ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୧୫ ପଜିଟିଭ୍‌ ଚିହ୍ନଟ, ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୧୫ ପଜିଟିଭ୍‌ ଚିହ୍ନଟ । ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୦୯ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୧୬ ପ୍ରତିଶତ । ୨୪ ଘଣ୍ଟାରେ ୭୬ ହଜାର ୯୪୬ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪୪୨ ସଂକ୍ରମିତ ହୋଇଛନ୍ତି ।

କଟକରୁ ୨୨୯, ପୁରୀରୁ ୧୨୩, ବାଲେଶ୍ୱରରୁ ୯୮ ଓ ଜଗତସିଂହପୁରରୁ ୯୬ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୭ ହଜାର ୨୬୨। ୨୭ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟରେ ବଢୁଛି ଗ୍ରୀନ୍‌ ଜୋନ୍‌ । ଏବେ ୨୮ ଜିଲ୍ଲା ଗ୍ରୀନ୍‌ ଜୋନରେ ରହିଛି । ରେଡ୍‌ ଜୋନରେ ଖୋର୍ଦ୍ଧା ଥିବାବେଳେ ୟେଲୋ ଜୋନରେ ରହିଛି କଟକ ଜିଲ୍ଲା। ପଜିଟିଭିଟି ରେଟ୍‌ ରେଡ୍‌ ଜୋନରେ କୌଣସି ଜିଲ୍ଲା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.