କ୍ଲାସରୁମରେ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଲେ ପ୍ରଫେସର, ଶରୀରକୁ ନେଇ ଦେଲେ ଅଶ୍ଳୀଳ ଟିପ୍ପଣୀ

ଗୁରୁ ନାଁରେ କଳଙ୍କ । ମେଡିକାଲ ଏକ୍ସରସାଇଜ ନାମରେ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଲେ ପ୍ରଫେସର । ଶରୀରକୁ ନେଇ ଦେଲେ ଅଶ୍ଳୀଳ ଟିପ୍ପଣୀ। ଯାହାପରେ ତାଙ୍କୁ ବିଦା କରାଯାଇଛି । ଏମିତି ଘଟଣା ଆମେରିକାରେ ଘଟିଛି ।

କଲେଜରେ ଛାତ୍ରୀଙ୍କୁ ନିଜର ସାର୍ଟ ଖୋଲିବାକୁ କହି ଚାକିରିରୁ ବିଦା ହୋଇଛନ୍ତି ପ୍ରଫେସର । ଏମିତି ଘଟଣା ଆମେରିକାର ଏକ କଲେଜରେ ଘଟିଛି । ଶିକ୍ଷା ବିଭାଗର ନାଗରିକ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ କରିବା ପରେ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୩ ମାସ ଧରି ଚାଲିଥିବା ଏହି ଯାଞ୍ଚରୁ ଘଟଣାର ସତସ୍ୟା ଜଣାପଡିଥିଲା । ପ୍ରଫେସର ଜଣକ ଶ୍ରେଣୀରେ ୧୧ ଛାତ୍ରୀଙ୍କୁ ସାର୍ଟ ଖୋଲିବା ସହିତ ଅନ୍ତବସ୍ତ୍ର ଖୋଲିବା ପାଇଁ କହିଥିଲେ ।

ଖବର ମୁତାବକ, ଆମେରିକାର ଏକ କଲେଜରେ ପ୍ରଫେସର କ୍ଲାସରୁମରେ ୧୧ ଜଣ ଛାତ୍ରୀଙ୍କୁ ଡ୍ରେସ କାଢିବା ସହିତ ଅନ୍ତବସ୍ତ୍ର ଖୋଲିବା ପାଇଁ କହିଥିଲେ । କେବଳ ସେତିକି ନୁହେଁ ପ୍ରଫେସର ଜଣକ ସମସ୍ତଙ୍କ ଶରୀରକୁ ନେଇ ଅଶ୍ଳୀଳ ଟିପ୍ପଣୀ ଦେଇଥିଲେ । କିଛି ଛାତ୍ରୀ ଏହାକୁ ବିରୋଧ କରିଥିଲେ, କିନ୍ତୁ ପ୍ରଫେସର ଜଣକ ଏହାକୁ ମେଡିକାଲ ଆସେସମେଣ୍ଟ ସହିତ ଜଡିତ ଏକ୍ସରସାଇଜ ବୋଲି କହିଥିଲେ । କିଛି ଛାତ୍ରୀ ଲଜ୍ଜିତ ଅନୁଭବ କରି ଲ୍ୟାବ୍‌ ଜ୍ୟାକେଟ ପିନ୍ଧିଥିଲେ କିନ୍ତୁ ପ୍ରଫେସର ତାକୁ କାଢିବା ପାଇଁ କହିଥିଲେ ।

ଏହାକୁ ନେଇ ଅଭିଯୋଗ କରିବା ପରେ ପ୍ରଫେସରଙ୍କୁ ପ୍ରଥମେ ନିଲମ୍ବିତ କରାଯିବା ପରେ ଯାଞ୍ଚ କରିବା ପରେ ତାଙ୍କୁ ବହିଷ୍କୃତ କରାଯାଇଥିଲା । କଲେଜ ପକ୍ଷରୁ ହୋଇଥିବା ଯାଞ୍ଚ ପାଇଁ କର୍ତ୍ତୃପକ୍ଷ କୃତଜ୍ଞତା ଜଣାଇଥିଲେ ।

ରିପୋର୍ଟରେ ଜାଣିବାକୁ ମିଳିଥିଲା କି, ଜଣେ ଛାତ୍ରୀ ପରୀକ୍ଷାରେ ଫେଲ୍‌ ହୋଇଥିଲେ । ଆଉ ଏହା ଯୌନ ଉତ୍ପୀଡନ କାରଣରୁ ହୋଇଥିଲା । କଲେଜ ପକ୍ଷରୁ ତାଙ୍କୁ ଆଉଥରେ ଆଡମିଶନ କରାଯିବା ସହିତ ଖର୍ଚ୍ଚ ମଧ୍ୟ ବହନ କରିଥିଲା । ଉକ୍ତ ଛାତ୍ରୀଙ୍କୁ ଅନ୍ୟ ଛାତ୍ରଛାତ୍ରୀ ସହାୟତା ମଧ୍ୟ କରିଥିଲେ । ଆଉ ପ୍ରଫେସରଙ୍କୁ ଏଥିପାଇଁ କଲେଜରୁ ବହିଷ୍କୃତ କରିଦିଆଗଲା । ତେବେ ଏହି ମାମଲା ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା କି ନାହିଁ ତାହା ଜଣାପଡିନଥିଲା । ତେବେ ଏହି ଘଟଣା ପରେ ଗୁରୁ ଶିଷ୍ୟ ସଂପର୍କକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.