯାମେରା ସେଟଅପ୍ ରହିଛି। ଏହାର ପ୍ରାଇମେରୀ କ୍ଯାମେରା ୪୮ ଏମପି ର ରହିଛି। ଏହାଛଡା ଫ୍ରଣ୍ଟରେ ୧୬ ମେଗାପିକ୍ସେଲ ଏବଂ ୨ ମେଗାପିକ୍ସେଲର କ୍ଯାମେରା ରହିଛି। ଯାହାର ଇଣ୍ଟରନାଲ ମେମୋରୀ ୧୨୮ ଜିବିର ରହିଛି। ଏହି ଫୋନର ବ୍ଯାଟେରୀ ୪,୦୧୫ mAh ରହିଛି। ଏଥିରେ ୩୦W VOOC ଫ୍ଲାସ ଚାର୍ଜ ୪.୦ର ସପୋର୍ଟ ରହିଛି। ଫୋନରେ କନେକ୍ଟିଭିଟି ପାଇଁ 4G VoLTE, WI-FI, ବ୍ଲୁଟୁଥ v5.1, GPS/A-GPS ଏବଂ ୩.୫ ଏମ୍ଏମ ହେଡଫୋନ ଜ୍ଯାକ୍ ସପୋର୍ଟ ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.