ଶୁଦ୍ଧ ଓ କେମିକାଲ ମିଶା ଗୁଡ଼କୁ ନେଇ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି କି ? ଚିହ୍ନନ୍ତୁ ଏମିତି..
ଗୁଡ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ । କିଛି ଲୋକ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଚିନି ବଦଳରେ ଗୁଡର ବ୍ୟବହାର କରିଥାନ୍ତି । ଗୁଡ ତ ଦେହ ପାଇଁ ଭଲ କିନ୍ତୁ ସେହି ଗୁଡରେ ଯଦି ବିଷାକ୍ତ କେମିକାଲସ ମିଶିଥାଏ ତେବେ ଏହା ଶରୀରରେ ଭଲ ପ୍ରଭାବ ପକେଇବା ପରିବର୍ତ୍ତେ କୁପ୍ରଭାବ ପକାଇଥାଏ । ବଜାରରେ ବି ଅନେକ ପ୍ରକାରର ଗୁଡ ଉପଲବ୍ଧ ହେଉଛି । ଯାହା ମଧ୍ୟରୁ କେମିକାଲ ଫ୍ରି ଗୁଡକୁ ଚିହିଁବା ଖୁବ କଷ୍ଟ । ଏନେଇ ଜଣାଶୁଣା ସେଫ ପଙ୍କଜ ଭଦୋରିୟା ନିଜ ଇନ୍ଷ୍ଟଗ୍ରାମ ପେଜରେ ଏକ ଭିଡିଓ ଅପଲୋଡ଼ କରିଛନ୍ତି । ଯେଉଁଥିରେ ଆପଣ ଖାଉଥିବା ଗୁଡ ଅସଲି କି ନକଲି ସହଜରେ ଜଣାପଡ଼ିପାରିବ । ଯେଉଁଥିରେ ପଙ୍କଜ ପ୍ରକୃତ ଗୁଡ ଚିହିଁବା ନେଇ ଲୋକଙ୍କୁ ସଜାଗ କରିଛନ୍ତି । ସେ ଏମିତି ଏକ ଟ୍ରିକ କହିଛନ୍ତି ଯାହାକୁ ବ୍ୟବହାର କରି କେଉଁଟା ଶୁଦ୍ଧ ଗୁଡ଼ ଆଉ କେଉଁଟା ମିଶିତ ଗୁଡ଼ ସହଜରେ ଜାଣିହେବ ।
ଏକ୍ସପର୍ଟଙ୍କ ଅନୁଯାୟୀ ଗୁଡକୁ ସଫାକରିବା ପାଇଁ ସୋଡ଼ା ବ୍ୟବହାର କରାଯାଇଥାଏ । ଶୁଦ୍ଧ ଗୁଡର ରଙ୍ଗ ଡାର୍କ ବ୍ରାଉନ ରଙ୍ଗର ହୋଇଥାଏ । ଧଳା ରଙ୍ଗ ବା ହାଲୁକା ହଳଦିଆ ରଙ୍ଗର ଦେଖାଯାଉଥିଲେ ଜାଣିରଖିବେକି ଆପଣଙ୍କ ଗୁଡରେ କିଛି ବିଷାକ୍ତ କେମିକାଲ ନିଶ୍ଚିନ୍ତ ଭାବରେ ମିଶିଛି । ଅଥବା ଆର୍ଟିଫିସିଆଲ ରଙ୍ଗର ବ୍ୟବହାର କରାଯାଇଛି ।
View this post on Instagram
ସେଫଙ୍କ ଅନୁଯାୟୀ ଗୁଡରେ କ୍ୟାଲସିୟମ କାର୍ବୋନେଟ, ସୋଡିୟମ ବାଇକାର୍ବୋନେଟର ବ୍ୟବହାର ବି କରାଯାଇଥାଏ । ଗୁଡ଼ର ଓଜନ ବଢ଼ାଇବା ପାଇଁ ଆଉ ଅଧିକ ହିଁ ଏସବୁର ବ୍ୟବହାର କରାଯାଏ । ପଙ୍କଜଙ୍କ ଅନୁଯାୟୀ ଆଖୁର ରସକୁ ଫୁଟେଇଲେ ତାହାର ରଙ୍ଗ ଧୀରେ ଧୀରେ କଳା ପଡ଼ିଯାଏ । ତେଣୁ ସବୁବେଳେ ଡ଼ାର୍କ ରଙ୍ଗର ଗୁଡ ହିଁ କିଣନ୍ତୁ ।
ଗୁଡ଼ର ଫାଇଦା:
ପାଚନ ତନ୍ତ୍ରକୁ ସୁସ୍ଥ ରଖିବା, ଏନିମିଆରୁ ବଂଚେଇବା, ଲିଭରକୁ ଡିଟକ୍ସିଫିକେସନ କରିବାରେ ଗୁଡ ଲାଭକାରୀ ହୋଇଥାଏ । ଯେବେକି ଚିନି ଖାଇବା ଦ୍ୱାରା ମୋଟାପଣ ବଢିବା, ଟାଇପ-2 ଡାଇବେଟିସ, ହୃଦରୋଗ, ଡିପ୍ରେସନ, ଡିମନେଏସିଆ ଆଦି ହେବାର ସମ୍ଭାବନା ଅଧିକ ଥାଏ ।