ଗେଣ୍ଡୁ ଫୁଲ ଚା’ ଶରୀର ପାଇଁ ହୋଇଥାଏ ଖୁବ ଲାଭକାରୀ, ଜାଣନ୍ତୁ ଔଷଧିୟ ଗୁଣ

ଆଜି ପର୍ଯ୍ୟନ୍ତ ଆପଣ ଗେଣ୍ଡୁ ଫୁଲକୁ କେବଳ ପୂଜା ପାଇଁ ବ୍ୟବହାର ହେଉଥିବାର ଜାଣିଥିବେ । ଘର ସଜାଇବା କାମରେ ମଧ୍ୟ ଏହି ଫୁଲକୁ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଗେଣ୍ଡୁ ଫୁଲର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ଯାହା ଆପଣଙ୍କ ତ୍ୱଚା ସହ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ ।

ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହ ସତ । ଏହି ଫୁଲରେ ଅନେକ ଔଷଧିୟ ଗୁଣ ଭରି ରହିଛି । ଏଥିରେ ସ୍କିନ ହିଲିଂ, ଆଣ୍ଟି ଇନଫ୍ଲାମେସନ, ଆଣ୍ଟି ସେପ୍ଟିକ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି । ଅନେକ ଏହାର ପାଖୁଡାକୁ ଫେସ ପ୍ୟାକ ଆକାରରେ ବ୍ୟବହାର କରିଥାନ୍ତି । ହେୟାର ମାସ୍କ ପାଇଁ ମଧ୍ୟ ଏହା ବ୍ୟବହାର କରାଯାଏ । ଏହା ବ୍ୟତିତ ମନୁଷ୍ୟ ଶରୀରରେ ହେଉଥିବା ଘାତକକାରୀ ଟ୍ୟୁମର କୁ ରୋକିବା ସହ ସାଇଟୋଟକ୍ସିକ ପ୍ରଭାବକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଚା ପ୍ରସ୍ତୁତ କରି ମଧ୍ୟ ଏହାକୁ ଆପଣ ପିଇପାରିବେ । ତେବେ ଚାଲନ୍ତୁ ଜାଣିବା ଗେଣ୍ଡୁ ଫୁଲ ଚା’ର ଫାଇଦା ।

– ଗେଣ୍ଡୁଫୁଲ ଚା’ କୁ ପ୍ରତିଦିନ ସେବନ କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ସ୍କିନରେ ଥିବା ଦାଗ, ପିମ୍ପଲ ଆଦିରୁ ମୁକ୍ତି ମିଳିଥାଏ । ଏହାସହ ସ୍କିନକୁ ସୁସ୍ଥ ମଧ୍ୟ ରଖିଥାଏ ।

236
pc: ayurvedicindia.info

– ମାନସିକ ଅବସାଦକୁ ଦୂର କରେ ଏହି ଚା । ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଷ୍ଟ୍ରେସକୁ ଦୂର କରେ । ଏହାସହ ଶରୀରରୁ ମୋଟାପା , ଜ୍ୱଳନ ଆଦି ସମସ୍ୟାକୁ ଦୂର କରେ । ଟ୍ୟୁମର ଭଳି ଘାତକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

– ଦାନ୍ତରେ ଯନ୍ତ୍ରଣା ଅନୁଭବ ହେଉଥିଲେ ଏହି ଚା’ ଅନେକ ଆରାମ ପ୍ରଦାନ କରେ । ଏହାକୁ କାଢ଼ା ରୂପେ ମଧ୍ୟ ପିଇପାରିବେ । ଏଥିରୁ କୁଳି ମଧ୍ୟ କରିପାରିବେ । ଏହାଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଏ ।

ତେବେ ଏହାକୁ ତିଆରି କରିବା ପାଇଁ ପ୍ରଥମେ ୪ରୁ ୫ଟି ଗେଣ୍ଡୁ ଫୁଲ ନିଅନ୍ତୁ । ଏହାର ପାଖୁଡାକୁ ବାହାର କରି ଗରମ ପାଣିରେ ପକାନ୍ତୁ । ୫ ମିନିଟ ଫୁଟିଲା ପରେ ଏହାକୁ ଛାଣି ଦିଅନ୍ତୁ । ପରେ ଏଥିରେ ମହୁ ମିଶାନ୍ତୁ । ପରେ ଉଷୁମ କରି ଏହି ଚା’ କୁ ପିଅନ୍ତୁ । ଏହି ଚା’ ରେ ଫୁଲର ରଙ୍ଗ ମଧ୍ୟ ଦେଖିବାକୁ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.