ଚେହେରାରୁ କଳାଜାଇ ହଟାଇବାକୁ ଚାହୁଁଛନ୍ତି କି, ତେବେ ବ୍ୟବହାର କରନ୍ତୁ ଏହି ତେଲ

କିଛି ଲୋକଙ୍କର ଶରୀରରେ ବହୁତ କଳାଜାଇ ଥାଏ । ଏହି କଳାଜାଇ ଚେହେରାରେ ବି ଥାଏ। ଯେଉଁ କାରଣରୁ ଚେହେରାର ଆକର୍ଷଣ ଟିକେ କମିବା ଆରମ୍ଭ କରେ । ତେବେ କଳାଜାଇ ରହିବା ସ୍ୱାଭାବିକ କଥା କିନ୍ତୁ ଯଦି ଆପଣ ଏହାକୁ ହଟାଇବାକୁ ଚାହାଁନ୍ତି, ତେବେ ଆପଣ ଏହି ଜିନିଷଗୁଡିକ ଘରେ କରିପାରିବେ । ମୁହଁରୁ କଳାଜାଇ ହଟାଇବା ପାଇଁ ସର୍ଜରୀ କିମ୍ବା ଲେଜର ଆବଶ୍ୟକ ନାହିଁ, ଏଥିପାଇଁ କାଷ୍ଟର ତେଲ ବା ଜଡ଼ା ତେଲ ମଧ୍ୟ ଏହି କାମ କରିପାରିବ ।

କାଷ୍ଟର ତେଲ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା :

ବେକିଂ ସୋଡା ଏବଂ କାଷ୍ଟର ତେଲ

ଏଥିପାଇଁ ରାତିରେ ୧/୨ ଚାମଚ ବେକିଂ ସୋଡା ରେ ୨-୩ ବୁନ୍ଦା କାଷ୍ଟର ତେଲ ମିଶାଇ ଭଲ ଭାବରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କଳାଜାଇରେ ଲଗାନ୍ତୁ ଏବଂ ଏହାକୁ ଏକ ବ୍ୟାଣ୍ଡେଜ ଦ୍ବାରା ଘୋଡାନ୍ତୁ । ପରଦିନ ସକାଳେ ବ୍ୟାଣ୍ଡେଜ୍ ହଟାଇ ଦିଅନ୍ତୁ ଏବଂ ମୁହଁ ଧୋଇ ଦିଅନ୍ତୁ। ଗୋଟିଏ ଦିନ ଛାଡ଼ି ଗୋଟିଏ ଏହି ପଦ୍ଧତିକୁ ଅନୁସରଣ କରନ୍ତୁ ।

କଳାଜାଇ ଚିକିତ୍ସା: ମହୁ ଏବଂ କାଷ୍ଟର ତେଲ

ଆପଣ ୧ ଚାମଚ ମହୁ ନିଅନ୍ତୁ, ଏଥିରେ ୨-୩ ବୁନ୍ଦା କାଷ୍ଟର ତେଲ ମିଶାନ୍ତୁ ଏବଂ ତା’ପରେ ଏହାକୁ କଳାଜାଇରେ ଲଗାନ୍ତୁ । ଏହା ପରେ ଏହାକୁ ଏକ ବ୍ୟାଣ୍ଡେଜରେ ଘୋଡାଇ କିଛି ଘଣ୍ଟା ପରେ ବାହାର କରନ୍ତୁ । ଏହାପରେ ମୁହଁ ଧୋଇବାକୁ ପଡିବ । ଏହି ପଦ୍ଧତିକୁ ଦିନକୁ ଦୁଇଥର ବ୍ୟବହାର କରନ୍ତୁ । ଆପଣ ୭-୧୦ ଦିନରେ ଫଳାଫଳ ଦେଖିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.