Below header

ସ୍ବାସ୍ଥ୍ଯ ପାଇଁ ସଂଜୀବନୀ କଞ୍ଚାଭଣ୍ଡା ପରଟା, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଆପଣମାନେ ପାଚିଲା ଭଣ୍ଡା ନିଶ୍ଚିତ ଖାଇଥିବେ କିମ୍ବା କଞ୍ଚା ଭଣ୍ଡାକୁ ଭାଜି କି ତରକାରୀ କରି ଖାଇଥିବେ। କିନ୍ତୁ ଆପଣ କେବେ କଞ୍ଚା ଭଣ୍ଡାକୁ ପରଟା କରି ଖାଇଛନ୍ତି କି ? କଞ୍ଚା ଭଣ୍ଡା କ୍ଯାନସର ଏବଂ ହୃଦରୋଗ ସମସ୍ଯାକୁ କମ୍ କରିଥାଏ।

କଞ୍ଚାଭଣ୍ଡାରେ ଭିଟାମିନ ଏ ଏବଂ ସି ଭରପୂର ମାତ୍ରାରେ ରହିଥାଏ। ଯାହା ଇମ୍ଯୁନିଟିକୁ ମଜବୁତ କରିବା ସହିତ କ୍ଯାଲୋରୀ ମାତ୍ରା କମ୍ କରି ଓଜନକୁ କମ୍ କରିଥାଏ। ତେବେ ଜାଣନ୍ତୁ କେମିତି କରିବେ କଞ୍ଚା ଭଣ୍ଡା ପରଟା ପ୍ରସ୍ତୁତ…

ଆବଶ୍ଯକ ସାମଗ୍ରୀ: ଅଟା, କୋରା ହୋଇଥିବା କଞ୍ଚା ଭଣ୍ଡା, ଧନିଆପତ୍ର, ଅଦା ପେଷ୍ଟ, ଜିରା, ଲୁଣ ସ୍ବାଦନୁସାରେ, ପିଆଜ, କଞ୍ଚାଲଙ୍କା, ଭୃସଙ୍ଗ ପତ୍ର, ଘିଅ।

ପ୍ରସ୍ତୁତି ପ୍ରଣାଳୀ: ଅଟାରେ କୋରା ହୋଇଥିବା କଞ୍ଚା ଭଣ୍ଡା ଏବଂ ପିଆଜ ମିଶାଇ ଦିଅନ୍ତୁ। ତା’ ପରେ ସେଥିରେ କଞ୍ଚାଲଙ୍କା, ଭୃସଙ୍ଗ ପତ୍ର, ଧନିଆପତ୍ର, ଅଦା ପେଷ୍ଟ, ଜିରା, ଏବଂ ଲୁଣ ପକାଇ ଭଲଭାବେ ମିଶାନ୍ତୁ। ଅଟାକୁ ପାଣି ସାହାଯ୍ଯରେ ଭଲଭାବେ ଚକଟି ଦିଅନ୍ତୁ। ଏବେ ଏଥିରେ ପରଟା ତିଆରି କରି ଦହି କିମ୍ବା ଚଟଣୀ ସହିତ ଗରମଗରମ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.