ଆଳୁ ସବ୍‌ଜୀକୁ ଦିଅନ୍ତୁ ଟିକେ ଟ୍ଵିଷ୍ଟ, ପ୍ରସ୍ତୁତ କରନ୍ତୁ ‘ପଞ୍ଜାବୀ ଦମ୍‌ ଆଲୁ’

ଆଳୁ ଏପରି ଏକ ପରିବା, ଯାହାକୁ ଭାରତୀୟ ସବୁ ପ୍ରକାର ଖାଦ୍ୟରେ ବ୍ୟବହାର କରନ୍ତି। ଯଦି ଆପଣଙ୍କ ଘରରୁ ହଠାତ୍‌ ଅତିଥି ଚାଲିଆସନ୍ତି, ଆପଣଙ୍କ ଘରେ ଆଳୁ ଛଡା ଆଉ କିଛି ପନିପରିବା ନାହିଁ। ତେବେ ପ୍ରତିଦିନର ଆଳୁ ରେସପୀରୁ ବୋରିଂ ହୋଇଗଲେଣି। କିଛି ନୂଆ କରିବାର ପାଇଁ ଆଳୁକୁ ଏମିତି ଟ୍ଵିଷ୍ଟ ଦିଅନ୍ତୁ। ଏମିତିରେ ଆପଣ ଘରେ ପଞ୍ଜାବୀ ଆଳୁ ଟ୍ଵିଷ୍ଟ ବନାଇପାରିବେ। ଏହା ସ୍ୱାସ୍ଥ୍ୟପାଇଁ ହିତକର। ତେବେ ଆସନ୍ତୁ ଜାଣିବା କିପରି ବନାଇବେ ….

aloo

ଆବଶ୍ୟକ ସାମଗ୍ରୀ :

ଆଳୁ : ଅଧା କେଜି
ଆଳୁ ଚକଟା : ୧୦୦ ଗ୍ରାମ୍‌
ଗ୍ରେଟ କରାଯାଇଥିବା ପନୀର : ଏକ ଛୋଟ ପାତ୍ରରେ ଭରପୂର
ଲଙ୍କା ପାଉଡର : ଏକ ଛୋଟ ଚାମଚ
ଲୁଣ: ସ୍ୱାଦନୁସାରେ
ଗରମ ମସଲା : ଏକ ଛୋଟ ଚାମଚ
କସ୍ତୁରୀ ମେଥି : ଏକ ଛୋଟ ଚାମଚ
ଘିଅ : ୬ ଛୋଟ ଚାମଚ
ଲହୁଣୀ : ୨ ଛୋଟ ଚାମଚ
କ୍ରିମ: ୧ ଚାମଚ
ପିଆଜ : ଛୋଟ ଛୋଟ କଟା ହୋଇଥିବା
ଗରମ ମସଲା : ଅଧା ଚାମଚ
ଟମାଟର ପ୍ୟୁରୀ : ୨୦୦ ଗ୍ରାମ

dum aloo

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ପିଆଜ ଗ୍ରେଭି ପ୍ରସ୍ତୁତ କରିବା ପାଇଁ ପ୍ୟାନରେ ଘିଅ ଗରମ କରିବା ପରେ କଟା ହୋଇଥିବା ପିଆଜକୁ ପକାନ୍ତୁ। ଏହାକୁ ହାଲକା ଭାବେ ଭାଜି ଦିଅନ୍ତୁ। ଏହା ପରେ ଏଥିରେ ଟମାଟରକୁ ପକାନ୍ତୁ। ଏହାକୁ କାଢିବା ପରେ ଆଳୁକୁ ପକାଇ ଟିକେ ଭଲଭାବେ ଭାଜିନିଅନ୍ତୁ। ଏବେ ଭଜା ହୋଇଥିବା ଆଳୁକୁ ଭିତରୁ କୋରି ଦିଅନ୍ତୁ। ଆଳୁ ଭିତରକୁ ଭରିବା ପାଇଁ ପନୀର ଏବଂ ଚକଟା ହୋଇଥିବା ଆଳୁ ମିଶ୍ରଣକୁ ଅଳ୍ପ ଭାଜିଥିବା ଆଳୁ ମଝିରେ ଭରିଦିଅନ୍ତୁ।

ଏହାପରେ ପ୍ୟାନରେ ଘିଅ ଗରମ କରିବା ପରେ ପିଆଜ ଓ ଟମାଟର ଥିବା ପ୍ରସ୍ତୁତିକୁ ପକାଇ ପରେ ଗରମ ମସଲା, ଲଙ୍କା ପାଉଡର ଏବଂ କସ୍ତୁରୀ ମେଥି ପକାଇ ଦିଅନ୍ତୁ। ଅଳ୍ପ ସମୟ ପରେ ଏଥିରେ ବଟର, କ୍ରିମ ପକାଇ ଆଳୁ ପକାଇ ଦିଅନ୍ତୁ। ତା’ପରେ ଧିମା ଆଞ୍ଚଳରେ ଏହାକୁ ସିଝିବାକୁ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପଞ୍ଜାବୀ ଦମ୍‌ ଆଲୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.