ବର୍ଷା ପାଗରେ ଘରେ ଗରମାଗରମ “କୋଲକାତା ଷ୍ଟାଇଲ ଏଗ ରୋଲ”ର ମଜା ନିଅନ୍ତୁ

କରୋନା କାରଣରୁ ଏବେ ଅଧିକାଂଶ ଲୋକଙ୍କୁ ଘରେ ରହିବାକୁ ପଡୁଛି । ବଡ ମାନେ ଘରୁ ଅଫିସ କାମ କରୁଥିବାବେଳେ ପିଲା ମାନେ ଘରେ ରହି ହିଁ ଅନଲାଇନ କ୍ଲାସ ଜରିଆରେ ପଢ଼ାପଢି କରୁଛନ୍ତି । ନିର୍ଦ୍ଧାରିତ ସମୟରେ ବଜାର ବନ୍ଦ ହୋଇଯାଉଥିବା କାରଣରୁ ଆଉ ଚଟପଟା ଖାଦ୍ୟର ମଜା ବି ସେତେଟା ମିଳିପାରୁନାହିଁ । ସେହି ଘର ତିଆରି ଖାଦ୍ୟ ଖାଇ ଖାଇ ବି ଅଧିକାଂଶ ବୋର ଲାଗିବଣି । ତେଣୁ ଆଉ ଡେରି କରନ୍ତୁନି | ଆଜି ହିଁ ଘରେ ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଆଉ ପରିବାର ଲୋକଙ୍କୁ ଖୁଆନ୍ତୁ “କୋଲକାତା ଷ୍ଟାଇଲ ଏଗ ରୋଲ” । ତେବେ ପ୍ରଥମେ ଲେଖିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ:

ମଇଦା- ଗୋଟେ କପ

ଅଟା – ଗୋଟେ କପ

ଲୁଣ ସ୍ୱାଦ ଅନୁସାରେ

ତେଲ- ଆବଶ୍ୟକତା ଅନୁସାରେ

ଗୋଲମରିଚ ଗୁଣ୍ଡ

ପିଆଜ- 2 ଟି

କଞ୍ଚା ଲଙ୍କା- 5 ଟି

egg roll

ଚାଟ ମସଲା

ଟମାଟୋ କେଚଅପ

ଚିଲି ସସ

ଲେମ୍ବୁ ରସ

ଅଣ୍ଡା

ଚିନି

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ଅଟା, ମଇଦା, ଚିନି, ଲୁଣକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ହାତରେ ଭଲଭାବରେ ମିଶାଇବା ପରେ ପାଣି ଦେଇ ଚକଟି ଦିଅନ୍ତୁ । ଏବେ ଏହି ଚକଟାରୁ ଦୁଇଟି ବଡ ବଡ ଗୁଳା ବନାନ୍ତୁ । ରୁଟି ପରି ହାଲକା ଭାବରେ ବେଲି ଦିଅନ୍ତୁ । ତାୱାରେ ରୁଟି ରଖି ହାଲକା ହାଲକା ତେଲ ଦେଇ ସେକି ଦିଅନ୍ତୁ । ଏବେ ଅଣ୍ଡା ଗୁଡିକୁ ଭାଙ୍ଗି ଭଲ ଭାବରେ ମିଶାଇ ସେଥିରେ ଲୁଣ ଗୋଳାନ୍ତୁ । ପରଠା ସେକି ହେବା ପରେ ସେଥିରେ ଅଣ୍ଡା ମିଶ୍ରଣ ଦିଅନ୍ତୁ । ଏବେ ଭଲ ଭାବରେ ସେକି ଦିଅନ୍ତୁ | ପରଠାର ଦୁଇ ପାଖ ଭଲ ଭାବରେ ସେକି ହେବା ପରେ ଏବେ ସେଥିରେ ପିଆଜ, ଲଙ୍କା, ଗୋଲମରିଚ ଗୁଣ୍ଡ, ଚାଟ ମସଲା, ଲେମ୍ବୁ ରସ, ଟମାଟୋ ସସ, ଚିଲି ସସ ଆଦି ଦେଇ ରୋଲ ବନାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା “କୋଲକାତା ଷ୍ଟାଇଲ ଟେଷ୍ଟି ଏଗ ରୋଲ” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.