ବାସ୍ତୁ ଅନୁସାରେ ଘରର ଏହି ଦିଗରେ ଲଗାନ୍ତୁ ଶୁଆର ଫଟୋ, ଘରେ ବୃଦ୍ଧି ପାଇବ ସୁଖ ସମୃଦ୍ଧି

ବାସ୍ତୁ ଆମ ଜୀବନରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ତେଣୁ ଘରର ଦ୍ୱାର ଦେଶରେ ଏମିତି କିଛି ପେଣ୍ଟିଂ ଲଗାନ୍ତୁ ନାହିଁ ଯାହାଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଘରର ସଜାଇବା ବେଳେ ବାସ୍ତୁ ପ୍ରତି ଧ୍ୟାନ ଦେବା ଜରୁରୀ ହୋଇଥାଏ ।

ଭୁଲ ପେଣ୍ଟିଂ ଘରର ସୁଖ ଶାନ୍ତି ନଷ୍ଟ କରିଥାଏ । ଘରର ସକରାତ୍ମକ ଶକ୍ତି ଆଗମନ ଯେପରି ହୁଏ ଏଥିପାଇଁ ବହୁତ ଜରୁରୀ ଘରେ ଏପରି ପେଣ୍ଟିଂ ଭୁଲରେ ଲଗାନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ରରେ ଏମିତି କିଛି ଉପାୟ କୁହାଯାଇଛି ଯାହାକୁ ଆପଣାଇ ଜୀବନରେ ବ୍ୟକ୍ତି ଶୁଭ ଫଳ ପ୍ରାପ୍ତ କରିପାରେ । ଏହା ଭିତରେ ଏକ ଉପାୟ ହେଉଛି ଘରେ ଶୁଆ ଫଟୋ ଲଗାଇବା । ଆସନ୍ତୁ ଜାଣିବା ସେ ସମ୍ପର୍କରେ କ’ଣ କହେ ବାସ୍ତୁ ଶାସ୍ତ୍ର ।

୧. ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଡ୍ରଇଂ ରୁମର ଉତ୍ତର ଦିଗରେ ଶୁଆ ଫଟୋ ଲଗାଇବା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ପିଲାଙ୍କ ପଢ଼ାରେ ମନ ଲାଗିଥାଏ । ପିଲାଙ୍କ ଏକାଗ୍ରତା ଓ ସ୍ମରଣ ଶକ୍ତି ବ ୃଦ୍ଧି ପାଇଥାଏ ।

୨. ଘରେ ନକରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ ଏହି ଫଟୋ । ଫଳରେ ଦରିଦ୍ରତା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

୩. ଶୁଆର ରଂଗ-ବେରଂଗ ପର ପଞ୍ଚ ତତ୍ତ୍ୱର ପ୍ରତୀକ ହୋଇଥାଏ । ଏହାଦ୍ୱାରା ସୁଖ ସୌଭାଗ୍ୟ ବୃଦ୍ଧି ପାଇଥାଏ । ଶୁଆ ଫଟୋ ଘରେ ଲଗାଇଲେ ଜୀବନର ନିରାଶା ଦୂର କରିବାରେ ସହାୟକ ହୋଇଥାଏ ।

୪. ଯଦି ଆପଣଙ୍କ ଜୀବନ ସାଥିଙ୍କ ସହ ମନୋମାଳିନ୍ୟ ହେଉଥାଏ, ଜୀବନସାଥି ସହ ପ୍ରେମ ଓ ବୁଝାମଣା ବଢ଼ାଇବା ପାଇଁ ବେଡ ରୁମରେ ଶୁଆର ଫଟୋ ଲଗାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.