ଅନେକ ରୋଗକୁ ଡାକିପାରେ ଦୁର୍ବଳ ମାଂସପେଶୀ, ଜାଣନ୍ତୁ ମସଲ୍ସକୁ ମଜଭୁତ କରିବାର ସହଜ ଉପାୟ
ବର୍ତ୍ତମାନର ଖରାପ ଲାଇଫ୍ଷ୍ଟାଇଲ୍ ପାଇଁ ଅଧିକାଂଶ ଲୋକଙ୍କର ମାଂସପେଶୀରେ ସମସ୍ୟା ଦେଖାଦେଉଛି । ମାଂସପେଶୀରେ ସମସ୍ୟା ବଢ଼ିଲେ, ଲୋକମାନେ କ୍ରମଶଃ ଦୁର୍ବଳ ହେବାରେ ଲାଗନ୍ତି । ଆଜିକାଲି ଯୁବପିଢ଼ି ଯେଉଁ ଅନୁପାତରେ ରୋଗରେ ପଡ଼ୁଛନ୍ତି, ଏହାକୁ ଦୃଷ୍ଟିରେ ରଖି ଏବେ ଠୁ ସତର୍କ ରହିବା ଜରୁରୀ ।

ବର୍ତ୍ତମାନର ଖରାପ ଲାଇଫ୍ଷ୍ଟାଇଲ୍ ପାଇଁ ଲୋକମାନେ ବୟସ ପୂର୍ବରୁ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଫଳରେ ବୟସ ବଢ଼ିବା ସହ ଭିତରର ଅଙ୍ଗ ପ୍ରତ୍ୟଙ୍ଗ ଦୁର୍ବଳ ହେବାରେ ଲାଗିଛି । ଅଧିକାଂଶ ଲୋକଙ୍କର ମାଂସପେଶୀରେ ସମସ୍ୟା ଦେଖାଦେଉଛି । ମାଂସପେଶୀରେ ସମସ୍ୟା ବଢ଼ିଲେ, ଲୋକମାନେ କ୍ରମଶଃ ଦୁର୍ବଳ ହେବାରେ ଲାଗନ୍ତି । ଆଜିକାଲି ଯୁବପିଢ଼ି ଯେଉଁ ଅନୁପାତରେ ରୋଗରେ ପଡ଼ୁଛନ୍ତି, ଏହାକୁ ଦୃଷ୍ଟିରେ ରଖି ଏବେ ଠୁ ସତର୍କ ରହିବା ଜରୁରୀ । ତେବେ ଆସନ୍ତୁ ଜାଣିବା ମାଂସପେଶୀକୁ ମଜଭୁତ କରିବାକୁ କି ଉପାୟ ଆପଣାଇବେ, ସେ ବିଷୟରେ…
ମାଂସପେଶୀ ଦୁର୍ବଳ ହେବାର ଲକ୍ଷଣ:
- ଗୋଡ଼ ଦୁବଳ ହେବା
- ଶୀଘ୍ର ଥକିପଡ଼ିବା
- କୌଣସି କାମ କରିବାକୁ ବଳ ନ ପାଇବା
- ଶରୀର ନିୟନ୍ତ୍ରଣରେ ନ ରହିବା
ମାଂସପେଶୀଜନିତ ରୋଗ:
- ଆର୍ଥରାଇଟିସ୍
- ମାଂସପେଶୀ ସମସ୍ୟା
- ଡାଇବେଟିସ୍
- ଉଚ୍ଚ ରକ୍ତଚାପ
- ଥାଇରଏଡ୍
- ଫ୍ୟାଟି ଲିଭର
- ମୋଟାପଣ
- ହାର୍ଟ ରୋଗ
ଦୁର୍ବଳ ମାଂସପେଶୀ ଯୋଗୁ ରୋଗାଗ୍ରସ୍ତ ହେଉଥିବା ଅଙ୍ଗ:
- ହାର୍ଟ
- ବ୍ରେନ୍
- ଫୁସ୍ଫୁସ୍
- ବୃକକ୍
- ଆଖି
- ମେରୁଦଣ୍ଡ
ମାଂସପେଶୀ ଦୁର୍ବଳ ହେବାର କାରଣ?
- ଶରୀରରେ ରକ୍ତର ଅଭାବ
- ଜେନେଟିକ୍ ଡିସ୍ଅର୍ଡର
- ଅଟୋ ଇମ୍ୟୁନ୍ ଡିଜିଜ୍
- ସଂକ୍ରମଣ
ମାଂସପେଶୀ ଦୁର୍ବଳତା କେମିତି ଦୂର କରିବେ?
- ନିୟମିତ ବ୍ୟାୟାମ କରନ୍ତୁ।
- ଭିଟାମିନ୍-ଡି’ଯୁକ୍ତ ଖାଦ୍ୟ ଖାଆନ୍ତୁ।
- ଦିନକୁ ୪-୫ ଲିଟର ପାଣି ପିଅନ୍ତୁ।
- ଅଁଳା ସେବନ କରନ୍ତୁ।
- କିଛି ସମୟ ଚାଲନ୍ତୁ।
- ପ୍ରତିଦିନ କ୍ଷୀର ପିଅନ୍ତୁ।
- ତାଜା ଫଳ ଖାଆନ୍ତୁ।
- କମ୍ ଜଙ୍କ୍ଫୁଡ୍ ସେବନ କରନ୍ତୁ।