ନା ରହୁଛି ଅଫିସରଙ୍କ ଭୟ ନା ଫାଇନର, ରାତାରାତି ଟ୍ରାକ୍ଟର ଟ୍ରାକ୍ଟର ବାଲି ଚାଲିଯାଉଛି ଆନ୍ଧ୍ର 

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡାବା ପଞ୍ଚାୟତର ବଂଶଧାରା ନଦୀକୂଳରୁ ରାତି ଅଧିଆ ହେଉଛି ବାଲି ଚୋରା ଚାଲାଣ । ଟ୍ରାକ୍ଟର ଟ୍ରାକ୍ଟର ବାଲି ଚୋରାଚାଲାଣ ହେଉଛି ବିଳମ୍ବିତ ରାତ୍ରୀରେ । ପ୍ରତ୍ୟେକ ଟ୍ରାକ୍ଟର ପାଇଁ ରହୁଛନ୍ତି ସ୍ବତନ୍ତ୍ର ବାଲି ବୁହା ଶ୍ରମିକ । ୬ଜଣିଆ ବାଲିବୁହା ଶ୍ରମୀକ ଗୋଟିଏ ଥର ଟ୍ରାକ୍ଟର ଭରିଲେ ନିଅନ୍ତି ୫ଶହ ଟଙ୍କା । ଆଉ ବାଲି ମାଫିଆ ସେହି ବାଲିକୁ ବିକ୍ରୟ କରନ୍ତି ୬ହଜାର ଟଙ୍କାରେ ।

ବର୍ଷ ବର୍ଷ ଧରି ଏପରି ଚାଲିଛି ବାଲି ଲୁଟ୍। ସମଗ୍ର ଅଞ୍ଚଳ ନିଦ୍ରାରେ ହଜିଯିବା ପରେ ବାଲି ଚୋର ସକ୍ରୀୟ ହୋଇ କରନ୍ତି ଏହି କାମ । ଅନ୍ଧାର ଓ ଶୁନଶାନ୍ ପରିସ୍ଥିତିର ଫାଇଦା ଉଠାଇ ମାଲାମାଲ ହେଉଛନ୍ତି ବାଲି ମାଫିଆ । ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ଜିଲ୍ଲାପ୍ରଶାସନ ଓ ରାଜ୍ଯ ସରକାର ।

ସବୁଠାରୁ ଆଶ୍ଚର୍ଯ୍ଯର ବିଷୟ ବାଲି ଚୋରା ଚାଲାଣର ନେତୃତ୍ୱ ନେଉଥିବା ବାଲି ଚୋରଙ୍କ କିଙ୍ଗପିନ୍ କିନ୍ତୁ ଉପସ୍ଥିତ ରହନ୍ତି ନାହିଁ । ନା ରହୁଛି ଅଫିସରଙ୍କ ଭୟ ନା ଫାଇନର। ରାତାରାତି ଟ୍ରାକ୍ଟର ଟ୍ରାକ୍ଟର ବାଲି ଚାଲିଯାଉଛି ଆନ୍ଧ୍ର  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.