Below header

ରବିବାର ଛୁଟିରେ ଘରେ ବନାନ୍ତୁ ” ଗାରଲିକ ଚିକେନ”, ହାତ ଚାଟି ଚାଟି ଖାଇବେ

ଚିକେନର ଆପଣ ଅନେକ ପ୍ରକାରର ଆଇଟମ ନିଶ୍ଚିତ ରୂପେ ଖାଇଥିବେ । ବଟର ଚିକେନ, ଚି଼ଲ୍ଲୀ ଚିକେନ, ଚିକେନ ତନ୍ଦୁରି, ଚିକେନ କିମ୍ୱା ଏମିତି କେତେ କଣ । କିଛି ଲୋକଙ୍କୁ ଚିକେନ ବିରିୟାନୀ ଖାଇବା ବି ଖୁବ ପସନ୍ଦ । ଏହା ପାଟିକୁ ଟେଷ୍ଟି ଲାଗିବା ସହିତ ଶରୀର ପାଇଁ ଖୁବ ସୁସ୍ଥକର ବି । ଏହାକୁ ଖାଇଲେ ସେମିତି କିଛି ଦେହ ବି ଖରାପ ହୋଇନଥାଏ । ଆଉ ସବୁଠୁ ମଜା କଥା ହେଉଛି ଏହାକୁ ମାତ୍ର ୧୫ ମିନିଟ ଭିତରେ ପ୍ରସ୍ତୁତ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧.ଗୋଟେ ଚାମଚ ଅଲିଭ ତେଲ

୨. ଗୋଟେ ଚମଚ ବଟର

୩. ୪୫୦ ଗ୍ରାମ ଚିକେନ

୪. ୨ ଚାମଚ ପାପ୍ରିକା

୫. ଅଧା ଚାମଚ ଲୁଣ

୬. ଅଧା ଚାମଚ ଗୋଲମରିଚ ଗୁଣ୍ଡ

୭. ୪ ଟି ଲବଙ୍ଗ

୮ . ଗୋଟେ ଚାମଚ ଇଟାଲିଆନ ସ୍ୱିଜନିଙ୍ଗ

୯ . ସଜେଇବା ପାଇଁ ପାର୍ସଲି ଖଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

– ଚୁଲିରେ ଏକ ପ୍ୟାନ ବସାଇ ସେଥିରେ ଗୋଟେ ଅଲିଭ ତେଲ ଓ ଗୋଟେ ଚାମଚ ବଟର ମେଲଟ କରି ଦିଅନ୍ତୁ । ଏବେ ସେଥିରେ ଚିକେନ ପକାନ୍ତୁ ।

– ଏବେ ସେଥିରେ ଚିକେନ ଟେଣ୍ଡର, ସିଜନ ଓ ପାପ୍ରିକା, ଲୁଣ ଓ ଗୋଲମରିଚ ଗୁଣ୍ଡ ।

– ଏବେ ସେଗୁଡିକୁ ୩ ମିନିଟ ପାଇଁ ବସାନ୍ତୁ । ଏବେ ରସୁଣକୁ ଅଳ୍ପ ଭାଜି ସେଥିରେ ବାକି ଥିବା ବଟର ଗୁଡିକୁ ଦିଅନ୍ତୁ । ରସୁଣର ବାସ୍ନା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଏବେ ସେଗୁଡିକୁ ଆଉ ଗୋଟେ ମିନିଟ ପାଇଁ ଚୁଲିରେ ବସାନ୍ତୁ ।

– ଏବେ ଚୁଲିରେ ବସିଥିବା ଚିକେନରେ କିଛି ପାଣି ଦିଅନ୍ତୁ । ଆଉ ଆଞ୍ଚ କମେଇ ଦିଅନ୍ତୁ । ଧୀରେ ଧୀରେ ଘାଟନ୍ତୁ ।

– ତୁଳସୀ ପତ୍ର ଓ ପାର୍ସଲି ପତ୍ର ଦେଇ ସଜାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.