ଟୁଥ ବ୍ରଶରେ ଥାଏ ବିପଜ୍ଜନକ ଜୀବାଣୁ , ଜାଣନ୍ତୁ କିପରି ଟୁଥ୍‌ ବ୍ରଶ ସଫା ରଖିବେ

ଅଧିକାଂଶ ଲୋକ ସକାଳ ସମୟରେ ଯେତେବେଳେ ବ୍ରଶ କରିବା ପାଇଁ ବାହାରି ଥାନ୍ତି ସେତେବେଳେ ହିଁ ଟୁଥ୍ ବ୍ରଶକୁ ଦେଖନ୍ତି । ଆଉ ଅନ୍ୟାନ୍ୟ ସମୟରେ ଲୋକମାନେ ସେମାନଙ୍କ ପ୍ରତିଦିନ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି, ଏହି କାରଣରୁ ସେମାନେ ଟୁଥ୍ ବ୍ରଶ୍ ସଫା କରିବା ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।

ଆପଣମାନେ କେବେ ନିଜ ଟୁଥ୍ ବ୍ରଶ୍‌ ସଫା କରିବା ପାଇଁ ଚିନ୍ତା କରିଛନ୍ତି କି ? କିନ୍ତୁ ଅଧିକାଂଶ ଲୋକ ସକାଳ ସମୟରେ ଯେତେବେଳେ ବ୍ରଶ କରିବା ପାଇଁ ବାହାରି ଥାନ୍ତି ସେତେବେଳେ ହିଁ ଟୁଥ୍ ବ୍ରଶକୁ ଦେଖନ୍ତି । ଆଉ ଅନ୍ୟାନ୍ୟ ସମୟରେ ଲୋକମାନେ ସେମାନଙ୍କ ପ୍ରତିଦିନ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି, ଏହି କାରଣରୁ ସେମାନେ ଟୁଥ୍ ବ୍ରଶ୍ ସଫା କରିବା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଏହାକୁ ନେଇ ଜଣେ ଡାକ୍ତର ଏଲି ଫିଲିପ୍ସ କହିଛନ୍ତି, ଯେ ଲୋକମାନେ ସେମାନଙ୍କର ଟୁଥ୍ ବ୍ରଶକୁ ମଧ୍ୟ ସଫା ରଖିବା ଉଚିତ୍ । ସେ କହିଛନ୍ତି ଯେ ଯଦିଓ ଟୁଥ୍ ବ୍ରଶରେ ମଇଳା ଦେଖାଯାଏ ନାହିଁ, ତଥାପି ଏହା ବହୁତ ମଇଳା ହୋଇପାରେ । ଯଦି ଆପଣ ଏକ ମଇଳା ଟୁଥ୍ ବ୍ରଶ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କର ପାଟି ଓ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଫିଲିପ୍ସ କହିଛନ୍ତି ଯେ ଆମେ ବ୍ୟବହାର କରୁଥିବା ଟୁଥ୍ ବ୍ରଶ୍ ପ୍ରକୃତରେ ବହୁତ ମଇଳା ହୋଇଥାଏ । ଯଦି ଆପଣ ଏକ ମଇଳା ଟୁଥ୍ ବ୍ରଶ୍ ଦ୍ୱାରା ଦାନ୍ତ ସଫା କରନ୍ତି, ତେବେ ଆପଣ ଅନେକ ପ୍ରକାରର ଦାନ୍ତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିପରି ଭାବେ ନିଜ ଟୁଥ୍‌ ବ୍ରଶ ସଫା ରଖିବେ ।

ବାଥରୁମରେ ଟୁଥ୍ ବ୍ରଶ୍ ରଖିବା ଉଚିତ୍ ନୁହେଁ :
ଡାକ୍ତର ଫିଲିପ୍ସ କହିଛନ୍ତି ଯେ କିଛି ଲୋକ ଟୁଥ୍ ବ୍ରଶକୁ ବାଥରୁମ ନିକଟରେ ରଖିଥାନ୍ତି । ଯେହେତୁ ଆମେ ସମସ୍ତେ ଜାଣନ୍ତି ଯେ ବାଥରୁମ ସବୁ ବେଳେ ଓଦା ରହିଥାଏ । ଏହି କାରଣରୁ ବ୍ରଶରେ ଫଙ୍ଗସ୍ ସୃଷ୍ଟି ହୋଇପାରେ । ସେଥି ଯୋଗୁ ବ୍ରଶରେ ଦାନ୍ତ ପାଇଁ କ୍ଷତି କରୁଥିବା ଜୀବାଣୁ ସୃଷ୍ଟି ହୋଇପାରେ ଓ ଏଥିପାଇଁ ଆମର ଦାନ୍ତ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।

ବ୍ରଶରେ ରହିଥାନ୍ତି ହାନିକାରକ ଜୀବାଣୁ :
କେବେ ଚିନ୍ତା କରିଛନ୍ତି କି ବ୍ରଶକୁ କିପରି କ୍ଷତିକାରକ ଜୀବାଣୁ ସଂସ୍ପର୍ଶରେ ଆସିବାକୁ ଦେବେ ନାହିଁ । ଆପଣ ନିଜ ବ୍ରଶକୁ ଗରମ ପାଣିରେ ରଖିପାରିବେ ନାହିଁ କିମ୍ବା ସାବୁନରେ ଧୋଇ ପାରିବେ ନାହିଁ । ତେବେ ଟୁଥ୍ ବ୍ରଶ୍ ସଫା କରିବା ପାଇଁ ଆପଣଙ୍କୁ କେବଳ ଗୋଟିଏ କାମ କରିବାକୁ ପଡିବ । ଆପଣ ଟୁଥ୍ ବ୍ରଶକୁ ଶୁଖିଲା ସ୍ଥାନରେ ୨୪ ଘଣ୍ଟା ରଖିବେ । ଏଥି ସହିତ ଆପଣ ନିଜ ବ୍ରଶକୁ ଏକ ସଫା କପରେ ରଖନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.