ଭୁବନେଶ୍ୱର ବିମାନବନ୍ଦରରେ କରୋନା କଟକଣା, ଏୟାରପୋର୍ଟରେ ସବୁ ଯାତ୍ରୀଙ୍କୁ ହେବ RT-PCR ଟେଷ୍ଟ

କୋଭିଡ୍‌ ସଂକ୍ରମଣକୁ ଦେଖି ଭୁବନେଶ୍ୱର ଏୟାରପୋର୍ଟରେ ଲାଗିଲା କଟକଣା। ଏଣିକି ଏୟାରପୋର୍ଟରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କର RT-PCR ଟେଷ୍ଟ କରାଯାଉଛି। BMC ପକ୍ଷରୁ କୋଭିଡ୍‌ ଟେଷ୍ଟ କରାଯାଉଛି। ଏଥିପାଇଁ ଏୟାରପୋର୍ଟରେ ୪ଟି କାଉଣ୍ଟର କରାଯାଇଛି। ଏହାକୁ ନେଇ ଯାତ୍ରୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି।


ଟେଷ୍ଟ ରିପୋର୍ଟ ନ ଆସିବା ଯାଏଁ ଯାତ୍ରୀ ହୋମ୍‌ ଆଇସୋଲେସନରେ ରହିବେ। ଯାତ୍ରୀ ଦୁଇ ଡୋଜ୍‌ ଟିକା ନେଇଥିଲେ ଓ RTPCR ନେଗେଟିଭ୍‌ ରିପୋର୍ଟ ଆଣିଥିଲେ ବି ଆଉ ଥରେ ଟେଷ୍ଟ କରାଯାଉଛି। ବିମାନବନ୍ଦର କର୍ତ୍ତୃର୍ପକ୍ଷଙ୍କ ସହଯୋଗରେ ଟର୍ମିନାଲ ୧ରେ ଟେଷ୍ଟିଂ ସୁବିଧା କରାଯାଇଛି। ଭୁବନେଶ୍ୱରରେ ଯେଉଁ ଯାତ୍ରୀମାନେ ରହିବେ, ସେମାନଙ୍କୁ ଟେଷ୍ଟିଂ ପରେ ଛାଡ଼ି ଦିଆଯିବ। ରିପୋର୍ଟ ପଜିଟିଭ୍‌ ଆସିଲେ ପ୍ରୋଟୋକଲ ଅନୁଯାୟୀ ପରବର୍ତ୍ତୀ ବ୍ୟବସ୍ଥା କରାଯିବ ବୋଲି ବିମାନ ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି।