Below header

ଜଲଦି କିଣନ୍ତୁ ଶେଷ ହୋଇଯିବ ଅଫର, ମାତ୍ର ୫,୯୯୯ ଟଙ୍କାରେ କିଣନ୍ତୁ iPhone 11

ଯଦି ଆପଣଙ୍କର ଏବେ ପର୍ଯ୍ୟନ୍ତ ଆଇଫୋନ୍ କିଣିବା ସ୍ବପ୍ନ ଅଧୁରା ରହିଯାଇଛି, ତାହେଲେ ବୋଧହୁଏ ଏବେ ଆପଣଙ୍କ ଅପେକ୍ଷାର ଅନ୍ତ ହେବାର ସମୟ ଆସିଯାଇଛି ।

ଯଦି ଆପଣଙ୍କର ଏବେ ପର୍ଯ୍ୟନ୍ତ ଆଇଫୋନ୍ କିଣିବା ସ୍ବପ୍ନ ଅଧୁରା ରହିଯାଇଛି, ତାହେଲେ ବୋଧହୁଏ ଏବେ ଆପଣଙ୍କ ଅପେକ୍ଷାର ଅନ୍ତ ହେବାର ସମୟ ଆସିଯାଇଛି । ଆଜ୍ଞା ହଁ, ଏବେ ଆପଣ ମାତ୍ର ୫,୯୯୯ ଟଙ୍କାରେ ନୂଆ ଆଇଫୋନକୁ କିଣିପାରିବେ । ଫ୍ଲିପକାର୍ଟ ଏକ ବହୁତ ବଢ଼ିଆ ଅଫର ଆଣିଛି, ଯେଉଁଥିରେ ଆପଣ ସବୁଠାରୁ କମ୍ ମୂଲ୍ୟରେ ଆଇଫୋନ୍ ୧୧ କୁ କିଣିପାରିବେ । ତାହେଲେ ଆସନ୍ତୁ ଜାଣିବା ଆପଣ ଆଇଫୋନ୍ ୧୧କୁ କିପରି ଶସ୍ତାରେ ପାଇପାରିବେ ।

ଆଇଫୋନ୍ ୧୧ ର ୬୪ଜିବି ଷ୍ଟୋରେଜ୍ ଭ୍ୟାରିୟଣ୍ଟ ଫ୍ଲିପକାର୍ଟରେ ୩ ହଜାର ଟଙ୍କାର ଫ୍ଲାଟ ଡିସକାଉଣ୍ଟ ପରେ ୪୦,୯୯୯ ଟଙ୍କାରେ ଉପଲବ୍ଧ କରାଯାଇଛି । ଫୋନ କିଣିବା ଦ୍ବାରା ଆପଣଙ୍କୁ ୩୫,୦୦୦ ଟଙ୍କାର ଏକ୍ସଚେଞ୍ଜ୍ ଅଫର ମଧ୍ୟ ଦିଆଯାଉଛି । ଅର୍ଥାତ୍ ଆପଣ ନିଜ ପୁରୁଣା ସ୍ମାର୍ଟଫୋନକୁ ବିକ୍ରି କରି ଅଧିକ ରୁ ଅଧିକ ୩୫,୦୦୦ ଟଙ୍କାର ରିହାତି ହାସଲ କରିପାରିବେ । ଏହାପରେ ଆପଲ ଆଇଫୋନ୍ ୧୧ ର ଦାମ୍ କେବଳ ୫,୯୯୯ ଟଙ୍କାରେ ଆପଣଙ୍କୁ ମିଳିଯିବ ।

ଏହାବ୍ୟତୀତ ଆପଣ ଫୋନକୁ ମନ୍ଥଲୀ ଆଇଏମଆଇରେ ୩,୬୮୨ ଟଙ୍କାର ପେମେଣ୍ଟ କରିପାରିବେ । ଫୋନର କ୍ରୟ ଉପରେ ଗୋଟେ ବର୍ଷର ୱାରେଣ୍ଟୀ ମଧ୍ୟ ଦିଆଯାଉଛି । ଆପଣଙ୍କୁ ଫୋନ୍ କ୍ରୟ ଉପରେ ୭ ଦିନର ରିପ୍ଲେସମେଣ୍ଟ ପଲିସି ବି ମିଳିବ । ଏହାର ଅର୍ଥ ଯଦି ଫୋନ୍ ଆପଣଙ୍କୁ ପସନ୍ଦ ଆସିବନାହିଁ, ତାହେଲେ ଆପଣ ଏହାକୁ ୭ ଦିନ ଭିତରେ ଫେରସ୍ତ କରିପାରିବେ ।

ଆଇଫୋନ୍ ୧୧ ସ୍ପେସିଫିକେସନ୍ସ

ଆପଲ ଆଇଫୋନ୍ ୧୧ରେ ଆପଣଙ୍କୁ ଏକ ୬.୧ ଇଞ୍ଚର ଲିକ୍ବିଡ ରେଟିନା ଏଚଡି ଡିସପ୍ଲେ ମିଳିବ । ଏହି ଫୋନ୍ A13 ବାୟୋନିକ ଚିପସେଟ ସହିତ ଆସିଥାଏ, ଯାହାକୁ ଉଚ୍ଚ ପ୍ରଦର୍ଶନ ପାଇଁ ଜଣାଯାଏ । ଫୋନର ବ୍ୟାକରେ ଡୁଆଲ କ୍ୟାମେରା ସେଟଅପ୍ ଦିଆଯାଇଛି । ଯେଉଁଥିରେ ମୁଖ୍ୟ କ୍ୟାମେରା ୧୨ ମେଗାପିକ୍ସେଲର ରହିଛି । ଏହାସହିତ ଆଉ ଏକ ୧୨ ମେଗାପିକ୍ସେଲ କ୍ୟାମେରା ଉପଲବ୍ଧ ରହିଛି । ଫୋନର ଫ୍ରଣ୍ଟରେ ୧୨ ମେଗାପିକ୍ସେଲ କ୍ୟାମେରା ରହିଛି । ଯାହାର ଉପଯୋଗ ସେଲଫି ଏବଂ ଭିଡିଓ କଲ୍ ପାଇଁ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.