ଆପଣ ନନଭେଜ୍‌ ପ୍ରିୟ କି, ତେବେ ଆଜି ରବିବାରରେ ବନାନ୍ତୁ ଟେଷ୍ଟି ମଟନ୍‌ ୬୫ ରେସପିି

ନନଭେଜ୍‌ ପ୍ରିୟ ଲୋକଙ୍କୁ ଚିକେନ ମଟନ ସହିତ ଏକ୍ସପେରିମେଣ୍ଟ କରିବା ବହୁତ ପସନ୍ଦ ହୋଇଥାଏ। ଯେମିତିକି ମଟନ ୬୫ ରେସିପି। ଏହା ଏମିତି ଏକ ରେସିପି ଯାହା ଏତେଟା ପପୁଲାର ନୁହେଁ କିନ୍ତୁ ତାପରେ ବି ଲୋକମାନେ ଏହି ରେସିପିକୁ ଟେଷ୍ଟ କରିବାକୁ ନିଶ୍ଚୟ ଚାହାଁନ୍ତି। ତେଣୁ ଆଜି ଆପଣଙ୍କୁ ମଟନ୍‌ ୬୫ ରେସିପି ବନାଇବାର ସହଜ ତରିକା ନେଇ ଆସିଛୁ।

ଆବଶ୍ୟକ ସାମଗ୍ରୀ

  • ୫୦୦ ଗ୍ରାମ ବୋନଲେସ ମଟନ୍‌
  • ୧ ଚାମଚ ଲଙ୍କା ପାଉଡର
  • ୧ ଚାମଚ ହଳଦି ପାଉଡର
  • ଏକ ଅଦା ରସୁଣ ପେଷ୍ଟ
  • ୧ ଚାମଚ ଗରମ ମସଲା ପାଉଡର
  • ୨ ଚାମଚ୍‌ ଲେମ୍ବୁ ରସ
  • ୧ ଚାମଚ ଚାଉଳ ପାଉଡର
  • ୧ ଚାମଚ କର୍ଣ୍ଣଫ୍ଲୋର
  • ଫେଣ୍ଟା ହୋଇଥିବା ଅଣ୍ଡା
  • ସ୍ୱାଦାନୁସାରେ ଲୁଣ
  • ଛାଣିବା ପାଇଁ ତେଲ
  • ଗରମ ମସଲା ପାଇଁ
  • ୧/୨ ଜାଇଫଳ
  • ଡାଲଚିନି
  • ଚାଉଳ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ

  • ଗରମ ମସଲା, ଲଙ୍କା ପାଉଡର, ହଳଦି, ଅଦା ରସୁଣ ପେଷ୍ଟ, ଲେମ୍ବୁ ରସ ଏବଂ ଫେଣ୍ଟା ହୋଇଥିବା ଅଣ୍ଡା ଚାଉଳ ଗୁଣ୍ଡ ଏବଂ କର୍ଣ୍ଣଫ୍ଲୋର ସହିତ ସମସ୍ତ ସାମଗ୍ରୀ ମିଶାଇ ମ୍ୟାରିନେଟ୍‌ କରନ୍ତୁ।
  • ଏହି ମ୍ୟାରିନେସନ ଆପଣଙ୍କୁ ଅଲଗା ସ୍ୱାଦ ଦେବ।
  • ଏବେ ମଟନ ପିସକୁ ପକାଇ ମ୍ୟାରିନସନ୍‌ କରନ୍ତୁ, ଏହାକୁ ପ୍ରାୟ ୩୦ ମିନିଟ ପାଇଁ ଛାଡି ଦିଅନ୍ତୁ।
  • ମ୍ୟାରିନେଟ୍‌ ପାଇଁ ରଖିଥିବା ମଟନକୁ ଗରମ ତେଲରେ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ମଟନ ୬୫।
  • ଏବେ ଏହାକୁ ପିଆଜ ଏବଂ ଲେମ୍ବୁ ଦେଇକି ପରଷନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.