Below header

ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ନିଆଁ ଲଗାଇଲେ ଖଲିସ୍ତାନୀ ସମର୍ଥକ, ଆମେରିକା କଲା ନିନ୍ଦା

ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ନିଆଁ ଲଗାଇଦେଲେ ଖଲିସ୍ତାନୀ ସମର୍ଥକ । ଏଭଳି ଘଟଣାକୁ କଡ଼ା ନିନ୍ଦା କରିଛି ଆମେରିକା ।ଏହି ଘଟଣା ରାତି ୧.୩୦ରୁ ୨.୩୦ ମଧ୍ୟରେ ଘଟିଥିଲା ।

ଖଲିସ୍ତାନୀ ସମର୍ଥକ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ନିଆଁ ଲଗାଇବାକୁ ଚେଷ୍ଟା କରିଛନ୍ତି । ତେବେ ସ୍ଥାନୀୟ ବିଭାଗ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଘଟଣା ରାତି ୧.୩୦ରୁ ୨.୩୦ ମଧ୍ୟରେ ଘଟିଛି । ଏହି ଆକ୍ରମଣକୁ ଆମେରିକା ସରକାର ଦୃଢ଼ ନିନ୍ଦା କରିଛନ୍ତି । ଏହା ପୂବରୁ ମାର୍ଚ୍ଚରେ ମଧ୍ୟ ଖଲିସ୍ତାନ ସମର୍ଥକମାନେ ନିଜେ ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟକୁ ଟାର୍ଗେଟ କରିଥିଲେ ।

ଖବର ମୁତାବକ, ରାତି ୧.୩୦ ରୁ ୨.୩୦ ମଧ୍ୟରେ ଦୂତାବାସରେ ନିଆଁ ଲଗାଇ ଦେଇଥିଲେ । ତେବେ ଏହି ଆକ୍ରମଣରେ ଅଧିକ କ୍ଷୟକ୍ଷତି ହୋଇ ନାହିଁ ଏବଂ ଏହି ଘଟଣାରେ କୌଣସି କର୍ମଚାରୀ ଆହତ ହୋଇନାହାନ୍ତି । ଖଲିସ୍ତାନୀ ସମର୍ଥକମାନେ ଏହି ଘଟଣାର ଭିଡିଓ ଜାରି କରିଛନ୍ତି । ତେବେ ଭିଡିଓ ବିଷୟରେ ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନି । ଏହି ଘଟଣା ରବିବାର ଘଟିଛି ।

ଏହି ମାମଲା ସାମ୍ନାକୁ ଆସିବା ପରେ ଆମେରିକା ସରକାରରେ ଆଲୋଡ଼ନ ସୃଷ୍ଟି ହୋଇଛି । ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ‘ରବିବାର ଦିନ ଭାରତୀୟ କନସୁଲେଟରେ ହୋଇଥିବା ବିଶୃଙ୍ଖଳା ଏବଂ ଅଗ୍ନିକାଣ୍ଡକୁ ଆମେରିକା ନିନ୍ଦା କରିଛି । ଆମେରିକାରେ କୂଟନୈତିକ ଭବନ କିମ୍ବା ବିଦେଶୀ କୂଟନୀତିଜ୍ଞଙ୍କ ବିରୋଧରେ ହିଂସା କିମ୍ବା ଶୋଷଣ ଏକ ଗମ୍ଭୀର ଅପରାଧ । ତେବେ ଯେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଆମେରିକାରେ ମାର୍ଚ୍ଚରେ ହୋଇଥିବା ବିରୋଧ ପ୍ରଦର୍ଶନରେ ଖଲିସ୍ତାନୀ ସମର୍ଥକ ନାରାବାଜୀ କରିଥିଲେ । ଖଲିସ୍ତାନୀ ସମର୍ଥକ ପୋଲିସର ଅସ୍ଥାୟୀ ଟେଣ୍ଟକୁ ଭାଙ୍ଗିଦେଇଥିଲେ । ଏହାଛଡା ଦୂତାବାସ ପରିସରରେ ଦୁଇଟି ଖଲିସ୍ତାନୀ ପତାକା ଲଗାଇଥିଲେ । ତେବେ ତୁରନ୍ତ ଏହି ପତାକାକୁ ଦୂତାବାସ କର୍ମଚାରୀ କାଢିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.