ଶୀତଦିନେ ମିଠା ଖାଇବାକୁ ଇଚ୍ଛା ହେଉଥିଲେ ଚଟାପଟ୍‌ ବନାନ୍ତୁ ମଲାଇ ମାଲପୁଆ

ଶୀତଦିନେ କିଛି ମିଠା ଖାଇବାକୁ ଇଚ୍ଛା ହୋଇଥାଏ। ଯଦି ଆପଣ ଘରେ ଏମିତି କିଛି ମିଠା ଖାଇବାକୁ ଇଚ୍ଛା କରନ୍ତି, ଯାହାକୁ ଚଟାପଟ ବନାଇ ଖାଇପାରିବେ, ତେବେ ନିଶ୍ଚିତ ଭାବେ ମଲାଇ ମାଲପୁଆ ରେସିପି ନିଶ୍ଚିତ ଟ୍ରାଏ କରନ୍ତୁ। ତେବେ ଏହାକୁ ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ କ’ଣ ଆସନ୍ତୁ ଜାଣିବା:

ଆବଶ୍ୟକୀୟ ସାମଗ୍ରୀ: ଚିନି, ଗୋଲାପ ଜାମୁନ ରେଡି ମିକ୍ସ, ପିସ୍ତା, ଗୁଜରାତି, କେସର, ଘିଅ ।

ପ୍ରସ୍ତୁତି ପ୍ରଣାଳୀ:

ମଲାଇ ଘୋଳ ତିଆରି କରିବା ପାଇଁ ଏକ ପାତ୍ରରେ ୧.୫ କପ୍‌ ଚିନି ଏବଂ ୧.୫ କପ୍‌ ପାଣି ଦେଇ ଚିନି ସିରା ପ୍ରସ୍ତୁତ କରନ୍ତୁ। ଏବେ ଆଉ ଏକ ପାତ୍ରରେ ୧ କପ୍‌ ଗୋଲାପ ଜାମୁନ ରେଡି ମିକ୍ସ ନେଇ ସେଥିରେ ଅଳ୍ପ ପାଣି ଦେଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହି ଘୋଳକୁ ପ୍ରସ୍ତୁତ କରିବା ସମୟରେ ଘୋଳ ଅଧିକ ପତଳା ନ ହୋଇଯାଏ, ତାହା ଧ୍ୟାନରେ ରଖିବେ।

ଏହି ଘୋଳ ପ୍ରସ୍ତୁତ ହୋଇଯିବା ପରେ ଚିନି ସିରା ବସାଇଥିବା ପାତ୍ରରେ ୧୫-୨୦ଟି କେସର ପକାଇ ସେଥିରେ ଏକ ଛୋଟ ଚାମଚ ଗୁଜରାତି ପାଉଡର ପକାଇ ୩ରୁ ୪ ମିନିଟ୍‌ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ। ୩-୪ ମିନିଟ୍‌ ପରେ ଏହାକୁ ଏହାକୁ ଗ୍ୟାସରୁ କାଢି ଥଣ୍ଡା ହେବାକୁ ରଖିଦିଅନ୍ତୁ।

ଏବେ ଏକ ପ୍ୟାନ୍‌ରେ ଛାଣିବା ପାଇଁ ଘିଅକୁ ଗରମ କରି ଏକ ବଡ ଚାମଚ ମାଧ୍ୟମରେ ଘୋଳକୁ ସେଥିରେ ପକାନ୍ତୁ। ଏହାକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଦୁଇ ପାଖ ସୁନେଲୀ ରଙ୍ଗ ହେବା ପରେ କାଢି ରଖନ୍ତୁ, ଏବେ ସବୁ ପୁରୀ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ସିରାରେ ୫ ମିନିଟ୍‌ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ୪ ମିନିଟ୍‌ ପରେ ଏହାକୁ ସିରାରୁ ବାହାର କରିବା ପରେ ତା’ ଉପରେ ଚିନି ସିରା ପକାନ୍ତୁ। ସଜାଇବା ପାଇଁ ତା’ ଉପରେ କିଛି ପିସ୍ତା ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମଲାଇ ମାଲପୁଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.