କୋଭାକ୍ସିନ୍‌ ଟିକା ୭୭.୮ ପ୍ରତିଶତ ପ୍ରଭାବୀ, ଡ଼ିସିଜିଆଇ ନିକଟରେ ରିପୋର୍ଟ ଦାଖଲ କଲା ଭାରତ ବାୟୋଟେକ

ଭୁବନେଶ୍ୱର(କେ ନ୍ୟୁଜ): କୋଭାକ୍ସିନ୍‌ ଟିକା ୭୭.୮ ପ୍ରତିଶତ ପ୍ରଭାବୀ । ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍‌ରୁ ଏହି ତଥ୍ୟ ସାମନାକୁ ଆସିଛି । ପରୀକ୍ଷଣ ତଥ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ନିକଟରେ ଦାଖଲ କରିଛି ଭାରତ ବାୟୋଟେକ୍‌ । ଏହାପରେ ସବଜେକ୍ଟ ଏକ୍ସପର୍ଟ କମିଟି କୋଭାକ୍ସିନ ଟିକାର ତଥ୍ୟ ଅନୁଧ୍ୟାନ କରିବା ପରେ ୭୭.୮ ପ୍ରତିଶତ ପ୍ରଭାବୀ ଥିବା ସୂଚନା ମିଳିଛି ।

ବୈଠକରେ ଭାରତ ବାୟୋଟେକ ପକ୍ଷରୁ ଦିଆଯାଇଥିବା ତଥ୍ୟର ତର୍ଜମା କରାଯାଇଛି । ଏଥିସହ ବୁଧବାର WHO ସହ ମଧ୍ୟ ବୈଠକ କରିବ “ଭାରତ ବାୟୋଟେକ” । ଗତ ଜାନୁଆରୀରେ କୋଭାକ୍ସିନକୁ ଜରରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । ଦେଶରେ ଟିକାକରଣର ବ୍ୟବହାର ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.