“ନୀଳାଦ୍ରିବିଜେ” ଦିନ ଘରେ ଏମିତି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚକୋଲେଟ ରସଗୋଲା

ଆଜି ରସଗୋଲା ଦିବସ । ଜାଣିଛନ୍ତି ଆଜି କାହିଁକି ରସଗୋଲା ଦିବସ ପାଳନ କରାଯାଉଛି । କିନ୍ତୁ ଜାଣନ୍ତିକି କାହିଁକି ଆଜି ରସଗୋଲା ଦିବସ ପାଳନ କରାଯାଏ । କାହିଁକି ନା ଆଜି ମା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପାଇଁ ଜଗନ୍ନାଥ ସାଥିରେ ରସଗୋଲା ନେଇ ଆସନ୍ତି । ନବ ଦିନାତ୍ମକ ଯାତ୍ରା ସମୟରେ ଭାଇ ଭଉଣୀଙ୍କୁ ସାଥିରେ ନେଇ ଯାଇଥିବାରୁ ଶ୍ରୀ ମନ୍ଦିରରେ ପତ୍ନୀ ମା’ ଲକ୍ଷ୍ମୀଙ୍କୁ ଛାଡି ଯାଇଥିବାରୁ ମା’ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି । ଆଉ ତାଙ୍କୁ ମନେଇବା ପାଇଁ ମହାପ୍ରଭୁ ନୀଳାଦ୍ରିବିଜେ କରିବା ବେଳେ ସାଙ୍ଗରେ ରସଗୋଲା ନେଇ ଆସନ୍ତି । ତେବେ ଆସନ୍ତୁ ଆଜି ପରି ଏକ ବିଶେଷ ଦିନରେ ଜାଣିରଖିବା ଏହି ରସଗୋଲାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ । ତେବେ ପ୍ରଥମେ ଲେଖିରଖନ୍ତୁ ଏହା ପାଇଁ ଅବଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ ।

କ୍ଷୀର- ଗୋଟେ ଲିଟର

ଲେମ୍ବୁରସ- ଚାରି ଚାମଚ

ଚକୋ ଚିପ୍ସ- ଅଧା କପ

କୋକୋ ପାଉଡର- ଗୋଟେ ଚାମଚ

ଚିନି ଗୋଟେ କପ

ପାଣି- ଦୁଇ କପ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କ୍ଷୀର ଗରମ କରନ୍ତୁ । ଏବେ ସେଥିରେ କିଛି ଲେମ୍ବୁ ରସ ମିଶାନ୍ତୁ । ଛେନା ଛିଡିଗଲା ପରେ ଛେନାକୁ ଅଲଗା କରି ରଖି ଦିଅନ୍ତୁ । ଏବେ ପନିର ସହିତ କୋକୋ ପାଉଡର ମିଶାଇ ଚକଟି ଦିଅନ୍ତୁ । କିଛି ନେଇ ସେଥିରେ ଚକୋ ଚିପ୍ସ ଭରି ଦିଅନ୍ତୁ । ଏବେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ ।

ଏବେ ଏକ କୁକର ନିଅନ୍ତୁ । ଏବେ ସୁଗାର ଓ ପାଣି ଫୁଟାଇ ଦିଅନ୍ତୁ ।  ଏବେ ଆପଣଙ୍କ ସୁଗାର ସିରପ ପ୍ରସ୍ତୁତ ହୋଇଗଲା । ଏବେ ସମସ୍ତ ପନିର ବଲ ଗୁଡିକୁ ଗରମ ଗରମ ସୁଗାର ସିରପରେ ଛାଡିଦିଅନ୍ତୁ । ଏବେ କୁକରକୁ ବନ୍ଦ କରିଦିଅନ୍ତୁ । ଗୋଟେ ହ୍ୱିସଲ ବାହାରିବା ଯାଏଁ ଅପେକ୍ଷା କରନ୍ତୁ । ବାହାରିବା ପରେ ଜାଣିବେ ଏହା ପ୍ରସ୍ତୁତ ହୋଇଗଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.