ପୁଣି ପଡ଼ିଆରେ ଚୌକା, ଛକା ମାରିବେ ସଚିନ ତେନ୍ଦୁଲକର; ଭାରତୀୟ ଦଳର ହେବେ ଅଧିନାୟକ!

ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସୁଛି। ପୁଣି ଥରେ କ୍ରିକେଟ୍ ପଡ଼ିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଚୌକା, ଛକା ମାରିବେ। ରିପୋର୍ଟ ମୁତାବକ, ସଚିନ ଆସନ୍ତା ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ‘ରୋଡ୍‌ ସେଫ୍ଟି ଓ୍ଵାର୍ଲ୍ଡ ସିରିଜ୍‌’ର ଦ୍ୱିତୀୟ ସିଜନରେ ନଜର ଆସିବେ। ଗତ ଥରର ଚାମ୍ପିୟନ ଇଣ୍ଡିଆନ୍ ଲିଜେଣ୍ଡ୍‌ସର ସଚିନ ହେବେ ଅଧିନାୟକ।

କହି ରଖୁଛୁ, ତେନ୍ଦୁଲକର ନିଜ କ୍ୟାରିୟର ଭିତରେ ଦିନିକିଆରେ ୧୮,୪୨୬ ଏବଂ ଟେଷ୍ଟରେ ୧୫,୯୨୧ ରନ୍ ସ୍କୋର କରିଛନ୍ତି। ସମସ୍ତ ଫର୍ମାଟ୍‌କୁ ମିଶାଇ ତାଙ୍କ ନାମରେ ରହିଛି ୧୦୦ ଅନ୍ତର୍ଜାତୀୟ ଶତକ।

ଦିନିକିଆ କ୍ରିକେଟରେ ପ୍ରଥମ ଦ୍ୱିଶତକ ଶତକ ହାସଲ କରିବାର ରେକର୍ଡ ମଧ୍ୟ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ଫେବୃଆରୀ ୨୪, ୨୦୧୦ରେ ସଚିନ ଏକ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ୨୦୧୩ରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ସବୁଦିନ ପାଇଁ ଅଲ୍‌ବିଦା କହିଥିଲେ। ଏବେ ସଚିନ ପୁଣି ଥରେ ଫ୍ୟାନ୍‌ମାନଙ୍କ ପାଇଁ କ୍ରିକେଟ୍ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି।

ରୋଡ୍‌ ସେଫ୍ଟି ଓ୍ଵାର୍ଲ୍ଡ ସିରିଜ୍‌ର ମ୍ୟାଚ୍‌ କାନପୁର, ରାୟପୁର, ଇନ୍ଦୋର ଏବଂ ଡେରାଡୁନ୍‌ରେ ଖେଳାଯିବ। ନ୍ୟୁଜିଲାଣ୍ଡ ଲିଜେଣ୍ଡ୍‌ସ ଏହି ସିଜନରେ ନୂଆ ଟିମ୍‌ ରହିଛି। ରୋଡ୍‌ ସେଫ୍ଟି ଓ୍ଵାର୍ଲ୍ଡ ସିରିଜ୍‌ର ଚଳିତ ସିଜନ କଲର୍ସ ସିନେପ୍ଲେକ୍ସ, କଲର୍ସ ସିନେପ୍ଲେକ୍ସ ସୁପରହିଟ୍ ଏବଂ ନୂଆ ଭାବେ ଲଞ୍ଚ୍‌ ହୋଇଥିବା ସ୍ପୋର୍ଟସ୍ 18 ଖେଳରେ ପ୍ରସାରଣ ହେବ। ଭୁଟ୍‌ ଏବଂ ଜିଓରେ ଏହାକୁ ଡିଜିଟାଲ୍ ରୂପେ ଷ୍ଟ୍ରିମିଂ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.