କେବେ ଆପଣ ଖାଇଛନ୍ତି କି ଗ୍ରୀନ ବାଦାମ ? ଜାଣନ୍ତୁ ଏହାର ଫାଇଦା କ’ଣ ?

ଡ୍ରାଏ ଫ୍ରଟ୍ସରେ ବାଦାମ, କାଜୁ ଏବଂ କିସମିସ୍ ଆମ ସ୍ବାସ୍ଥ୍ଯ ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ କେବେ ଆପଣ ଗ୍ରୀନ ବାଦାମ ଖାଇଛନ୍ତି କି ? ଆପଣ ଭାବୁଥିବେ ଆଲମଣ୍ଡ କିମ୍ବା ଚିନାବାଦାମ ବିଷୟରେ ଆମେ ଶୁଣିଛେ କିନ୍ତୁ ଗ୍ରୀନ ବାଦାମ କ’ଣ। ଏହି ବାଦାମ ସ୍ବାଦରେ ଟିକେ ପିତା। ଏହାକୁ କାଟି ଏହା ମଧ୍ୟରେ ଥିବା ଧଳା ଭାଗକୁ ଖିଆଯାଏ। ତେବେ ଆସନ୍ତୁ ଜାଣିବା ଏହି ଗ୍ରୀନ ବାଦାମ ଶରୀର ପାଇଁ କେତେ ଫାଇଦା … ?

ଆଣ୍ଟିଅକ୍ସିଡାଣ୍ଟରେ ଭରପୂର: ଗ୍ରୀନ ବାଦାମରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ଏହା ସହିତ ଇମ୍ଯୁନିଟିକୁ ମଜବୁତ କରିଥାଏ।

ପୋଷକ ତତ୍ତ୍ବ : ଗ୍ରୀନ ବାଦାମରେ ଏଲ କାର୍ନିଟାଇନ ଏବଂ ରାଇବୋପ୍ଲୋବିନ ନାମକ ଦୁଇଟି ମୁଖ୍ଯ ପୋଷକ ତତ୍ତ୍ବ ରହିଛି, ଯାହା ମସ୍ତିଷ୍କ ପାଇଁ ବେଶ ଫାଇଦାଯୁକ୍ତ।

ଓଜନ ହ୍ରାସ: ଗ୍ରୀନ ବାଦାମରେ ହେଲଦି ଫ୍ଯାଟ୍ ରହିଥାଏ, ଯାହା ସାହାଯ୍ଯରେ ଓଜନ ହ୍ରାସ ହୋଇଥାଏ। ଗ୍ରୀନ ବାଦାମ ଖାଇବା ଦ୍ବାରା ଶରୀରର ଅତିରିକ୍ତ ଫ୍ଯାଟ୍ କମ୍ କରିବା ସହିତ ଫିଟ ରହିବା ପାଇଁ ସହାୟକ ହୋଇଥାଏ।

ପିଏଚ ଲେବଲକୁ କରିଥାଏ କଣ୍ଟ୍ରୋଲ: ଗ୍ରୀନ ବାଦାମ ସେବନ କରିବା ଦ୍ବାରା ଶରୀରର ପିଏଚ ଲେବଲ ସନ୍ତୁଳନରେ ରହିଥାଏ।

ଫାଇବରରେ ଭରପୂର: ଗ୍ରୀନ ବାଦାମରେ ଫାଇବର ଭରପୂର ରହିଥାଏ। ଏହା ପାଚନ କ୍ରିୟାକୁ ମଜବୁତ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.