ଖରାଦିନେ ଆସୁଛି କି କେଶରୁ ଅଧିକ ଦୁର୍ଗନ୍ଧ? ତ ଏହି ଟିପ୍ସ ଆପଣାଇ ତୁରନ୍ତ କରନ୍ତୁ ଦୂର

ଖରାଦିନେ ବିଶେଷ କରି ତ୍ୱଚା ଓ କେଶର ଖାସ୍‌ ଯତ୍ନ ନେବାକୁ ପଡ଼ିଥାଏ। କାହିଁକିନା, ଝାଳ, ଧୂଳି, ମାଟି ଆଦି ଲାଗି ଏହି ଦୁଇଟି ଯାକ ଏକ୍‌ଦମ ଡ୍ୟାମେଜ ଅବସ୍ଥାକୁ ଚାଲି ଯାଇଥାଏ। ଯଦି କେଶର କଥା ହେବା, ତେବେ ଖରାଦିନେ ଏହାକୁ ଠିକ୍‌ ଭାବେ ଦେଖାଶୁଣା ନ କରିବା ଦ୍ୱାରା ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଅନେକ ଥର କେଶକୁ ଧୋଇବା ସତ୍ତ୍ୱେ ଏହି ଦୁର୍ଗନ୍ଧ ଦୂର ହୋଇ ନ ଥାଏ, ଯାହାଫଳରେ କି, ଆମକୁ ସର୍ବସାଧାରଣ ସ୍ଥାନରେ ଲଜ୍ଜାର ଶିକାର ହେବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କହିବୁ, କେଶରୁ ଦୁର୍ଗନ୍ଧ କାହିଁକି ବାହାରିଥାଏ ଏବଂ କିପରି ଭାବେ ଏଥିରୁ ଛୁଟକାରା ମିଳିପାରିବ।

କେଶରୁ ଦୁର୍ଗନ୍ଧ ବାହାରିବାର କାରଣ

-କେଶକୁ ଠିକ୍‌ ଭାବେ ନ ଧୋଇବା

-ତାଳୁରେ ପ୍ରାକୃତିକ ତୈଳ ଅଧିକ ମାତ୍ରାରେ ଜମା ହୋଇ ରହିଯିବା

-କେଶ ପ୍ରଦୂଷଣ ସଂସ୍ପର୍ଶରେ ଆସିବା

-କେଶକୁ ଲମ୍ବା ସମୟ ପର୍ଯ୍ୟନ୍ତ କୌଣସି ଜିନିଷରେ ଢ଼ାଙ୍କି ରଖିବା

-କେଶକୁ ଗରମ ପାଣିରେ ଧୋଇବା

-କୌଣସି ପ୍ରକାର ଜିନିଷ କେଶକୁ ସୁଟ୍‌ ନ କରିବା

-ତାଳୁରେ ଅଧିକ ଝାଳ ବାହାରିବା

କେଶରୁ ବାହାରୁଥିବା ଦୁର୍ଗନ୍ଧକୁ ଏମିତି କରନ୍ତୁ ଦୂର

-କେଶକୁ କୌଣସି ମାଇଲ୍ଡ ଏବଂ ଭଲ କ୍ୱାଲିଟିର ଶାମ୍ପୁରେ ଧୁଅନ୍ତୁ।

-କେଶରେ କୌଣସି ବି ପ୍ରଡକ୍ଟ ଲଗାଇବା ପୂର୍ବରୁ ନିଜ ତାଳୁକୁ ବୁଝନ୍ତୁ। ସିଧା କେଶ ଉପରେ କୌଣସି ବି ଜିନିଷ ଲଗାନ୍ତୁ ନାହିଁ।

-କେଶକୁ ଭଲ ଭାବେ ସମୟ ନେଇ ଧୁଅନ୍ତୁ।

-ସାରା ଦିନ ଖରାରେ ବୁଲିବାଠୁ ଦୂରେଇ ରୁହନ୍ତୁ। ସୂର୍ଯ୍ୟଙ୍କ ଅତି ବାଇଗେଣୀ ରଶ୍ମୀ କେଶକୁ ହାନି ପହଞ୍ଚାଇଥାଏ, ଯଦ୍ଦ୍ଵାରା କେଶରୁ ଦୁର୍ଗନ୍ଧ ବାହାରିବାରେ ଲାଗିଥାଏ।

ଦୁର୍ଗନ୍ଧରୁ ଛୁଟକାରା ପାଇବାର ଉପାୟ

-କେଶରୁ ଦୁର୍ଗନ୍ଧ ଦୂର କରିବା ପାଇଁ ଗାଧୋଇବା ପାଣିରେ କିଛି ବୁନ୍ଦା ଏସେନ୍‌ସିଆଲ ଅଏଲ୍‌ ମିଶାଇ ପାରିବେ।

-ଏମିତି ଶାମ୍ପୁ ବ୍ୟବହାର କରନ୍ତୁ, ଯେଉଁଥିରେ ନିମ୍ବ, କର୍ପୂର, ମନ୍ଦାର, ଏଲୋଭେରା, ଭିଟାମିନ-ଇ ଆଦି ରହିଥିବ।

-ଅଧିକ ହେୟାର ଷ୍ଟାଇଲିଂ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.