ହାତରେ ଯଦି ରହିଥାଏ ଏହି ଚିହ୍ନ ତ ୪୦ ବର୍ଷ ପରେ ମିଳିଥାଏ ଅଜସ୍ର ଧନ ଓ ସମ୍ମାନ

ସାମୁଦ୍ରିକ ଶାସ୍ତ୍ରରେ ମନୁଷ୍ୟର ଅଙ୍ଗ ଓ ଏଥିରେ ଥିବା ଚିହ୍ନରୁ ଭବିଷ୍ୟତ ସମ୍ପର୍କରେ ବହୁତ କିଛି ଜାଣିହୁଏ । ହାତରେ କିଛି ଖାସ ଆକୃତିର ବା ଅକ୍ଷର ସମାନ ଚିହ୍ନ ଦେଖିବାକୁ ମିଳିଥାଏ । ହାତରେ ଥିବା ଏହି ଚିହ୍ନକୁ ଆମେ ବହୁବାର ଦେଖି ବି ଅଣଦେଖା କରିଥାଉ । ହେଲେ ଏହା ଭିତରେ ଥିବା ରହସ୍ୟ ବିଷୟରେ ଆପଣ କେବେ ଚିନ୍ତା କରି ନାହାଁନ୍ତି । ଆଜି ଆମେ ଆପଣଙ୍କୁ ହାତରେ ଥିବା ଏମିତି କିଛି ଚିହ୍ନ ବିଷୟରେ କହିବୁ ଯାହା ଆପଣଙ୍କ ଭବିଷ୍ୟତ ବିଷୟରେ ବହୁତ କିଛି ଜଣାଇଦେବ । ଆସନ୍ତୁ ଜାଣିବା କ’ଣ ସେହି ଚିହ୍ନ ସବୁ । ହାତରେ X, M, ଭଳି H ଚିହ୍ନର ମଧ୍ୟ କିଛି ଖାସ ଅର୍ଥ ରହିଛି ।

ହାତରେ H କିପରି ବନିଥାଏ ?

ହସ୍ତରେଖା ଅନୁଯାୟୀ ହାତରେ ଏହି H ଚିହ୍ନ ଖାସ ୩ ରେଖାକୁ ନେଇ ବନିଥାଏ । ଏହି ରେଖା ଆମର ହାର୍ଟ, ଲକ୍‌ ଓ ହେଡ ଲାଇନ ବା ହୃଦୟ, ଭାଗ୍ୟ ଓ ମସ୍ତିସ୍କ ରେଖାକୁ ନେଇ ଗଠିତ ହୋଇଥାଏ । କୁହାଯାଏ ଯେତେବେଳେ ଏହି ୩ ରେଖା ନିଶ୍ଚିତ ଭାବେ ନିଜ ଭିତରେ ଯୋଡି ହୁଅନ୍ତି ହାତରେ H ଗଠିତ ହୋଇଥାଏ ।

ହାତରେ H ଥିଲେ କଣ ଅର୍ଥ

ହାତରେ ଥିବା ଏହି H ମନୁଷ୍ୟର ବ୍ୟବହାର ଓ ଭାଗ୍ୟ ସମ୍ପର୍କରେ ବହୁତ କିଛି କହିଥାଏ । ଯେଉଁ ଲୋକଙ୍କ ହାତରେ H ଥାଏ,ସେମାନଙ୍କ ଭାଗ୍ୟ ୪୦ ବର୍ଷ ପରେ ଚମକି ଥାଏ । ଜୀବନରେ ଏହି ସମୟ ପରେ ବଡ଼ ପରିବର୍ତ୍ତନ ଆସିଥାଏ । ଏହି ସମୟରେ ଜୀବନରେ ସବୁ ପ୍ରକାର ଭୌତିକ ସୁଖ ମିଳିଥାଏ । କାହାକୁ ବହୁତ ଅର୍ଥ ମିଳିଥାଏ ତ କେହି ପଦ ପ୍ରତିଷ୍ଠାର ଅଧିକାରୀ ହୋଇଥାନ୍ତି ।

ଏମାନଙ୍କୁ କାହିଁକି ରହିବାକୁ ପଡ଼ିଥାଏ ସତର୍କ

ଯେଉଁ ଲୋକଙ୍କ ହାତରେ H ଥାଏ, ସେମାନେ ହୃଦୟ ବହୁତ ସଫା ଥାଏ । ଫଳରେ ଅଧିକାଂଶ ସମୟରେ ଠକିଯିବାର ଭୟ ଥାଏ । ଅଧିକାଂଶ ସମୟରେ ଲୋକ ତାଙ୍କର ଭଲ ବ୍ୟବହାରର ଫାଇଦା ଉଠାନ୍ତି । ହେଲେ ଏମାନେ ସବୁ ସମସ୍ୟାର ଜବରଦସ୍ତ ସାମନା କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.