ଘରେ ବନାନ୍ତୁ ସ୍ୱାଦିଷ୍ଟ କୋକୋ ବର୍ଫି, ମାତ୍ର ୧୦ ମିନିଟରେ ହେବ ପ୍ରସ୍ତୁତ

କୋକୋ ବର୍ଫି ପିଲାଙ୍କୁ ବହୁତ ପସନ୍ଦ । ଏହା କୋକୋ ପାଉଡର ଓ କଣ୍ଡେନସଡ ମିଲ୍କକୁ ନେଇ ପ୍ରସ୍ତୁତ ହୋଇଥାଏ । ଛୋଟ ପିଲା ଏହାକୁ ଖାଇବାକ ବହୁତ ପସନ୍ଦ କରିଥାନ୍ତି । ତେବେ ଆଉ ବିଳମ୍ବ କାହିଁକି । ଆସନ୍ତୁ ପ୍ରସ୍ତୁତ କରିବା ମଜେଦାର ସ୍ୱାଦିଷ୍ଟ କୋକୋ ବର୍ଫି ।
ଆବଶ୍ୟକୀୟ ସାମଗ୍ରୀ
• ଆବଶ୍ୟକ ଅନୁଯାୟୀ ଗହମରେ ପ୍ରସ୍ତୁତ ବିସ୍କୁଟ
• ଆବଶ୍ୟକ ଅନୁଯାୟୀ କାଜୁ
• ୩ ବଡ଼ ଚାମଚ ଗାଢ଼ା ଦୁଧ
• ୩ ବଡ଼ ଚାମଚ କୋକୋ ପାଉଡର
ପ୍ରସ୍ତୁତ ପ୍ରଣାଳୀ
ଷ୍ଟେପ ୧ : ସର୍ବ ପ୍ରଥମେ ସବୁ ବିସ୍କୁଟକୁ ମିସ୍କ ଗ୍ରାଇଣ୍ଡରରେ ନିଅନ୍ତୁ ଓ ଏହାକୁ ଭଲଭାବେ ଗୁଣ୍ଡ କରିଦିଅନ୍ତୁ । ଏବେ ଏହି ପାଉଡରକୁ ଅଲଗା ରଖିଦିଅନ୍ତୁ ।
ଷ୍ଟେପ ୨ : ଏବେ ବିସ୍କୁଟ ପାଉଡର ଓ କୋକୋ ପାଉଡରକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଅଳ୍ପ ଅଳ୍ପ କଣ୍ଡେନସଡ ମିଲ୍କକୁ ମିଶାଇ ଭଲଭାବେ ଚାମଚରେ ଫେଣ୍ଟି ଦିଅନ୍ତୁ । ପରେ ଏହାକୁ ଅଟା ଭଳି ଚକଟି ଦିଅନ୍ତୁ ।
ଷ୍ଟେପ ୩ : ଏହାପରେ ଏକ ରୋଲିଂ ବୋର୍ଡ ନିଅନ୍ତୁ ସେଥିରେ ତେଲ ମାରି ଦିଅନ୍ତୁ ଯେପରି କି ବୋର୍ଡରେ ମିକ୍ସଚର ଲାଗିବ ନାହିଁ । ଏବେ କୁକି କଟର ସାହାଯ୍ୟରେ ଏହାକୁ କାଟି ଦିଅନ୍ତୁ ।
ଷ୍ଟେପ ୪ : ଏବେ କୁକି କଟର ସାହାଯ୍ୟରେ କଟାଯାଇଥିବା କୁକିଜକୁ କାଜୁ ସାହାଯ୍ୟରେ ସଜାଇ ଦିଅନ୍ତୁ । ବାସ୍ ଏବେ ପ୍ରସ୍ତୁତ ହୋଇଗଲା କୋକୋ ବର୍ଫି । ଏବେ ପିଲାଙ୍କୁ ଦିଅନ୍ତୁ ଖାଇବାକୁ ।