ହାଟ୍ଆର୍ଟକ୍ ପୂର୍ବରୁ ଦେଖାଯାଏ ଏହି ଲକ୍ଷଣ, ଜାଣନ୍ତୁ କଣ ସେ ସମସ୍ତ ଲକ୍ଷଣ ?
ଆଜିର ବ୍ୟସ୍ତବହୁଳ ଜୀବନ ହେତୁ ଅନିୟମିତ ଖାଦ୍ୟ ଅଭ୍ୟାସ, ଜଙ୍କ ଫୁଡ୍ ଖାଇବା, ଧୂମ୍ରପାନ ଏବଂ ମଦ୍ୟପାନ ଭଳି ଅଭ୍ୟାସ ଯୋଗୁଁ ଏପରି ହେଉଥିବା ଆଶଙ୍କା କରାଯାଉଛି । ତେବେ ହୃଦ୍ରୋଗ ପରି ମାରାତ୍ମକ ରୋଗ ସମ୍ପର୍କରେ କିପରି ପୂର୍ବରୁ ଜାଣିପାରିବେ । ଏବଂ ଏହି ରୋଗର ଲକ୍ଷଣ କଣ ? ଏଥିପ୍ରତି କିପରି ସଜାଗ ରହିବେ ଆସନ୍ତୁ ଜାଣିବା ।

ଆଜିର ଯୁଗରେ, ହୃଦଘାତ ଏକ ସାଧାରଣ କଥା ହୋଇଗଲାଣି । ଦିନକୁ ଦିନ ହୃଦ୍ରୋଗ ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ି ଚାଲିଛି । ପ୍ରତିଦିନ ଏହି ଖବର ସାମ୍ନାକୁ ଆସୁଛି । ଆଜିର ବ୍ୟସ୍ତବହୁଳ ଜୀବନ ହେତୁ ଅନିୟମିତ ଖାଦ୍ୟ ଅଭ୍ୟାସ, ଜଙ୍କ ଫୁଡ୍ ଖାଇବା, ଧୂମ୍ରପାନ ଏବଂ ମଦ୍ୟପାନ ଭଳି ଅଭ୍ୟାସ ଯୋଗୁଁ ଏପରି ହେଉଥିବା ଆଶଙ୍କା କରାଯାଉଛି । ତେବେ ହୃଦ୍ରୋଗ ପରି ମାରାତ୍ମକ ରୋଗ ସମ୍ପର୍କରେ କିପରି ପୂର୍ବରୁ ଜାଣିପାରିବେ । ଏବଂ ଏହି ରୋଗର ଲକ୍ଷଣ କଣ ? ଏଥିପ୍ରତି କିପରି ସଜାଗ ରହିବେ ଆସନ୍ତୁ ଜାଣିବା ।
ଏହି ରୋଗ ବିଶେଷ କରି ୨୫ ରୁ ୩୦ବର୍ଷର ଯୁବକ ମାନଙ୍କଠାରେ ମଧ୍ୟ ଦେଖାଯାଏ । ହୃଦଘାତ ପୂର୍ବରୁ ରୋଗୀ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରେ । ଛାତିର ବାମ ପାର୍ଶ୍ୱରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଛାତି ଭିତରେ ଏକ ଅଜବ ଯନ୍ତ୍ରଣା ହୋଇଥାଏ । କିଛି ଭାରି ଜିନିଷ ଛାତି ଉପରେ ଲଦି ହେଲା ପରି ଲାଗିଥାଏ । ଏହାସହ ଗଳାରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୁଏ । କିଛି କହିବାକୁ ସାମର୍ଥ୍ୟ ହୋଇପାରନ୍ତି ନି ।
ହୃଦଘାତ ପୂର୍ବରୁ,ଝାଳ ବାହାରିବା ଆରମ୍ଭ କରିଥାଏ। ଏହି ସମୟରେ, ସଠିକ୍ ପରିମାଣର ରକ୍ତ ହୃଦୟରେ ପହଞ୍ଚେ ନାହିଁ ଏବଂ ହୃଦୟକୁ ରକ୍ତ ଯୋଗାଉଥିବା ଫୁସ୍ଫୁସ୍ ଧମନୀ ଅବରୋଧ ହୋଇଯାଏ ଯେତେବେଳେ ଲୋକମାନଙ୍କର ହୃଦୟ ଦ୍ରୁତ ଗତିରେ ଚାଲେ ସେତେବେଳେ ତା’ର ମୁଣ୍ଡ ବୁଲାଇବା ଆରମ୍ଭ କରେ । ଏହି ସମୟରେ ସେମାନଙ୍କ ଶରୀରରେ ରକ୍ତ ପ୍ରବାହ ଧୀର ହୋଇଯାଏ, ଯେଉଁ କାରଣରୁ ହୃଦଘାତ ହେବାର ସମ୍ଭାବନା ବଢ଼ିଥାଏ ।
ହୃଦଘାତ ପୂର୍ବରୁ କିଛି ଲୋକ ବାନ୍ତି, ପେଟ ଯନ୍ତ୍ରଣା, ହାତଗୋଡ, ଜହ୍ନ କିମ୍ବା ପିଠି ଯନ୍ତ୍ରଣା, ଥକ୍କାପଣ ଏବଂ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରନ୍ତି । ଯଦି ଏପରି କିଛି ହୃଦଘାତର ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଉଚିତ୍। ଖରାପ ଜୀବନ ଶୈଳୀ ଯେପରିକି ଖାଦ୍ୟ, ବ୍ୟାୟାମର ଅଭାବ, ଅତ୍ୟଧିକ ମଦ୍ୟପାନ ଦ୍ୱାରା ହୃଦଘାତ ହେବାର ଆଶଙ୍କା ମଧ୍ୟ ବଢ଼ାଇଥାଏ । ହୃଦ୍ଘାତ ହେେଲେ ତୁରନ୍ତ ଡାକ୍ତରୀ ଚିକିତ୍ସା କରାଇବା ଉଚିତ୍। ଯାହାଦ୍ୱାରା ଜୀବନ ରକ୍ଷା ହୋଇପାରିବ । ତେଣୁ ହୃଦଘାତର ଏହି ସମସ୍ତ ଲକ୍ଷଣ ଦେଖାଦେଲେ ସମୟ ନଷ୍ଟ ନକରି ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ ଚିକିତ୍ସା କରାଇବେ ।