ସିକ୍ୟୁରିଟି ଗାର୍ଡଙ୍କୁ ବାଇକରେ ଲିଫ୍‌ଟ ଦେଲେ ଧୋନି, ପୁରୁଣା ଭିଡିଓ ଭାଇରଲ

ପୁଣି ଚର୍ଚ୍ଚାରେ ଧୋନି । ସିକ୍ୟୁରିଟି ଗାର୍ଡଙ୍କୁ ବାଇକରେ ଲିଫ୍ଟ ଦେଇଥିଲେ । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଫ୍ୟାନ୍ସ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି ।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ଏହିସବୁ ଭିଡିଓ ପାଇଁ ଚର୍ଚ୍ଚାରେ ରହିଥାନ୍ତି ମାହି। ନିକଟରେ ଧୋନିଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ସେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ନଜର ଆସିଛନ୍ତି। ଧୋନି ତାଙ୍କୁ ବାଇକରେ ବସାଇ କୌଣସି ସ୍ଥାନରେ ଛାଡୁଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓ ଧୋନିଙ୍କର ପୁରୁଣା ଭିଡିଓ । ଭିଡିଓରେ ସେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ବାଇକରେ ବସାଇ ଆଣୁଥିବାର ଦେଖିବାକୁ ମିଳିଛି । ଧୋନି ସିକ୍ୟୁରିଟି ଗାର୍ଡଙ୍କୁ ତାଙ୍କ କାମ ସ୍ଥାନରେ ଛାଡି ଚାଲିଯାଉଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଦାବି କରୁଛନ୍ତି ଯେ, ଏହି ଭିଡିଓ ଧୋନିଙ୍କ ଫାର୍ମ ହାଉସରୁ ଆସିଛି। ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରିଛନ୍ତି। ଜଣେ ଉପଭୋକ୍ତା ଏହାକୁ ଟ୍ୱିଟରରେ ଟ୍ୱିଟ୍ କରିଛନ୍ତି। ହଜାର ହଜାର ପ୍ରଶଂସକ ଏହି ଟ୍ୱିଟକୁ ପସନ୍ଦ କରିଥିବାବେଳେ ୟୁଜର୍ସ ପ୍ରଶଂସା ମଧ୍ୟ କରୁଛନ୍ତି ।


ତେବେ ଏହି ଭିଡିଓ ପୁରୁଣା ବୋଲି ଜଣାପଡିଛି । ତଥାପି ଫ୍ୟାନ୍ସ ଏହାକୁ ଦେଖି ବହୁତ ଖୁସି ରହିଥିବା ଜଣାପଡିଛି ।

ଧୋନିଙ୍କ ରାଞ୍ଚିରେ ଏକ ବିରାଟ ଫାର୍ମ ହାଉସ୍ ରହିଛି। ଏହି ଫାର୍ମ ହାଉସ ୭ ଏକର ଜମିରେ ପରିବ୍ୟାପ୍ତ । ଧୋନି ଏଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଛୁଟି ସମୟରେ ସମୟ ବିତାଇବା ପାଇଁ ଧୋନି ସବୁବେଳେ ଏଠାକୁ ଯାଇଥାନ୍ତି । ଏହାର ଅନେକ ଭିଡିଓ ଆପଣ ପୂର୍ବରୁ ଦେଖିଛନ୍ତି । ଏଠାରେ ସାଙ୍ଗମାନଙ୍କୁ ଡାକି ସମୟ ଅତିବାହିତ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିରାଟ କୋହଲି ମଧ୍ୟ ଫାର୍ମ ହାଉସକୁ ଯାଇ ରହିଛନ୍ତି । ଧୋନିଙ୍କ ପତ୍ନୀ ସାକ୍ଷୀ ମଧ୍ୟ ସୋସିଆଲ ମିଡିଆରେ ଏହାର ଫଟୋ ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.