ରୋଷେଇ ଘରେ ଅତ୍ୟଧିକ ଅସରପା ହେଉଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଗ୍ରୀଷ୍ମ ସମୟରେ ଅସରପାର ଅଧିକ ସମସ୍ୟା ହୋଇଥାଏ । ଯାହା ଫଳରେ ଏହା କେବଳ ଘରେ ମଇଳା କରନ୍ତି ନାହିଁ ବରଂ ଖାଦ୍ୟ ସାମଗ୍ରୀରେ ଅସରପା ବୁଲିବାର ଭୟ ମଧ୍ୟ ସୃଷ୍ଟି କରନ୍ତି । ଅନେକ ଥର ରାତିରେ ଘରେ ସବୁ ସ୍ଥାନରେ ଅସରପା ବୁଲୁଥିବାର ଦେଖିବାକୁ ମିଳିଥାଏ । ତେବେ ଅସରପା ଏତେ ବଢି ଯାଆନ୍ତି ଯେ ଏହା ରୁମ୍‌ ଏବଂ ବାଥରୁମରେ ମଧ୍ୟ ପହଞ୍ଚଯାହାନ୍ତି । ଯାହା ଫଳରେ ଆପଣମାନେ ଘରେ ଏଥି ଯୋଗୁ ଅନେକ ଅସୁବିଧା ଏବଂ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ସମସ୍ତ ଲୋକଙ୍କୁ ନିଜ ଘରର ରୋଷେଇ ଘରକୁ ସଫା ରଖିବାକୁ ପସନ୍ଦ ହୋଇଥାଏ । କିନ୍ତୁ ରୋଷେଇ ଘରେ ଖାଇବା ରଖିଥିବା ସ୍ଥାନରେ ପ୍ରାୟତଃ ଅସରପାମାନେ ବୁଲିଥାନ୍ତି । ଅଧିକାଂଶ ଅସରପା ବେସିନ୍‌ ଏବଂ ବାଥରୁମର ଆଖପାଖରେ ଦେଖିବାକୁ ମିଳିଥାଏ । ବେଳେବେଳେ ଏହି ସମସ୍ୟା ଏତେ ବଢିଯାଏ ଯେ ଅସରପାକୁ ନିଜ ରୋଷେଇ ଘରୁ ବାହାର କରିବା ପାଇଁ କିଛି ବ୍ୟବସ୍ଥା କରିବାକୁ ପଡିଥାଏ । ତେବେ ଗ୍ରୀଷ୍ମ ସମୟରେ ଅସରପାର ଅଧିକ ସମସ୍ୟା ହୋଇଥାଏ । ଯାହା ଫଳରେ ଏହା କେବଳ ଘରେ ମଇଳା କରନ୍ତି ନାହିଁ ବରଂ ଖାଦ୍ୟ ସାମଗ୍ରୀରେ ଅସରପା ବୁଲିବାର ଭୟ ମଧ୍ୟ ସୃଷ୍ଟି କରନ୍ତି । ଅନେକ ଥର ରାତିରେ ଘରେ ସବୁ ସ୍ଥାନରେ ଅସରପା ବୁଲୁଥିବାର ଦେଖିବାକୁ ମିଳିଥାଏ । ତେବେ ଅସରପା ଏତେ ବଢି ଯାଆନ୍ତି ଯେ ଏହା ରୁମ୍‌ ଏବଂ ବାଥରୁମରେ ମଧ୍ୟ ପହଞ୍ଚଯାହାନ୍ତି । ଯାହା ଫଳରେ ଆପଣମାନେ ଘରେ ଏଥି ଯୋଗୁ ଅନେକ ଅସୁବିଧା ଏବଂ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ? ତାହେଲେ ଆସନ୍ତୁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହାକୁ ଫଲୋ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଯାହାଫଳରେ ଆପଣ ରାତିରେ ଏହି ଉପାୟ ଆପଣାଇପାରିବେ ଏବଂ ଦେଖିବେ ଘରେ ଥିବା ସମସ୍ତ ଅସରପା ସକାଳକୁ ମୃତ ହୋଇଯାଇଥିବେ । ତାହେଲେ ଆସନ୍ତୁ ଏହି ଉପଚାର ବିଷୟରେ ବିଶେଷ ଭାବେ ଜାଣିବା ।

ଜାଣନ୍ତୁ ଅସରପାରୁ କିପରି ମୁକ୍ତି ପାଇବେ :

