ତାଜା ମେଥିରୁ ବନାନ୍ତୁ କସ୍ତୁରୀ ମେଥି, ଜାଣନ୍ତୁ ଏହାକୁ ବନାଇବାର ଅତି ସହଜ ତରିକା

କସ୍ତୁରୀ ମେଥି ଖାଇବାର ସ୍ୱାଦକୁ କେବଳ ବଢ଼ାଏନାହିଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। ବଜାରରେ ଆପଣଙ୍କୁ ମେଥି ସାଗ ମିଳିଯିବ। ଆଉ ଏହାଦ୍ୱାରା ଆପଣ ସହଜରେ କସ୍ତୁରୀ ମେଥି ବନାଇପାରିବେ। ତେବେ ଆସନ୍ତୁ ଜାଣିବା ଆପଣ କେମିତି ମେଥି ସାଗରୁ କସ୍ତୁରୀ ମେଥି ବନାଇବେ।

methiକେମିତି ପ୍ରସ୍ତୁତ କରିବେ ଜାଣନ୍ତୁ

ଆପଣ ମାଇକ୍ରୋେଓ୍ଵଭ ବିନା ମଧ୍ୟ କସ୍ତୁରୀ ମେଥି ବନାଇ ପାରିବେ। ଏଥିପାଇଁ ମେଥିକୁ ଧୋଇ ପାଣି ସୁଖିଗଲା ପରେ ଭଲଭାବେ ପେପରରେ ରଖି ଖେଳାଇ ଦିଅନ୍ତୁ। ମଝିରେ ମଝିରେ ଏହାକୁ ଖେଳାଇ ଦିଅନ୍ତୁ ଏବଂ ପୁଣି ଥରେ ଫ୍ୟାନ୍‌ ଚଲାଇ ସୁଖିବା ପାଇଁ ଛାଡନ୍ତୁ। ଯେତେବେଳେ ମେଥି ସୁଖିଯିବ ସେତେବେଳେ ଆପଣ ଏହାକୁ ଅଳ୍ପ ଖରାରେ ରଖିଦିଅନ୍ତୁ। ଖରାରେ ରଖିବା ଦ୍ୱାରା ମେଥିକୁ ଭାଙ୍ଗିବାରେ ବା କ୍ରସ କରିବା ସହଜ ହୋଇଯାଏ। ଏବେ ଏହାକୁ କୌଣସି ଡବାରେ ଷ୍ଟୋର କରିନିଅନ୍ତୁ। ତରକାରୀ କିମ୍ବା ପରଟାରେ ଏହାକୁ ପକାଇ ମେଥିର ସ୍ୱାଦ ପାଇପାରିବେ। ଆଉ ମଜା ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.