ଟ୍ୟୁମର ଓ କ୍ୟାନସର କୋଷିକାକୁ ବଢିବାକୁ ଦିଏନାହିଁ ମଲ୍ଲୀଫୁଲ, ଜାଣନ୍ତୁ ଏହାର ଆଉ କ’ଣ ରହିଛି ବିଶେଷତ୍ୱ

ଆପଣ ସମସ୍ତେ ମଲ୍ଲୀ ଫୁଲ ଦେଖିଥିବେ। ଯାହା ସୁଗନ୍ଧ ଚାରିଆଡେ ବିଚ୍ଛୁରିତ ହୋଇପଡେ। ଆପଣଙ୍କ ବାଡିରେ ଏହି ଫୁଲ ନିଶ୍ଚିତ ଭାବେ ଥିବେ। କିନ୍ତୁ ଆପଣ ଜାଣନ୍ତି କି ଏହି ଫୁଲ କେବଳ ସୁଗନ୍ଧ ନୁହେଁ ବରଂ ଶରୀରର ଅନେକ ରୋଗ ପାଇଁ ମଧ୍ୟ ବେଶ୍‌ ଉପଯୋଗୀ।

ଆଜିକାଲି ଅନେକ ଲୋକ କ୍ୟାନସର ରୋଗର ଶିକାର ହେଉଛନ୍ତି। ଏଥି ପାଇଁ ଆମ ଖାଦ୍ୟପେୟ ଏବଂ ଜୀବନଶୈଳୀ ହିଁ ଦାୟୀ। ଏଥିରୁ ଆମେ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ଶୈଳୀ ଆପଣାଉଛେ କିନ୍ତୁ ତାହା କୌଣସି ଫଳପ୍ରଦ ହେଉନାହିଁ। କିନ୍ତୁ ଏଥିରୁ ବଞ୍ଚିବା ପାଇଁ ଆମ ବାଡିରେ ଥିବା ମଲ୍ଲୀ ଫୁଲ ବହୁତ ଉପଯୋଗୀ ହୋଇଥାଏ। ଏହା ଶରୀରରେ କ୍ୟାନସର ଜୀବାଣୁକୁ ବିସ୍ତାରିତ ହେବାକୁ ରୋକି ଥାଏ ଏବଂ ମଧୁମେହ ଭଳି ରୋଗକୁ ମଧ୍ୟ ଦୂରେଇ ରଖିଥାଏ। ଆଉ କ’ଣ ଆମ କାମରେ ଆସିଥାଏ ମଲ୍ଲୀ ଫୁଲ ଆସନ୍ତୁ ଜାଣିବା..

2

– ମଲ୍ଲୀ ଫୁଲରେ ଟେନିନ ନାମକ ସମୃଦ୍ଧ ତତ୍ତ୍ୱ ରହିଥାଏ। ଯାହା ଆଣ୍ଟି କ୍ୟାନସର ଗୁଣ ବୋଲି କୁହାଯାଏ। ଏହା କ୍ୟାନସର ସହିତ ଜଡିତ କୋଷିକାଗୁଡିକ ଶେଷ କରିଦିଏ।

– ଏଥିରେ ଆଣ୍ଟି ଟ୍ୟୁମର ଗୁଣ ରହିଛି। ଏହାର ଚା ପିଇବା ଦ୍ୱାରା ଏଙ୍ଗୁଷ୍ଟିଫୋଲିୟମ ଲିନନର ଏଥେନୋଲିନ ନାମକ ତତ୍ତ୍ୱ ମିଳିଥାଏ। ଯାହା ଟ୍ୟୁମର କୋଷିକାକୁ  ବଢିବାକୁ ଦିଏନାହିଁ।

– ଏହି ଫୁଲରେ ଲିନାଲୁଲ, ବେନଜାଇକ ଏସିଟେଟ୍‌, ଇଣ୍ଡୋଲ, ସେଲିସିଲିକ ଏସିଡ ଏବଂ ଅଲକାଇଡ ରହିଥାଏ। ଯାହା ଥଣ୍ଡା ଏବଂ ଜ୍ୱରରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ।

5

– ଏହି ଫୁଲରୁ ପ୍ରସ୍ତୁତ ଚା ଚିନ୍ତା ଦୂର କରିବା ସହ ମସ୍ତିଷ୍କ ଶାନ୍ତ ରଖିଥାଏ। ଏହାଦ୍ୱାରା ରାଗ ଉପରେ ନିୟନ୍ତ୍ରଣ ମଧ୍ୟ ରଖାଯାଇପାରିବ।

– ପେଟରେ ଥିବା ବିଷାକ୍ତ ପଦାର୍ଥକୁ ଦୂର କରିବା ସହ ପାଚନ ତନ୍ତ୍ରକୁ ମଜବୁତ କରିବାରେ ଉପଯୋଗୀ ହୋଇଥାଏ।

– ଏହି ଗଛର  ପତ୍ର ମଧ୍ୟ ବହୁତ ଉପଯୋଗୀ ହୋଇଥାଏ। ଯାହା ମୁହଁରେ ଥିବା ସବୁ ଜୀବାଣୁକୁ ସମାପ୍ତ କରିଥାଏ। ଏହା ମୁଖ ଦୁର୍ଗନ୍ଧ ଦୂର କରିବା ସହ ଦାନ୍ତ ମଜବୁତ କରିଥାଏ।

ଏହାସହ ପଢ଼ନ୍ତୁ ; କଣ ଆପଣ ମଧ୍ୟ ଚା’ ର ଦିୱାନା, ତାହେଲେ ଏହି ଖବର ଆପଣଙ୍କୁ କରିଦେବ ଖୁସି

3

– ମଲ୍ଲୀ ତେଲର ବ୍ୟବହାର ଅରୋମାଥେରାପୀ ରୂପେ ମଧ୍ୟ କରାଯାଏ। ଏହାର ସୁଗନ୍ଧ ମସ୍ତିଷ୍କକୁ ରିଲାକ୍ସ କରିଥାଏ।

– ଯଦି ଆପଣଙ୍କ ଶରୀରେ ଯନ୍ତ୍ରଣା ହେଉଛି କିମ୍ବା ମାଂସପେଶୀ ଦରଜ ହେଇଥାଏ ତେବେ ମଲ୍ଲୀ ତେଲ ମାଲିସ କରିବା ଦ୍ୱାରା ଫାଇଦା ମିଳିଥାଏ।

– ଏହି ଗଛରେ ଆଣ୍ଟି ଡାଏବେଟିକ ଗୁଣ ରହିଛି। ଯାହାର ଚେରକୁ ପାଣିରେ ସିଝାଇ ପିଇବା ଦ୍ୱାରା ମଧୁମେହରୁ ମୁକ୍ତି ମିଳିଥାଏ।