ଘରେ ଟ୍ରାଏ କରନ୍ତୁ “ଅମୃତଶରୀ ମସଲା ବାଇଗଣ”, ଥରେ ଚାଖିଲେ କହିବେ ବାଃ ବାଃ

ଅମୃତଶରୀ ମସଲା ବାଇଗଣର ଟେଷ୍ଟ ଖୁବ ବଢିଆ । ଏହା ଏକ ଚଟପଟା ସ୍ୱାଦିଷ୍ଟ ରେସିପି । ଯାହାକୁ ଆପଣ ଅତି ସହଜରେ ପ୍ରେସର କୁକର, କଡେଇ କିମ୍ବା ପ୍ୟାନରେ ପ୍ରସ୍ତୁତ କରିପାରିବେ । ଯାହାକୁ ଭାତ, ରୁଟି କିମ୍ବା ଅନ୍ୟ କୌଣସି ଆଇଟମ ସହ ଖାଇପାରିବେ । ତେବେ ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ:

୩୫୦ ଗ୍ରାମ ବାଇଗଣ

୧ ଟମାଟୋ

୮ଟି ଭ୍ରୁଶୃଙ୍ଗ ପତ୍ର

ଗୋଟେ ଛୋଟ ଚାମଚ ଅଦା

୨ ଚାମଚ ତେନ୍ତୁଳି

୨ ଚାମଚ ଚିନି

୪ ବଡ ଚାମଚ ତେଲ

୧ ଚାମଚ ସୋରିଷ

୩ ରୁ ୪ କପ ପାଣି

baigan

ମସଲା ପାଇଁ:

ଗୋଟେ ଚାମଚ ପାନମଧୁରୀ

୨ ଚାମଚ ନଡ଼ିଆ

୨ ଚାମଚ ଧନିଆ ଗୁଣ୍ଡ

ଗୋଟେ ଚୁଟକୀ ଜୁଆଣି

୧ ଚାମଚ ଲଙ୍କା ଗୁଣ୍ଡ

ଗୋଟେ ଚାମଚ ଆମଚୁର ପାଉଡର

ଗୋଟେ ଛୋଟ ଚାମଚ ହଳଦୀ

ଗୋଟେ ଛୋଟ ଚାମଚ ଗରମ ମସଲା

ଗୋଟେ ଚାମଚ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବାଇଗଣକୁ ଭଲ ଭାବରେ ଧୋଇ ଚାରି ଫାଳ କରି କାଟି ଦିଅନ୍ତୁ । ଗୋଟେ ପାତ୍ରରେ ଏବେ ସମସ୍ତ ମସଲା ମିଶାନ୍ତୁ । ଏବେ ପ୍ରେସର କୁକର କିମ୍ବା କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଆସିଲେ ଅଦା ପକାନ୍ତୁ । କିଛି ସେକେଣ୍ଡ ପରେ କଟାଯାଇଥିବା ଟମାଟୋ ଦିଅନ୍ତୁ । ଗୋଟେ ମିନିଟ ପରେ ମସଲା ଦିଅନ୍ତୁ । କିଛି ସମୟ ପରେ ବାଇଗଣ ଓ ଲୁଣ ପକାନ୍ତୁ । ଏବେ ସେଥିରେ ଗୋଟେ କପ ପାଣି ଦେଇଦେବେ । ଭଲ ଭାବରେ ମିଶାନ୍ତୁ ଆଉ ମାଧ୍ୟମ ଆଞ୍ଚରେ ୨ ଟି ସିଟି ଦିଅନ୍ତୁ କିମ୍ବା ଅନ୍ୟ ପାତ୍ରରେ ବସଉଥିଲେ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ପ୍ରେସର କୁକର ଖୋଲି ଦିଅନ୍ତୁ । ତେନ୍ତୁଳି ଓ ଚିନି ଦେଇ ମାଧ୍ୟମ ଆଁଚରେ ୧ ମିନିଟ ଯାଏଁ ବସାନ୍ତୁ । ଏବେ ସେଥିରେ ତାଜା ଧନିଆ ପତ୍ର ଦିଅନ୍ତୁ ଆଉ ଅନ୍ୟ ମାନଙ୍କ ପାଇଁ ପରଶି ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.