ବ୍ରେକଫାଷ୍ଟରେ ଟ୍ରାଏ କରନ୍ତୁ ଟେଷ୍ଟି ଏଗ୍‌ ଇଡଲୀ ରେସିପି, ସ୍ୱାଦ ପୂରା ଅଲଗା ପ୍ରକାର

ବ୍ରେକଫାଷ୍ଟରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଥାଏ ଚିନ୍ତା। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଅଣ୍ଡା – ୮ଟି
  • ଭୃଷଙ୍ଗ ପତ୍ର – ଅଳ୍ପ
  • ଲାଲ ଲଙ୍କା ପାଉଡର – ୧/୨ ଚାମଚ
  • ଲୁଣ (ସ୍ୱାଦାନୁସାରେ)
  • ତେଲ – ୨ ଚାମଚ୍‌
  • ହଳଦୀ – ୧/୨ ଚାମଚ
  • ଧନିଆ ପତ୍ର – ୨ ଚାମଚ
  • ସୋରିଷ – ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ଏଗ୍‌ ଇଡଲୀ ବନାଇବା ପାଇଁ ସର୍ବପ୍ରଥମେ ଇଡଲୀ ଛାଞ୍ଚରେ ତେଲ ଲଗାି ଗ୍ରୀସ କରି, ଷ୍ଟିମରରେ ପାଣି ଗରମ କରନ୍ତୁ। ଇଡଲୀ ଛାଞ୍ଚରେ ଗୋଟେ ଗୋଟେ ଅଣ୍ଡା ଭାଙ୍ଗି ସେଥିରେ ଅଳ୍ପ ଲୁଣ ପକାଇ ଦିଅନ୍ତୁ। ଏବେ କୋକ୍‌ ସାହାଯ୍ୟରେ ଧିରେ ଧିରେ ଅଣ୍ଡା ଏବଂ ଲୁଣକୁ ମିଶାନ୍ତୁ। ପ୍ରାୟ ୧୨ ମିନିଟ୍‌ ପାଇଁ ଅଣ୍ଡାକୁ ବାମ୍ଫରେ ସିଝିବା ପାଇଁ ଛାଡନ୍ତୁ। ଏହାପରେ ଚେକ୍‌ କରନ୍ତୁ ଯେ ତାହା ହୋଇଛି ନା ନାହିଁ। ଏବେ ମସଲା ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ସୋରିଷ ଏବଂ ଭୃଷଙ୍ଗ ପତ୍ର ପକାନ୍ତୁ। କିଛି ସେକେଣ୍ଡ ପାଇଁ ଏହାକୁ ଭାଜି ଦିଅନ୍ତୁ ଏବଂ ଏହାପରେ ହଳଦୀ, ଲାଲ ଲଙ୍କା ପାଉଡର ଏବଂ ଲୁଣ ପକାନ୍ତୁ। ଏବେ ପ୍ୟାନରେ ଏଗ୍‌ ଇଡଲୀ ପକାନ୍ତୁ ଏବଂ ତଡକାକୁ ଭଲଭାବେ ଟସ୍‌ କରିଦିଅନ୍ତୁ। ଏଗ୍‌ ଇଡଲୀକୁ ଧନିଆ ପତ୍ରରେ ଗାର୍ନିସ କରି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.