ବୋରିକ୍ ଏସିଡ୍ : ଅସରପାମାନଙ୍କୁ ଘଉଡାଇବା ପାଇଁ ଏହା ଏକ ଭଲ ଉପାୟ, ଯାହାକୁ ଆପଣ ଫଲୋ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ବୋରିକ୍ ଏସିଡ୍ ଅସରପାକୁ ସମ୍ପୂର୍ଣ୍ଣ ରୂପେ ମାରିଦିଏ । ଏଥିପାଇଁ ଆପଣ ବୋରିକ୍ ଏସିଡ୍ ପାଉଡର ବ୍ୟବହାର କରି ଏହି ସବୁ ସମସ୍ୟାରୁ ବଞ୍ଚିପାରିବେ । ତେବେ ଏହି ପାଉଡରରେ ସମାନ ପରିମାଣର ଅଟା ମିଶାଇ ଏହାର ଗୋଳା ପ୍ରସ୍ତୁତ କରନ୍ତୁ । ଏହା ସହ ଅସରପା ଆସୁଥିବା ସ୍ଥାନରେ ସେହି ଗୋଳାକୁ ରଖନ୍ତୁ । ଯାହା ଫଳରେ ସକାଳକୁ ରୋଷେଇ ଘରେ ଥିବା ସମସ୍ତ ଅସରପା ମରିଯିବେ ଏବଂ ଏହାର କିଛି ଦିନ ମଧ୍ୟରେ ସମସ୍ତ ଅସରପା ନଷ୍ଟ ହୋଇଯିବେ ।

ବେକିଂ ସୋଡା : ଅସରପାମାନଙ୍କୁ ଘଉଡାଇବା ପାଇଁ ବେକିଂ ସୋଡା ମଧ୍ୟ ବ୍ୟବହୃତ କରିପାରିବେ । ଏଥିପାଇଁ ଆପଣଙ୍କୁ ବେକିଂ ସୋଡା ରେ ଚିନି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବାକୁ ପଡିବ । ଏହା ପରେ ଏହାକୁ ସେହି ସ୍ଥାନରେ ରଖନ୍ତୁ ଯେଉଁଠାରେ ଅସରପା ରହୁଛନ୍ତି । ଏହାଦ୍ୱାରା ଅସରପାମାନେ ପଳାଇଯିବେ ଏବଂ ଧୀରେ ଧୀରେ ରୋଷେଇ ଘରକୁ ଆଉ ଆସିବେ ନାହିଁ ।

ଭିନେଗାର : ପ୍ରାୟତଃ ମଇଳା ହୋଇଥିବା ସ୍ଥାନରେ ଅଧିକାଂଶ ଅସରପା ରହିଥାନ୍ତି । ତେବେ ଅସରପାମାନେ ବେସିନ୍‌ ଏବଂ ବାଥରୁମରୁ ଭିତରୁ ଘରକୁ ଆସିବା ଆରମ୍ଭ କରନ୍ତି । ଏଥିପାଇଁ ଆପଣ ଭିନେଗାର ବ୍ୟବହାର କରନ୍ତୁ । କିଛି ଉଷୁମ ପାଣିରେ ଭିନେଗାର ମିଶାନ୍ତୁ ଏବଂ ଏହାକୁ ଡ୍ରେନ୍ ତଳେ ଢାଳନ୍ତୁ । ଏହା ସହିତ ଭିତରେ ଲୁଚି ରହିଥିବା ସମସ୍ତ ଅସରପା ବାହାରକୁ ଆସିଯିବେ ଏବଂ ନଷ୍ଟ ହୋଇଯିବେ ।

ଲେମ୍ବୁ ଏବଂ ସୋଡା : ଲେମ୍ବୁ ଏବଂ ବେକିଂ ସୋଡା ମଧ୍ୟ ଅସରପାମାନଙ୍କୁ ଘଉଡାଇବା ପାଇଁ ବ୍ୟବହାର କରାଯାଇପାରିବ । ଏଥିପାଇଁ ଆପଣଙ୍କୁ ଉଭୟ ଜିନିଷ ମିଶାଇ ଏକ ପାଣି ପ୍ରସ୍ତୁତ କରିବାକୁ ପଡିବ ଏବଂ ତାପରେ ଏହାକୁ ଅସରପା ଉପରେ ପକାନ୍ତୁ । ଯାହାଫଳରେ ଅସରପାମାନେ ମରିଯିବେ ଏବଂ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବେ । ତେବେ ଯଦି ଆପଣ ମଧ୍ୟ ଏହି ସମସ୍ତ ସମସ୍ୟାରୁ ସମ୍ମୁଖୀନ ହେଉଛନ୍ତି, ତାହେଲେ ଏହି ସମସ୍ତ ଘରୋଇ ଉପଚାର ଆପଣାନ୍ତୁ । ଯାହା ଦ୍ୱାରା ଆପଣ ଅସରପା ଯୋଗୁ ହେଉଥିବା ସମସ୍ୟାରୁ ମୁକ୍ତି ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.