Below header

ସଂଧ୍ୟାରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ବେସନ ପିଆଜ ପରଟା

ସାମଗ୍ରୀ

ବେସନ – ୧ କପ୍

ହଳଦୀ – ୧ ଚାମଚ

ଜିରା – ଅଧା ଚାମଚ

ପିଆଜ – ଗୋଟିଏ (କଟା ହୋଇଥିବା)

ଲୁଣ – ସ୍ବାଦାନୁସାରେ

କଞ୍ଚା ଲଙ୍କା – ଛୋଟ କଟା ହୋଇଥିବା

ଧନିଆ ପତ୍ର – କଟା ହୋଇଥିବା

ତେଲ – ଆବଶ୍ୟକ ଅନୁସାରେ

ପ୍ରଣାଳୀ

-ଏକ ପାତ୍ରରେ ବେସନ, ହଳଦୀ, ଜିରା ଏବଂ ଲୁଣ ପକାଇ ଏକା ସାଥିରେ ମିଶାନ୍ତୁ।

-ଏହାପରେ କଟା ପିଆଜ, କଞ୍ଜା ଲଙ୍କା ଏବଂ ଧନିଆ ପତ୍ର ପକାଇ ଭଲଭାବେ ମିଶାନ୍ତୁ।

-ଏବେ ଏକ ଚାମଚ ତେଲ ଏବଂ ପାଣି ମିଶାଇ ଅଟା ଭଳି ଚକଟି ଦିଅନ୍ତୁ।

-ଏବେ ଏହାର ଛୋଟ ଛୋଟ ଗୋଲା କରି ପରାଠା ଆକାରରେ ସାମାନ୍ୟ ବେଲି ଦିଅନ୍ତୁ।

-ଏକ ଫ୍ରାଇଂ ପ୍ୟାନ ଗରମ କରନ୍ତୁ ଏବଂ ସାମାନ୍ୟ ତେଲ ଲଗାନ୍ତୁ। ବେଲା ହୋଇଥିବା ପରାଠାକୁ ସେଥିରେ ପକାଇ ଭଲଭାବେ ସୁନେଲି ରଙ୍ଗ ହେବା ଯାଏଁ ତାୱାରେ ରଖନ୍ତୁ।

-ଚଟଣୀ ଏବଂ ଆଚାର ସହିତ ଗରମାଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.