ପାଟିରୁ ଗନ୍ଧ ଆସୁଥିଲେ ହୋଇଯାଆନ୍ତୁ ସତର୍କ! ହୋଇପାରେ ଡାଇବେଟିଜ

ଡାଇବେଟିକ କିଟୋଏସିଡୋସିସ ଶରୀର ମଧ୍ୟରେ ଥିବା ଏକ ପ୍ରକ୍ରିୟା ଯାହା ଇନ୍‌ସୁଲିନ ଅଭାବରୁ ରକ୍ତରେ ହାନିକାରକ କିଟୋନ୍ସର ନିର୍ମାଣ କରିଥାଏ ଏବଂ ଏହା ଡାଇବେଟିଜ୍‌ର ଏକ ଅସାମାନ୍ୟ ସଂକେତ । ଯଦି ନିଶ୍ୱାସରୁ ଫଳର ଗନ୍ଧ କିମ୍ବା ସ୍ୱାଦ ଆସୁଥାଏ ତେବେ ଏହା ଡାଇବେଟିକ କିଟୋଏସିଡୋସିସ ନାମକ ଭୟଙ୍କର ସ୍ଥିତିର ସଂକେତ ହୋଇପାରେ ।

ଡାଇବେଟିଜ୍‌ ଏପରି ଏକ ରୋଗ ଯାହା ଭାରତରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏହି ସମସ୍ତ ମାମଲା ମଧ୍ୟରୁ ୯୦ ପ୍ରତିଶତ ମାମଲା ଟାଇପ ୨ ଡାଇବେଟିଜ୍‌ ବୋଲି ଜଣା ପଡ଼ିଛି । ଦାବି କରାଯାଇଛି ଯେ ଯଦି ଆପଣଙ୍କ ମୁହଁରୁ କିଛି ଭିନ୍ନ ଗନ୍ଧ ଆସୁଛି ତେବେ ଆପଣଙ୍କ ବ୍ଲଡ ସୁଗାର ବଢିଯାଇଥିବ । ଅର୍ଥାତ ଆପଣଙ୍କୁ ଡାଇବେଟିଜ ହୋଇପାରେ । ଫଳ ଗନ୍ଧ ଭଳି ହେଉଥିବା ନିଶ୍ୱାସ ଡାଇବେଟିକ କିଟୋଏସିଡୋସିସର ଲକ୍ଷଣ ହୋଇପାରେ, ଯାହା ଡାଇବେଟିସ ହେବାର ଆରମ୍ଭ ସଂକେତ ବୋଲି କୁହାଯାଏ ।

ସୂଚନା ଅନୁସାରେ ଡାଇବେଟିକ କିଟୋଏସିଡୋସିସ ଶରୀର ମଧ୍ୟରେ ଥିବା ଏକ ପ୍ରକ୍ରିୟା ଯାହା ଇନ୍‌ସୁଲିନ ଅଭାବରୁ ରକ୍ତରେ ହାନିକାରକ କିଟୋନ୍ସର ନିର୍ମାଣ କରିଥାଏ ଏବଂ ଏହା ଡାଇବେଟିଜ୍‌ର ଏକ ଅସାମାନ୍ୟ ସଂକେତ । ଡାଇବେଟିଜ୍‌ କାରଣରୁ ନିଶ୍ୱାସରୁ ଦୁର୍ଗନ୍ଧ ଆସିଥାଏ କାରଣ ଏହାର ଉପସ୍ଥିତି ଯୋଗୁଁ ପାଟିରେ ଗ୍ଲୁକୋଜ ମାତ୍ରା ବଢିଯାଏ ବୋଲି ଦାବି କରାଯାଇଛି । ବ୍ୟାକ୍ଟେରିଆ ସେହି ଗ୍ଲୁକୋଜକୁ ଭୋଜନ ଆକାରରେ ଖାଇଥାନ୍ତି, ଯାହା ପରେ ଦାନ୍ତ ସଂକ୍ରମଣ ହୋଇଥାଏ । ଦାନ୍ତ ସଂକ୍ରମଣ ପାଇଁ ପାଟିରୁ ଗନ୍ଧ ଆସିଥାଏ ।

ଯଦି ନିଶ୍ୱାସରୁ ଫଳର ଗନ୍ଧ କିମ୍ବା ସ୍ୱାଦ ଆସୁଥାଏ ତେବେ ଏହା ଡାଇବେଟିକ କିଟୋଏସିଡୋସିସ ନାମକ ଭୟଙ୍କର ସ୍ଥିତିର ସଂକେତ ହୋଇପାରେ । ଡାଇବେଟିକ କିଟୋଏସିଡୋସିସ, ଟାଇପ ୧ ଡାଇବେଟିଜ୍‌ର ସଂକେତ ହୋଇପାରେ ବୋଲି କୁହାଯାଇଛି । ପର୍ଯ୍ୟାପ୍ତ ଇନ୍‌ସୁଲିନ ବିନା, ଆପଣଙ୍କ ଶରୀରକୁ ଗ୍ଲୁକୋଜରୁ ଆବଶ୍ୟକ ଶକ୍ତି ମିଳେନାହିଁ, ଏଥିପାଇଁ ଶରୀର ଚର୍ବିର ଉପଯୋଗ କରିଥାଏ ଏବଂ କିଟୋନ୍ସ ନାମକ କେମିକାଲ ଉତ୍ପନ୍ନ ହୋଇଥାଏ । ପରେ ଏହି କିଟୋନ୍ସର ମାତ୍ରା ବଢିଯାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ଏହା ଦ୍ୱାରା ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ହୋଇପାରେ, ତ୍ୱଚା ଲାଲ ହୋଇପାରେ ଏବଂ ବାନ୍ତି ହେବା ଭଳି ସମସ୍ୟା ଦେଖାଯାଇ ପାରେ ।

ଡାଇବେଟିଜ୍‌ର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଶରୀରରେ ଘା’, ଯାହା ଠିକ ହେବା ପାଇଁ ଅଧିକ ସମୟ ଲାଗିଥାଏ । ଡାଇବେଟିଜ୍‌ରେ ଅଧିକ ଶୋଷ ଲାଗିଥାଏ ଏବଂ ଅଧିକ ପରିସ୍ରା ମଧ୍ୟ ଲାଗିଥାଏ । ଯଦି ଆପଣଙ୍କୁ ଡାଇବେଟିଜ୍‌ର ଲକ୍ଷଣ ଅନୁଭବ ହେଉଛି ତେବେ ଆପଣ ତୁରନ୍ତ ଡାକ୍ତର ଦେଖାନ୍ତୁ । ଏହି ରୋଗର ଚିକିତ୍ସା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହାର ଚିକିତ୍ସା କରାନଗଲେ ଏହା ଆଗାମୀ ସମୟରେ ହୃଦରୋଗ ଏବଂ ଷ୍ଟ୍ରୋକ ଭଳି କିଛି ଘାତକ ରୋଗ ହେବାର ସମ୍ଭାବନାକୁ ବଢ଼ାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.