ବାସ୍ତୁ ସମସ୍ୟାକୁ ଦୂର କରିବ ମହୁ, ଜାଣନ୍ତୁ କେମିତି ?

ମହୁ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ସଭିଏଁ ଜାଣନ୍ତି। ଏହା ଅନେକ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଆପଣ ହୁଏତ ଜାଣିନଥିବେ ଯେ ଏହା ସ୍ବାସ୍ଥ୍ୟ ସହିତ ବାସ୍ତୁଶାସ୍ତ୍ରରେ ମଧ୍ୟ ଏହାର ମହତ୍ତ୍ବ ଭୂମିକା ରହିଛି। ବାସ୍ତୁ ଅନୁଯାୟୀ ମହୁର ଅନେକ ବିଶେଷତ୍ୱ ରହିଛି। ଗୃହରେ ମହୁ ରଖିବା ଦ୍ୱାରା ଅନେକ ଲାଭ ମିଳିଥାଏ।

-ଶନିବାର ଦିନ ଶନିଙ୍କ ନିକଟରେ କଳା ବିରିରେ ଦହି ଓ ମହୁ ମିଶାଇ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ପରିବାରରେ ଶାନ୍ତି, ସନ୍ତାନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।

-ଯଦି ଆପଣଙ୍କର ଅଯଥାରେ ଧନ ଖର୍ଚ୍ଚ ହେଉଥାଏ, ଯେତେ ଚେଷ୍ଟା କଲେ ମଧ୍ୟ ଧନ ସଞ୍ଚୟ କରି ରଖିପାରୁ ନାହାନ୍ତି, ତେବେ ଏଭଳି ସମସ୍ୟରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମହୁ ରଖିବା ଉଚିତ।

-ମହୁରେ ଥିବା ସକରାତ୍ମକ ଶକ୍ତି ଘରର ନକରାତ୍ମକ ଶକ୍ତିକୁ ଦୂର କରିଥାଏ। ଫଳରେ ଆର୍ଥିକ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

ଏହା ସହ ପଢ଼ନ୍ତୁ : ନଡ଼ିଆ ପାଣିରେ ମହୁ ମିଶାଇ ପିଅନ୍ତୁ , ଏହା ଦୂର କରିବ ବିଭିନ୍ନ ସମସ୍ୟା

-ମହୁ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ଏହା ଓଜନ ହ୍ରାସ କରିବା ସହ ମୁହଁର ଚମକ ବୃଦ୍ଧି କରିଥାଏ।

-ଗୃହରେ ମହୁ ରଖିବା ଦ୍ୱାରା ଶନିଦେବ ଖୁସି ହୋଇଥାଆନ୍ତି। ତାଙ୍କ କୃପା ସର୍ବଦା ପରିବାର ଉପରେ ରହିଥାଏ। ଶନିଙ୍କ କୌଣସି କୁପ୍ରଭାବ ଗୃହରେ ପଡ଼ିନଥାଏ। ଜାତକରେ ଶନିଙ୍କ ସ୍ଥିତି ମଧ୍ୟ ଭଲ ରହେ।

-ଯଦି ଆପଣଙ୍କ ମନରେ ସର୍ବଦା କୁଚିନ୍ତା ଓ ମନ ଅଶାନ୍ତ, ଗୃହରେ କଳହ ଲାଗି ରହୁଥାଏ, ତେବେ ଘରର ସମସ୍ତ ସଦସ୍ୟ କିଛି ପରିମାଣରେ ମହୁ ଖାଆନ୍ତୁ। ଏପରି କରିବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.