ଚେହେରାରେ ଗ୍ଲୋ ଆଣିବାକୁ ଚାହୁଁଥିଲେ କଫିକୁ ଏମିତି କରନ୍ତୁ ବ୍ୟବହାର, ଫେରି ଆସିବ ଚମକ

ପ୍ରତିଟି ମହିଳା ଗ୍ଳୋଇଂଗ ତଥା ଚମକଦାର ତ୍ୱଚା ଚାହାନ୍ତି । ଏଥିପାଇଁ ନିଜ ଚେହେରାରେ ଭଳି କି ଭଳି ଫେସ ପ୍ରଡକ୍ଟ ବ୍ୟବହାର କରନ୍ତି । କିନ୍ତୁ ଜାଣନ୍ତିକି ମାତ୍ର କେତୋଟି ଆଇସ କ୍ୟୁବ ବ୍ୟବହାର କରି ଆପଣ ନିଜ ତ୍ୱଚାରେ ଚମକ ଆଣିପାରିବେ । କଫି ଚେହେରା ପାଇଁ ଖୁବ ଲାଭଦାୟୀ ହୋଇଥାଏ । ଆପଣଙ୍କ ତ୍ୱଚାର ଚମକ ଆଣିବା ପାଇଁ ଏହା ସାହାଯ୍ୟ କରିବ । ଏହା ବ୍ୟତୀତ ପିଗମେଣ୍ଟେସନ ବି ଦୂର କରିବ । ସ୍କ୍ରବ ଭଳି ଆପଣ ଏହାକୁ ନିଜ ଚେହେରାରେ ଲଗେଇ ପାରିବେ । କଫିରେ ବ୍ଲିଚିଙ୍ଗ ସମେତ ଆଣ୍ଟିଏଜିଙ୍ଗ ପ୍ରପର୍ଟି ମିଳିଥାଏ । ଯାହାକି ବୟସ ପୂର୍ବରୁ ପଡୁଥିବା ଦାଗ, କଳା ଦାଗ ପରି ସମସ୍ୟାକୁ ଦୂର କରିଥାଏ । ଆପଣ ନିୟମିତ ଭାବେ ଏହାକୁ ନିଜ ମୁହଁରେ ଘଷି ପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହାକୁ ପ୍ରସ୍ତୁତ କରିବେ ଆଉ କେମିତି କରିବେ ବ୍ୟବହାର ।

ଆବଶ୍ୟକୀୟ ସାମଗ୍ରୀ:

ଅର୍ଗାନିକ କଫି- 2 ରୁ 3 ଚାମଚ

ଗରମ ପାଣି- 2 କପ

ମହୁ- ଗୋଟେ ଚାମଚ

coffee ice cube one

ବ୍ୟବହାର କରିବା ବିଧି:

– ପ୍ରଥମେ ଗରମ ପାଣିରେ କଫି ଓ ମହୁକୁ ମିଶାଇ ଦିଅନ୍ତୁ |

– ଏହା ପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ | ଥଣ୍ଡା ହେବା ପରେ ଆଇସ ଟ୍ରେରେ ମିଶାନ୍ତୁ ଆଉ ଫ୍ରିଜରରେ ରଖି ଦିଅନ୍ତୁ |

– ମୁହଁରେ ଲଗେଇବା ପୂର୍ବରୁ ପ୍ରଥମେ ସାଧା ପାଣିରେ ଧୋଇ ଦିଅନ୍ତୁ |

– ପୁଣି କୌଣସି ଏକ କପଡ଼ାରେ କଫି କ୍ୟୁବକୁ ଗୁଡ଼ାଇ ଦିଅନ୍ତୁ |

– ଏହା ପରେ 4 ରୁ 5 ମିନିଟ ଧରି ନିଜ ସ୍କିନରେ ମସାଜ କରନ୍ତୁ |

– 10 ରୁ 15 ମିନିଟ ପାଇଁ ଛାଡି ଦିଅନ୍ତୁ | ପୁଣି ଥରେ ପାଣିରେ ଧୋଇ ଦିଅନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.